ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଯୋଗାଣ ସହାୟକ ସଂଘର ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ 

ବ୍ଲକ ଯୋଗାଣ ସହାୟକ ସଂଘର ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ 

ନର୍ଲା /୪/୭/୨୭  ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ର ନିର୍ଦେଶ କ୍ରମେ ବ୍ଲକ ଯୋଗାଣ ସହାୟକ ସଂଘ ବିଡ଼ିଓ ଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି l ସେମାନେ ଦୀର୍ଘ ୧୪ ବର୍ଷ କାର୍ଯ୍ୟ ସମ୍ପୂର୍ଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନେ ସରକାରୀ ଚାକିରୀ ର କୌଣସି ସୁବିଧା ପାଇ ପରି ନାହାନ୍ତି। ସେମାନେ ଗ୍ରାଜୁଏଟ ସ୍ନାତକ ଡିଗ୍ରୀ ହାସଲ କରି ପଞ୍ଚାୟତ ରେ ଯୋଗାଣ ସହାୟକ ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ପଞ୍ଚାୟତ ର ରାସନ ସାମଗ୍ରୀ ବଣ୍ଟନ ସହିତ ପଞ୍ଚାୟତ ର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ବେଳେ ସରକାର ଙ୍କ ଉଦାସୀନତା ଯୋଗୁଁ ପରିବାର ପ୍ରତି ପୋଷଣ ରେ ବହୁତ ଅସୁବିଧା ହେଉଥିବା କଥା ବିଡ଼ିଓଙ୍କୁ ଜଣାଇଛନ୍ତି । ଆଜି ବିଡ଼ିଓ ଙ୍କ ମାଧ୍ୟମରେ ୯ ତାରିଖ ଯାଏଁ କେବଳ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ରେ ମିଳୁ ଥିବା ଚାଉଳ ବଣ୍ଟନ କରିବେ ଏବଂ କେନ୍ଦ୍ର ସରକାର ଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ମିଳୁ ଥିବା ଚାଉଳ ଜୁଲାଇ ଓ ଅଗଷ୍ଟ ମାସର ବଣ୍ଟନ କରିବେ ନାହିଁ। ଏବଂ ଯଦି ସରକାର ତାଙ୍କର ନାର୍ଯ୍ୟ ଦାବୀ ଜୁଲାଇ ୯ ତାରିଖ ମଧ୍ୟରେ ପୂରଣ ନ କରନ୍ତି ତାହେଲେ ଜୁଲାଇ ୧୦ ରୁ ସାମୁହିକ ଛୁଟି ରେ ରହିବେ ଏବଂ ଆନ୍ଦୋଳନ ପାଇଁ ରାଜରାସ୍ତା କୁ ଓଲ୍ହାଇବେ। ଆଜି ଜିଲ୍ଲା ସଭାପତି ଶ୍ରୀ ଟଙ୍କଧର ସା ଙ୍କ ନେତୃତ୍ୱ ରେ ନର୍ଲା ବ୍ଲକ ସଭାପତି ପଦ୍ମନାଭ ନାଏକ,ସମ୍ପାଦକ ଚୈତନ୍ୟ ସାହୁ , ଜିତେନ୍ଦ୍ର ସେନାପତି, ଉତ୍ସବ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

 

Related posts

କଳାହାଣ୍ଡି ଜିଲ୍ଲାରେ ରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତ୍ରୟ ମାସିକ ଟାସ୍କ ଫୋର୍ସ ବୈଠକ

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!