ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିକାଟୁ ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି 

ହିଞ୍ଜିଳିକାଟୁ ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି 

ହିଞ୍ଜିଳିକାଟୁ,୨୯/୬ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ସାଧାରଣଙ୍କ ଲୋକଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲାର ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନ ଜରିଆରେ ଜନ ଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଜିଲ୍ଲାପାଳ ଭି. କିର୍ତ୍ତିଭାସନ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବି ସି, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଉପଜିଲ୍ଲାପାଳ ଶିବାଶିଷ ବରାଳ, ତହସିଲଦାର ତପନ କୁମାର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ପ୍ରମୁଖ ମଞ୍ଚାସିନ ଥିଲେ। ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ୧୮୭ଟି ଅଭିଯୋଗ ମଧ୍ୟରୁ ୧୪୬ଟି ବ୍ୟକ୍ତିଗତ, ୪୧ ଟି ଗୋଷ୍ଠୀଗତ ଓ ୭ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯୁଗ୍ମ ଅଭିଯୋଗ ଶୁଣାଣିରେ ଡିପିଏଚଓ ଡାକ୍ତର ବାଲୁଙ୍କେଶ୍ୱର ଷଢ଼ଙ୍ଗୀ, ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା,ମେଡିକାଲ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ,ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଇଂ ଗିରିଶ ଚନ୍ଦ୍ର ନାୟକ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ ସୀମାଞ୍ଚଳ ବେହେରା, ଏସିଏଫ୍ ମାଣିକେଶ୍ୱରୀ ହାଁସଦା,ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀ ଇଂ ଭଗବାନ ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ ସମ୍ବିତ ସାମଲ, ଜିଲ୍ଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଚିକିତ୍ସକ ଡାକ୍ତର ସୁଭାଶିଷ ମିଶ୍ର, ଜଳସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହି, ଅବକାରୀ ନିରୀକ୍ଷକ ସରୋଜ କୁମାର ପରିଡ଼ା, ସହକାରୀ ଯନ୍ତ୍ରୀ ଇଂ ଭଜରାମ ସାହୁ, ସହକାରୀ ଯନ୍ତ୍ରୀ ଇଂ ଅରୁଣ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିନ୍ଦୁ ସାଗର ପଣ୍ଡା, ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ ଦଳାଇ, ସହକାରୀ ଯନ୍ତ୍ରୀ ଇଂ ସନ୍ତୋଷ ଦାଶ, ସହକାରୀ ଯନ୍ତ୍ରୀ ଇଂ ମାନସ ରଞ୍ଜନ ଦାଶ, ଆଇଆଇସି ଶ୍ରୀନିବାସ ସେଠୀ, ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ବିଭିଓ ଚିରଞ୍ଜିବୀ ସାହୁ, ବନପାଳ ଘରମଣି ପାଣିଗ୍ରାହି,ଏବିଡିଓ ଅରୁଣ କୁମାର ପ୍ରଧାନ, ବିଇଓ ଚାନ୍ଦିନୀ ପଣ୍ଡାଙ୍କ ସମେତ ଜିଲ୍ଳା ସ୍ତରର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସହଯୋଗ କରିଥିଲେ।

Related posts

ସାବୁନଭାଡି ଏବଂ ବାଞ୍ଜିପଦର ନାଳ ଉପରେ ସୁଉଚ୍ଚ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ – 2023 ଉପଲକ୍ଷେ ଭବାନୀପାଟଣା ଠାରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

ପଞ୍ଚାୟତ ସମିତି ବୈଠକ ପ୍ରହସନ

masiha

Leave a Comment

error: Content is protected !!