ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରୀଡ଼ା ଶିକ୍ଷକ ରାଜ କପୁର ବାରିକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ 

କ୍ରୀଡ଼ା ଶିକ୍ଷକ ରାଜ କପୁର ବାରିକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ 

ଖଡ଼ିଆଳ,୦୧/୦୭(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡା ରାମନାଥ ଉଚ୍ଚ ବିଦ୍ୟା ପୀଠ ର କ୍ରୀଡ଼ା ଶିକ୍ଷକ ରାଜକପୁର ବାରିକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ଯୋଶୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ନୂଆପଡା ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ରାମନାଥ ଉଚ୍ଚ ବିଦ୍ୟା ପୀଠର ପ୍ରଥମ ବ୍ୟାଚ ଛାତ୍ର ପରମେଶ୍ବର ବାରିକ, ବିଦ୍ୟାଳୟ ପରିଚାଲନା କମିଟିର ସଭାପତି ତଥା ଦ୍ୱିତୀୟ ବ୍ୟଚ ଛାତ୍ର ଶ୍ରୀରାମ ସମେନ୍ଦ୍ର ସିଂ ବାରିକ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ତୃତୀୟ ବ୍ୟାଚ ଛାତ୍ର ବିଭୁଦତ ଚଲାନ ଯୋଗଦାନ କରି କ୍ରୀଡ଼ା ଶିକ୍ଷକ ଶ୍ରୀ ବାରିକ କ୍ରୀଡ଼ା କ୍ଷେତ୍ର ଏକ ମାଇଲ ଖୁଣ୍ଟ କ୍ରୀଡ଼ା ଶିକ୍ଷକ ବୋଲି ଅଭିହିତ କରିଥିଲେ। ସୂଚନା ଥାଉକି କ୍ରୀଡ଼ା ଶିକ୍ଷକ ଶ୍ରୀ ବାରିକ ୧୯୮୭ ରେ ବିଦ୍ୟାଲୟ ଆରମ୍ଭ ରୁ ଯୋଗଦାନ କରି ଦୀର୍ଘ ୩୯ ବର୍ଷ ବିଦ୍ୟାଳୟରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ଠାକୁର,ସମେତ ବିଦ୍ୟାଲୟ ରେ ଶିକ୍ଷାଦାନ କରିଥିବା ଫାଉଣ୍ଡର ଶିକ୍ଷକ ମିଲନ କାନ୍ତ ପଣ୍ଡା, ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ବୀରେନ୍ଦ୍ର ନନ୍ଦ, ଫକୀର ମୋହନ ଦାସ, ପ୍ରଧାନ ଶିକ୍ଷକ ଶିକ୍ଷକ ବଦ୍ରିନାଥ ପଣ୍ଡା,ବର୍ତ୍ତମାନ ସହକାରୀ ଶିକ୍ଷକ ଥିବା ସନତ କୁମାର ମୁଣ୍ଡ, ଦିନନାଥ ସାହୁ, ଶିକ୍ଷୟତ୍ରୀ ଅଙ୍କିତା ସାହୁ ଶ୍ରୀ ବାରିକ ବିଷୟ ରେ ନିଜ ନିଜ ମତ ରଖି ଥିଲା। ସହକାରୀ ଶିକ୍ଷକ ସନତ କୁମାର ମୁଣ୍ଡ ଅତିଥି ମାନଙ୍କୁ ଆବାହନ କରିଥିବା ବେଳେ ହାଇକୋର୍ଟ ଆଇନଜୀବୀ ବିଭୁଦତ ଚଲାନ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମ ବ୍ୟାଚ ଛାତ୍ରୀ ଗୀତାଞ୍ଜଳି ଚଲାନ,ମଞ୍ଜୁମାଲା ବିଶି, ସମେତ ଛାତ୍ରୀ ଦିବ୍ୟରାଣୀ ବାରିକ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ପରେ ଶ୍ରୀ ବାରିକ ଙ୍କୁ ଛାତ୍ର ଛାତ୍ରୀ ଅଭିଭାବକ ଅଭିଭାବିକା ଶିକ୍ଷକ ଶିକ୍ଷୟତ୍ରୀ ଉପହାର ମାନ ପ୍ରଦାନ କରିଥଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଚତୁର୍ଥ କର୍ମଚାରୀ ଲିଙ୍ଗରାଜ ବେହେରା, ସୁରେଶ ମାଝୀ ସହଯୋଗ କରିଥିଲେ।

Related posts

ତେଲେଙ୍ଗାନା ରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା,ଗାଁରେ ପହଞ୍ଚିଲା…. ଶବ ବଇନା ଟଙ୍କା ପାଇଁ ବନ୍ଧାପଡିଛନ୍ତି ବୃଦ୍ଧ

masiha

କୋଣାର୍କ ମହୋତ୍ସବ: ବାଲୁକା କଳାରେ ‘ମାଣବସା’

masiha

ସଂକ୍ରାନ୍ତି ପୁରୁଷ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!