ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ମନର ଦେବତା ଆସିବ କି ଥରେ

   କରି ବିଶ୍ଵ ସଚେତନ

ଅଜ୍ଞାନ ଦୂରଇ ଜ୍ଞାନ କୁ ପ୍ରବେଶ

   ସର୍ବ ଦିଅ ମହାଜ୍ଞାନ।

ଅନ୍ଧର ବିଶ୍ବାସ ବସବତୀ ହୋଇ

    ଅନୀତି କରୁଛି ନିତି

ନ୍ୟାୟ କୁ ଅନ୍ୟାୟ ବୁଝିପାରୁ ନାହଁ

    ସଂସ୍କୃତି କରୁଛି କ୍ଷତି।

ବୁଧି ଦିଅ ପ୍ରଭୁ ଶୁଦ୍ଧି ଦିଅ ପ୍ରଭୁ

    ମାରଜିତ ହେଉ ଜନ  

ଦୁଃଖ କଷ୍ଟ ସହି ସୁଖରେ ଜୀବନ

   ପ୍ରଭୁଙ୍କୁ କର ସମ୍ମାନ।

ପ୍ରଭୁ ଉପାସନା କରୁଥିଲେ ନିତି

    ସୁସ୍ଥ ରହିବ ଜୀବନ

ଧ୍ୟାନ ଯୋଗ ଜପ ସ୍ମୃତି ଶକ୍ତି ବୁଧି

   ଖୁସି ଥିବ ଆମ ମନ।

ଦର୍ପଣ ଆଗରେ ଠିଆହୋଇ ଥରେ

    ପ୍ରଭୁ ଙ୍କୁ ଦର୍ଶନ କର

ଭକତି ଭାବରେ ଦେଖା ଦେବେ ହରି

   ସେ ଆମ ପ୍ରାଣ ଈଶ୍ୱର।

ଭଜିଲେ ପାଇବୁ ନ ଭଜିଲେ ବୋକା

    ଦେଖା ଦିଗ ଅନ୍ଧକାର

ମାୟା ଜାଲେ ପଡ଼ି ଘାଣ୍ଟି ହେଉଥାଏ

     ମାୟାଟି ଅଟେ ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

Sunil Chandra Nayak

ଭାରସାମ୍ୟ ହରାଇ ଘର ଭିତରକୁ  ଧସେଇ ପଶିଲା କାର, ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!