ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନରେ ଶୁଖାଇଲା – ଜୁଲାଇକୁ ଭରଷା

ଜୁନରେ ଶୁଖାଇଲା – ଜୁଲାଇକୁ ଭରଷା

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାର ଚାଷୀଙ୍କ ପାଇଁ ସାଂଘାତିକ ସ୍ଥିତି l ଜୁନ୍ ମାସରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବା ବେଳେ ଚାଷୀଙ୍କ ଭରଷା ଜୁଲାଇ ମାସ l ଏଲ ନିନୋ ପ୍ରଭାବରେ ନୂଆପଡ଼ା ଜିଲ୍ଲାରେ ଜୁନ୍ ମାସରେ କମ୍ ବର୍ଷା ହୋଇଛି l ଜୁନ ମାସରେ ପ୍ରାକ୍ ମୌସୁମୀ ବର୍ଷାରେ ଚାଷୀମାନେ ଚାଷ ବାସ କାମ ଆରମ୍ଭ କରି ଦେଇଥାନ୍ତି l କିନ୍ତୁ ଚଳିତ ବର୍ଷ କାଁ ଭାଁ କିଛି ଅଞ୍ଚଳରେ କାଳ ବୈଶାଖୀ ବର୍ଷା ହେବାରୁ ଚାଷୀମାନେ ଜମିରେ ହଳ ଲଙ୍ଗଳ କରିଛନ୍ତି l କିନ୍ତୁ ଜୁନ୍ ମାସରେ ନୂଆପଡ଼ା ଜିଲ୍ଲାରେ ଆଉ ଦେଖା ଯାଉ ନାହିଁ କଳାହାଣ୍ଡିଆ ମେଘ l ନିଖୋଜ ହୋଇ ଯାଇଛି ମୌସୁମୀ l ଚିନ୍ତାରେ ଚାଷୀ l ଜୁନ ମାସରେ ନୂଆପଡ଼ା ଜିଲ୍ଲାରେ ହାରାହାରି ୧୭୭.୨ ମିମି ବୃଷ୍ଟିପାତ ହୋଇଥାଏ l ବିଗତ ୨୦୨୦ ମସିହାରେ ଜୁନ ମାସରେ ୨୯୭.୩୮ ମିମି, ୨୦୨୧ରେ ୧୮୧.୩୪ ମିମି,୨୦୨୨ରେ ୧୫୭.୧ ମିମି, ୨୦୨୩ରେ ୧୨୫.୯୬ ମିମି, ୨୦୨୪ରେ ୧୨୮.୩୬ ମୀମି, ୨୦୨୫ରେ ୧୬୮.୬ ମିମି ଓ ଚଳିତ ବର୍ଷ ଜୁନ୍ ମାସରେ ମାତ୍ର ୯୭.୧ ମିମୀ ବୃଷ୍ଟିପାତ ହୋଇଛି l ହାରାହାରି ବୃଷ୍ଟିପାତରୁ ୩୯ ରୁ ୫୯ ଶତକଡା କମ ବର୍ଷା ରେକର୍ଡ ହୋଇଛି l ଜୁନ ମାସ ଚାଷୀଙ୍କୁ ନିରାଶ କରି ଥିବା ବେଳେ ଏବେ ଜୁଲାଇ ମାସ ଚାଷୀଙ୍କ ଭରଷା ହୋଇଛି l ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଜିଲ୍ଲାର ୧ ଲକ୍ଷ ୫୯ ହଜାର ୯୭୦ ହେକ୍ଟର ଜମିରୁ ୯୦ ହଜାର ୪୦୦ ହେକ୍ଟର ଧାନ ଓ ୬୯ ହଜାର ୫୭୦ ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି l ଏଥି ପାଇଁ ୬୫୦୦ କ୍ଵିଣ୍ଟାଲ ବିହନ ଧାନ ଟାର୍ଗେଟ କରିଥିଲା, ଜୁନ ଶେଷ ସୁଦ୍ଧା ୫୭୬୪ କ୍ଵିଣ୍ଟାଲ ବିହନ ଧାନ ବିକ୍ରି ହୋଇ ଯାଇଛି l ଯେହେତୁ ଚଳିତ ବର୍ଷ ବୃଷ୍ଟିପାତ କମ୍ ହେବାର ସମ୍ଭାବନା ଅଛି, ଚାଷୀମାନେ ସ୍ୱଳ୍ପ ଦିନିଆ ଧାନ ଚାଷ ଓ ଅଣ ଧାନ ଚାଷୀକୁ ଗୁରୁତ୍ଵ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ କହିଛନ୍ତି lଏବେ ନୂଆପଡ଼ା ଜିଲ୍ଲାର ଚାଷୀଙ୍କୁ ଭରଷା ଜୁଲାଇ ମାସରେ ବର୍ଷା l ଜୁଲାଇ ନିରାଶ କଲେ ଚାଷୀର ଅଣ୍ଟା ଭାଙ୍ଗି ଯିବ l

Related posts

ଜିଲ୍ଲାପାଳ ଦଶରଥପୁର ବ୍ଲକ ଥାଲକୁଡ଼ି ଓ ପାଲଟପୁର ପଞ୍ଚାୟତ ବୁଲି ସ୍ଥିତି ପରଖିଲେ ଉପଲବ୍ଧ ସ୍ବାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ, ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦେଲେ 

masiha

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ l “ପ୍ରଚାର କରିବେ ସରକାରଙ୍କ ବିଭିନ୍ନ ଯୋଜନାର

masiha

ରାୟଗଡା ଜିଲ୍ଲାରେ ମେଟ୍ରିକ୍ ଫଳାଫଳ ୯୭.୩୩ % ,  କୋରାପୁଟ ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ପରୀକ୍ଷା ଫଳ , କୋରାପୁଟରେ ୯୨.୮୩ ପ୍ରତିଶତ

masiha

Leave a Comment

error: Content is protected !!