ନୃସିଂହ ଚତୁର୍ଦ୍ଦଶୀ
ପ୍ରତି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ
ନୃସିଂହଙ୍କ ଉତ୍ସବ ହୁଏ ପାଳିତ
ବାରମାସେ ତେର ପରବ ମଧ୍ୟରୁ
ମୁଖ୍ୟ ପର୍ବ ରୂପେ ଅଛି ଜଡ଼ିତ ।
ଦୁଷ୍ଟ ଦୁର୍ଜନଙ୍କ ବିନାଶ ପାଇଁ
ପ୍ରଭୁ ମର୍ତ୍ତେ କଲେ ଆଗମନ
ସାଧୁ ସନ୍ଥଙ୍କର ରକ୍ଷା ପାଇଁ ପ୍ରଭୁ
ମର୍ତ୍ତ୍ୟରେ ଶାନ୍ତି କଲେ ଅବସ୍ଥାପନ ।
ନୃସିଂହ ଠାକୁର ପ୍ରତ୍ୟକ୍ଷ ଠାକୁର
ମନବାଞ୍ଛା କରନ୍ତି ସଭିଙ୍କ ପୂର୍ଣ୍ଣ
ଭାବଗ୍ରାହୀ ପ୍ରଭୁ କରୁଣା ସାଗର
ସର୍ବ ଦୁଃଖକୁ କରନ୍ତି ମୋଚନ ।
ହିରଣ୍ୟକଶିପ ଓ ହିରଣ୍ୟକ୍ଷ
ଥିଲେ ଦୁହେଁ ଦୁଇ ଭାଇ
ହିରଣ୍ୟକଶିପ ନାରାୟଣଙ୍କୁ ମାରିବା ପାଇଁ
ବିଷ୍ଣଙ୍କୁ ପୂଜା କରିଥିଲା ଯାଇ ।
ହିରଣ୍ୟକୁ ବର ଦେଇଥିଲେ ବ୍ରହ୍ମା
ତ୍ରି ଭୁବନରେ କେ ମାରି ପାରିବ ନାହିଁ
ଅସ୍ତ୍ର ଶସ୍ତ୍ର କିଛି କାମ ଦେବ ନାହିଁ
ତୋର ପାଶେ ରହିଅଛି ମୁହିଁ ।
ହିରଣ୍ୟକଶିପୁ ର ଥିଲା ଏକ ପୁତ୍ର
ପ୍ରହ୍ଲାଦ ନାମେ ନାମିତ
ସଦାବେଳେ ସେ ହରିନାମ ଜପେ
ଦେଖି ପିତା କ୍ରୋଧାନ୍ୱିତ ।
କହିଲେ ପିତା ପ୍ରହ୍ଲାଦ କୁ
ହରି ଆମ ବଡ଼ ଶତ୍ରୁ
ହରି ନାମ ଛାଡି ଶିବଙ୍କୁ ଜପିଲେ
ହେବ ନାହିଁ ତୋର ମୃତ୍ୟୁ ।
ପୁତ୍ର ପ୍ରହଲ୍ଲାଦ ପିତାଙ୍କୁ କହିଲା
ହରି ସଦା ମୋର ମିତ
ହିରଣ୍ୟକଶିପ ରାଗିଯାଇ କ୍ରୋଧେ
ମାରିଲା ସ୍ତମ୍ବକୁ ନାତ ।
କ୍ରୋଧାନ୍ୱିତ ହୋଇ ନୃସିଂହ ଠାକୁର
ସ୍ତମ୍ବରୁ ଆସିଲେ ବାହାରି
ଲମ୍ବା ଦୁଇ ମୂନିଆ ନଖରେ
ମାରିଲେ କ୍ରୋଧେ ବିଦାରି ।
ଅନ୍ୟାୟ ଅଧର୍ମ ବିନାଶ ହୋଇଲା
ଧର୍ମର ହେଲା ଜୟ
ଭକ୍ତ ଭଗବାନ ସଂପର୍କ ରହିଲା
ସତ୍ୟର ହେଲା ବିଜୟ ।