ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡାଙ୍କ କବିତା ନୃସିଂହ ଚତୁର୍ଦ୍ଦଶୀ

ନୃସିଂହ ଚତୁର୍ଦ୍ଦଶୀ

 

ପ୍ରତି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ

      ନୃସିଂହଙ୍କ ଉତ୍ସବ ହୁଏ ପାଳିତ

ବାରମାସେ ତେର ପରବ ମଧ୍ୟରୁ

      ମୁଖ୍ୟ ପର୍ବ ରୂପେ ଅଛି ଜଡ଼ିତ ।

 

ଦୁଷ୍ଟ ଦୁର୍ଜନଙ୍କ ବିନାଶ ପାଇଁ

      ପ୍ରଭୁ ମର୍ତ୍ତେ କଲେ ଆଗମନ

ସାଧୁ ସନ୍ଥଙ୍କର ରକ୍ଷା ପାଇଁ ପ୍ରଭୁ

      ମର୍ତ୍ତ୍ୟରେ ଶାନ୍ତି କଲେ ଅବସ୍ଥାପନ ।

 

ନୃସିଂହ ଠାକୁର ପ୍ରତ୍ୟକ୍ଷ ଠାକୁର

      ମନବାଞ୍ଛା କରନ୍ତି ସଭିଙ୍କ ପୂର୍ଣ୍ଣ

ଭାବଗ୍ରାହୀ ପ୍ରଭୁ କରୁଣା ସାଗର

     ସର୍ବ ଦୁଃଖକୁ କରନ୍ତି ମୋଚନ ।

 

ହିରଣ୍ୟକଶିପ ଓ ହିରଣ୍ୟକ୍ଷ

      ଥିଲେ ଦୁହେଁ ଦୁଇ ଭାଇ

ହିରଣ୍ୟକଶିପ ନାରାୟଣଙ୍କୁ ମାରିବା ପାଇଁ

      ବିଷ୍ଣଙ୍କୁ ପୂଜା କରିଥିଲା ଯାଇ ।

 

ହିରଣ୍ୟକୁ ବର ଦେଇଥିଲେ ବ୍ରହ୍ମା

      ତ୍ରି ଭୁବନରେ କେ ମାରି ପାରିବ ନାହିଁ

ଅସ୍ତ୍ର ଶସ୍ତ୍ର କିଛି କାମ ଦେବ ନାହିଁ

       ତୋର ପାଶେ ରହିଅଛି ମୁହିଁ ।

 

ହିରଣ୍ୟକଶିପୁ ର ଥିଲା ଏକ ପୁତ୍ର

      ପ୍ରହ୍ଲାଦ ନାମେ ନାମିତ

ସଦାବେଳେ ସେ ହରିନାମ ଜପେ

      ଦେଖି ପିତା କ୍ରୋଧାନ୍ୱିତ ।

 

କହିଲେ ପିତା ପ୍ରହ୍ଲାଦ କୁ

       ହରି ଆମ ବଡ଼ ଶତ୍ରୁ

ହରି ନାମ ଛାଡି ଶିବଙ୍କୁ ଜପିଲେ

      ହେବ ନାହିଁ ତୋର ମୃତ୍ୟୁ ।

 

ପୁତ୍ର ପ୍ରହଲ୍ଲାଦ ପିତାଙ୍କୁ କହିଲା

      ହରି ସଦା ମୋର ମିତ

ହିରଣ୍ୟକଶିପ ରାଗିଯାଇ କ୍ରୋଧେ

       ମାରିଲା ସ୍ତମ୍ବକୁ ନାତ ।

 

କ୍ରୋଧାନ୍ୱିତ ହୋଇ ନୃସିଂହ ଠାକୁର

     ସ୍ତମ୍ବରୁ ଆସିଲେ ବାହାରି

ଲମ୍ବା ଦୁଇ ମୂନିଆ ନଖରେ

       ମାରିଲେ କ୍ରୋଧେ ବିଦାରି ।

 

ଅନ୍ୟାୟ ଅଧର୍ମ ବିନାଶ ହୋଇଲା

        ଧର୍ମର ହେଲା ଜୟ

ଭକ୍ତ ଭଗବାନ ସଂପର୍କ ରହିଲା

        ସତ୍ୟର ହେଲା ବିଜୟ ।

 

ଶ୍ରୀନିବାସ ପଣ୍ଡା, ଗଞ୍ଜାମ 

Related posts

ଜ଼ିଲ୍ଲା ପାଠାଗାର ଉନ୍ନତି କରଣ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

Sunil Chandra Nayak

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା; ୬୪୮ ବେକାର ଯୁବକଯୁବତୀଙ୍କ ନାମ ହେଲା ପଞ୍ଜିକରଣ

Sunil Chandra Nayak

Leave a Comment

error: Content is protected !!