ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ବନାଞ୍ଚଳ ର ଲଣ୍ଡାଗାଁ ରେ ୪ ହଜାର ବାଉଁଶ ଚାରା ରୋପଣ

ବାଲିଗୁଡା ବନାଞ୍ଚଳ ର ଲଣ୍ଡାଗାଁ ରେ ୪ ହଜାର ବାଉଁଶ ଚାରା ରୋପଣ

ବାଲିଗୁଡା , ତା, ୦୪/୦୭: (ମନିସ): ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ ତମ ବନ ମହୋତ୍ସବ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡା ବନାଞ୍ଚଳ ଖମନଖୋଲ ସେକ୍ସନ ର ଲଣ୍ଡାଗାଁ ବିଟ ର ବନପାଳ ଗିରିଶ ଚନ୍ଦ୍ର ସାହୁ ଙ୍କ ତତ୍ଵାବଧାନରେ ଅନାଗୁଲ ସରଂକ୍ଷିତ ଜଙ୍ଗଲର ବାଉଁଶଖୋଲ ଯୋର ଠାରେ ୭୭ ତମ ବନ ମହୋତ୍ସବରେ ୪ ହଜାର ବାଉଁଶ ଚାରା ରୋପଣ କରାଯାଇଛି । ଏହି ଅଞ୍ଚଳରେ ହାତୀ ମାନଙ୍କ ଚଳପ୍ରଚଳ ପଥ ହୋଇଥିବା ବେଳେ ବାଉଁଶ ସେମାନଙ୍କ ପ୍ରଧାନ ଖାଦ୍ୟ ହୋଇଥିବାରୁ ବନ ବିଭାଗ ପକ୍ଷରୁ ପ୍ରାଥମିକତା ଭିର୍ତ୍ତିରେ ବାଉଁଶ ଗଛ କୁ ପ୍ରାଧାନ୍ୟ ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସାରା ପୃଥିବୀ ରେ ପରିବେଶ ପରିବର୍ତ୍ତନ କୁ ନେଇ ଚିନ୍ତିତ ଥିବା ବେଳେ ଖାଲିଥିବା ସ୍ଥାନ ରେ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ‘ପ୍ରଥମେ ପ୍ରକୃତି ପରେ ମଣିଷ’ ବାର୍ତ୍ତା ଦିଆଯାଇଛି । ବେଳ ଥାଉ ଥାଉ ସୁଧୁରିଯିବା ନଚେତ ମାଡି ଆସିପାରେ ମହାବିପଦ ଏଣୁ ଜଙ୍ଗଲ ସୁରକ୍ଷା ଜରୁରୀ ବୋଲି ଉପସ୍ଥିତ ବନବିଭାଗ ଅଧିକାରୀ,ଲୋକ ପ୍ରତିନିଧି ଓ ବୁଦ୍ଧିଜୀବି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା , ସମାଜ ସେବୀ, ବନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ ୪ ହଜାର ବାଉଁଶ ଚାରା ରୋପଣ କରି ଥିଲେ । ଏହି କାର୍ଯ୍ୟକ୍ରମରେ ବନପାଳ ଗିରିଶ ସାହୁ ,ଫରେଷ୍ଟ ଗାର୍ଡ ଦୀପକ କୁମାର ଖଣ୍ଡଗିରି , ଭିମରାଜ ବେହରଦଲାଇ ,ସମେତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମନୋଜ କୁମାର ସାହୁ , ସଂଜୀବ କୁମାର ବେହେରା ,ଶିକ୍ଷକ ପ୍ରଶାନ୍ତ ନାୟକ ,ସରୋଜ କୁମାର ମଲ୍ଲିକ ,ଦିବ୍ୟଲୋଚନ ମହାରଣା ,ସନ୍ତୋଷ ପ୍ରଧାନ ,ହେମସାଗର କହଁର ,ଜଲନ୍ଧର ପରିଡା ,ସତ୍ୟ ପ୍ରିୟା ନାୟକ ,ସାମ୍ବାଦିକ ସନ୍ତୋଷ କୁମାର ଦାସ , ମନୋରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରି ଚାରା ରୋପଣ କରିଥିଲେ ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ଆୟୋଜିତ

Sunil Chandra Nayak

ପଞ୍ଚଭୂତ ରେ ଲୀନ ହେଲେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା

masiha

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ

masiha

Leave a Comment

error: Content is protected !!