ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଦୀ ବାଲିର ଟେଣ୍ଡର ଅନିୟମିତତା

ନୂଆପଡା: ନଦୀ ବାଲିଘାଟ ପ୍ରତ୍ୟେକ ତିନି ବର୍ଷ ରେ ଥରେ ନିଲାମ ହେବାର ନିୟମ ଅଛି । ସେ ଅନୁଯାୟୀ ଚଳିତ ୨୦୨୨ ବର୍ଷ ପାଇଁ ମାର୍ଚ୍ଚ ମାସରେ ନିଲାମ ଶେଷ ହୋଇଯାଇଛି । ବର୍ତ୍ତମାନ ନଦୀ ବାଲିଘାଟ ରାଜସ୍ୱ ବିଭାଗ ଅଧୀନରେ ରହିଛି । ସେହି ଅନୁସାରେ ସରକାର ବିଭିନ୍ନ ନଦୀର ବାଲିଘାଟ ନିଲାମ କରି ରାଜସ୍ବ ଆଦାୟ କରି ଅର୍ଥ ସଂଗ୍ରହ କରି ଆର୍ଥିକ ସ୍ଥିତି ଠୀକ କରିବାକୁ ଉଦ୍ୟମ କରୁଥିବା ବେଳେ କିଛି ଅସାଧୁ ରାଜସ୍ବ କର୍ମଚାରୀ ମାନଙ୍କ ନିଜସ୍ଵ ଲାଭଖୋର ମନୋଭାବ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ନିଜେ ମାଲେମାଲ ହେଉଥିବା ନଜରକୁ ଆସିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ନଦୀ ବାଲିଘାଟ ଖଡ଼ିଆଳ ଅଞ୍ଚଳର ଏକ ପ୍ରମୁଖ ରାଜସ୍ୱ ଆଦାୟ କାରୀ ବାଲିଘାଟ ଅଟେ । ବର୍ତ୍ତମାନ ବାଲିଘାଟର ନିଲାମ ଅବଧି ସାରିଯାଇଛି । ସରକାରୀ ନିୟମ ଅନୁଯାୟୀ ଏହି ବାଲିଘାଟରୁ ଏକ ଟ୍ରିପ ବାଲି ମଧ୍ୟ ଉଠି ପାରିବ ନାହିଁ କିନ୍ତୁ ଗତ ଏପ୍ରିଲ ମାସ ଠାରୁ ଏକ ମାସରୁ ଅଧିକ ଦିନ ହେବ ଏହି ଡୁଆଝର ବାଲିଘାଟରୁ ଦୌନିକ ୧୫ ରୁ ଅଧିକ ଟ୍ରାକ୍ଟର ଲାଗି ଦିନକୁ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ଦିନରାତି ହେଉଛି । କିନ୍ତୁ ଖଡ଼ିଆଳ ରାଜସ୍ୱ (ତହସିଲ) ବିଭାଗ ଚୁପ ରହି ବସିଛି । ବଡ ପରିତାପର ବିଷୟ ବାଲିଘାଟ ଠାରୁ ଡୁଆଝର ରାଜସ୍ୱ କାର୍ଯ୍ୟାଳୟ ଦୁଇଶହ ମିଟର ଦୂରରେ ଅବସ୍ଥିତ କିନ୍ତୁ ସେମାନଙ୍କ ସାମନାରେ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି ହେଲେ କେଉଁ ଉଦ୍ଦେଶ୍ୟ ରଖି ରାଜସ୍ୱ ବିଭାଗ ଚୁପ ରହିଛି ସେନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଏଠାରେ ଡୁଆଝର ଅଞ୍ଚଳର କିଛି ଟ୍ରାକ୍ଟର ମାଲିକ ତହସିଲ କାର୍ଯ୍ୟାଳୟ ବଡ ବଡ କର୍ମଚାରୀ ଓ ସ୍ଥାନୀୟ ରାଜସ୍ବ ଅଧିକାରୀ ମାନଙ୍କୁ ହାତ କରି ବହୁତ ଟଙ୍କାର କାରବାର କରି ନିର୍ଭୟରେ ବାଲି ଚୋରା ଚାଲାଣ କରୁଥିବା ନେଇ ଡୁଆଝର ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏନେଇ ଡୁଆଝର ରାଜସ୍ୱ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ସୁନାନୀଙ୍କୁ ପଚାରିବାରୁ ବାଲି ଚୋରା ଚାଲାଣ ହେଉଥିବ ଆମେ ଦେଖିଲେ ଫାଇନ କରୁଛୁ ବୋଲି ପ୍ରକାଶ କରିଥିଲେ । ଏନେଇ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଙ୍କୁ ପଚାରିବାରୁ ତାହା ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ଦାଇତ୍ଵ ବୋଲି ପ୍ରକାଶ କରିଥିଲେ । ଏଠାରେ ପ୍ରଶ୍ନ ଉଠେ କେଉଁ ଅଧିକାରୀ ମାନଙ୍କ ଛତ୍ରଛାୟାରେ ରହି ସମ୍ପୃକ୍ତ ଟ୍ରାକ୍ଟର ମାଲିକ ଓ ବାଲି ମାଫିଆ ମାନେ ଏକ ମାସରୁ ଅଧିକ ଦିନ ହେଲା ନିର୍ଦ୍ୱନ୍ଦରେ ଖୁଲମ ଖୁଲା ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଛି ତାର ତଦନ୍ତ କରି ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧି ଯିବି ମହଲରେ ଦାବି କର ହେଉଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ସରପଞ୍ଚଙ୍କ ସଂଘଠନ ଗଠନ ଓ କର୍ମକର୍ତ୍ତା ଚୟନ

ସସ୍ମିତେଶ ସାହୁ ଙ୍କ କବିତା ପ୍ରେମ

Leave a Comment

error: Content is protected !!