ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅଙ୍ଗନୱାଡି କର୍ମୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା,୨- ଯୁବ ରେଡକ୍ରସ୍ ତରଫରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ଅଙ୍ଗନୱାଡି କର୍ମୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଆସିକା, ୩୦/୬/୨୬ (ଶିବ ଶଙ୍କର ମିଶ୍ର ) ଦୀର୍ଘ 23 ବର୍ଷ ଧରି ନିରନ୍ତର ଭାବରେ କାର୍ଯ୍ୟକାରୀ ଅବସର ଗ୍ରହଣ କରିଛନ୍ତି ଧରାକୋଟ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ରହିଥିବା ଧରାକୋଟ 5 ନମ୍ବର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ପ୍ରଭାସିନୀ ପାତ୍ର । ଆଜି କର୍ମମୟ ଜୀବନରୁ ଅବସର ଗ୍ରହଣ କରିବାର ଶେଷ ଦିନରେ ନିଜ କେନ୍ଦ୍ରରେ ଧରାକୋଟ ଗ୍ରାମ ପଞ୍ଚାୟତ ର ତିନି ନମ୍ବର ୱାର୍ଡ ର ସଭ୍ୟା ତଥା ଅଙ୍ଗନୱାଡି କେନ୍ଦ୍ରର ସଭାପତି ଡଲି ନାୟକ ଙ୍କ ତରଫରୁ ଅଵସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ 5 ନମ୍ବର କେନ୍ଦ୍ରରେ ସ୍ୱେଚ୍ଛାସେବୀ ବଳରାମ ନାୟକ ଙ୍କ ସଂଯୋଜନାରେ ଏକ ସଭାର ଆୟୋଜନ କରାଯାଇଥିଲା। ଅବସର ନେଇଥିବା କର୍ମୀ ପ୍ରଭାସିନୀ ପାତ୍ରଙ୍କ କର୍ମଠ, ସମୟାନୁବାର୍ତିତା, ପରୋପକାରୀ ଗୁଣର ଆଲୋଚନା କରାଯାଇଥିଲା । କେନ୍ଦ୍ରରେ ଉପସ୍ଥିତ 15 ଜଣ କୋମଳମତି ଛାତ୍ର ଛାତ୍ରୀ ନିଜର ଦିଦି ଙ୍କୁ ଅଵସର ନେଉଥିବା ଜାଣି ଭାବବିହ୍ୱଳ ହୋଇପଡିଥିଲେ। ଦିଦି ଙ୍କର ସରଳ ଭାବରେ ନାଚ,ଗୀତ, ଗପ, ଖେଳ ମାଧ୍ୟମରେ ପାଠ ପଢା ବିଷୟରେ ଛୋଟ ପିଲା ମାନେ ଆଲୋକପାତ କରିଥିଲେ। ଅବସର ଘଟଣା ସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁନୀଲ ପ୍ରଭା ରଥ ଙ୍କ ସହ ଯୋଗାଯୋଗ ବେଳେ ଧରାକୋଟ 3 କେନ୍ଦ୍ରର କର୍ମୀ ଜୟଶ୍ରୀ ପାଣିଗ୍ରାହୀ ଙ୍କୁ ଏହି କେନ୍ଦ୍ରର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯିବ ଏବଂ ସମ୍ପୃକ୍ତ କେନ୍ଦ୍ରର କର୍ମୀ ଖାଲି ପଡିଥିବା ନେଇ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ସହାୟିକା ମିନତି କୁମାରୀ ରାଜ ସହଯୋଗ ପ୍ରଦାନ କରିଥିଲେ ।

ଯୁବ ରେଡକ୍ରସ୍ ତରଫରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ 

ଆସିକା, ୩୦/୬/୨୬ (ଶିବ ଶଙ୍କର ମିଶ୍ର ) ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ଜଗନ୍ନାଥ ପଟ୍ଟନାୟକ ସଚେତନତା ଦ୍ୱାରା କିପରି ଏଡ଼ସ କୁ ପ୍ରତିହତ କରି ହବ ସେ ସମ୍ପର୍କରେ ବୁଝାଇ ଥିଲେ । ସହ କାଉନସିଲର ଅଧ୍ୟାପିକା ବବିତା ରାଣୀ ସାବତ ବିଭିନ୍ନ ତଥ୍ୟ ମାଧ୍ୟମରେ ଏଡ଼ସ ସମ୍ପର୍କରେ ସଚେତନ କରାଇଥିଲେ। ଛାତ୍ର ଗୋପାଳ ପ୍ରଧାନ ମଧ୍ୟ ସୁନ୍ଦର ଭାବରେ ଏହା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। କ୍ରୀଡ଼ା ଶିକ୍ଷକ କେ ନାନ ବାବୁ ଦୋରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Related posts

ପୋଡାଗଡ ପର୍ଜ୍ୟଟନ ସ୍ଥଳୀରେ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ , ପରିଦର୍ଶନ କଲେ ପର୍ଜ୍ୟଟନ ସ୍ଥଳୀ ସମସ୍ୟା ଉପରେ ଅବଗତ ହେଲେ

Sunil Chandra Nayak

ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ପାଇଁ ସବୁ ପରିବା ଦର ୮0 ରୁ ୧00 ମଧ୍ୟବିତ୍ତ ଓ ଗରିବ ଙ୍କ ଉପରେ ମହଙ୍ଗା ମାଡ଼

Sunil Chandra Nayak

ଅକ୍ଷମ ହୋଇ ମଧ୍ୟ ସକ୍ଷମ ଅଟନ୍ତି ଦୁଇ ଭାଇ ଓ ମା ଭିନ୍ନକ୍ଷମ,ଜମି ବନ୍ଧାକରି ଦୋକାନ କରି ପରିବାର ପ୍ରତିପୋଷଣ କରିଛନ୍ତି

Sunil Chandra Nayak

Leave a Comment

error: Content is protected !!