ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ୩୯ ତମ ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣିମା

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ୩୯ ତମ ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣିମା

ରାଇରଙ୍ଗପୁର –   ରାଇରଙ୍ଗପୁର ପ୍ରଷିଦ୍ଧ ଜଗନ୍ନାଥ ମନ୍ଦିରରେ ତିନି ଦିଅଁଙ୍କ ପବିତ୍ର ସ୍ନାନଯାତ୍ରା ତଥା ୩୯ ତମ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଭୋରରୁ ଦିଅଁମାନଙ୍କୁ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ପରେ ଚତୁର୍ଦ୍ଧାମୂର୍ତୀଙ୍କୁ ଗୋଟି ପହଣ୍ଡିରେ ହଜାର ହଜାର ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁଙ୍କ ଶଙ୍ଖ, ଘଣ୍ଟ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀରେ ସ୍ନାନ ମଣ୍ଡପକୁ ନିଆଯାଇଥିଲା । ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର , ତାଙ୍କ ସହଯୋଗୀ ଏବଂ ସେବାୟତମାନେମାନେ ଶ୍ରୀ ସୁଦର୍ଶନ, ପ୍ରଭୁ ବଳଭଦ୍ର, ମା ସୁଭଦ୍ରା,, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇ ସମସ୍ତ ନୀତି କାନ୍ତି ପରେ ୧୦୮ ସୁବାସିତ ଜଳ, ଓ କ୍ଷୀରରେ ଜୀଉମାନଙ୍କୁ ସ୍ନାନ କରାଇଥିଲେ ।ସ୍ନାନ ସମୟରେ ହୁଳହୁଳି, ଶଙ୍ଖ, ଘଣ୍ଟ, ଘଣ୍ଟା, ଜୟ ଜଗନ୍ନାଥ ଧ୍ବନି,, ସଂକିର୍ତ୍ତନରେ ପରିବେଶ ପ୍ରକମ୍ପିତ ହୋଇଥିଲା ।ସମଗ୍ର ଅଞ୍ଚଳ ଜଗନ୍ନାଥ ମୟ‌ହୋଇ ଉଠିଥିଲା । ଅଗଣିତ ଶ୍ରଦ୍ଧାଳୁ ସ୍ନାନ ଯାତ୍ରା ଦେଖି ଭାବ ବିହ୍ୱଳ ହୋଇପଡିଥିଲେ ।ରଥ କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଏହି ଭବ୍ୟ କାର୍ଯ୍ୟକ୍ରମରେ ରଥ କମିଟି ଅଧ୍ୟକ୍ଷ ସାଂସଦ ନବ ଚରଣ ମାଝୀ, ବିଧାୟକ ଜଲେନ ନାୟକ, ଦେବୋତ୍ତର କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ରଥ କମିଟି ବରିଷ୍ଠ ସଦସ୍ୟ ନବୀନ ରାମ, ଡାହୁକ କୃଷ୍ନ ବିହାରୀ ମହାନ୍ତି , ସାଂସଦ ପ୍ରତିନିଧି ମନୋଜ ଦାସ, ନିରଜ ପଣ୍ଡା, ବିକାଶ ମହାନ୍ତି,ଶିବୁ ଅଗ୍ରଓ୍ବାଲ, କିଶୋର ରଜକ, ଅଭିଷେକ ମହାନ୍ତି,ନିହାରୁ ଵେହେରା ଗୌରବ ଅଗ୍ରଓ୍ବାଲା ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳିତ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

 

Related posts

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

masiha

କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!