ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆଲୁମନି ଆସୋସିଏସନ ପକ୍ଷରୁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଲୁମନି ଆସୋସିଏସନର ସଭାପତି ଡଃ ସୁମନ ଦତ୍ତ ଓ ସମ୍ପାଦକ ତ୍ରୈଲୋକ୍ୟନାଥ ପାଣ୍ଡେଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ସମ୍ପାଦିକା ମହାନ୍ତି ଓ ଅନ୍ୟାନ୍ୟ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ଆସନ୍ତା ନଭେମ୍ବର ମାସ ୧୪ ଓ ୧୫ ତାରିଖରେ ହେବାକୁ ଥିବା ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କିପରି ଆଡ଼ମ୍ବର ସହକାରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କିପରି ସୁସଂଯୋଜିତ ତଥା ସୂଚାରୁରୂପେ ତୁଲାଯାଇ ପାରିବ ସେଥିପାଇଁ ନିକଟ ଭବିଷ୍ୟତରେ ମହାବିଦ୍ୟାଳୟର ପରିଚାଳନା କମିଟି, ଆଲୁମିନି ଆସୋସିଏସନ ଓ ମହାବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଏକ ତ୍ରିପାକ୍ଷିକ ଆଲୋଚନା କରାଯିବା ପାଇଁ ସ୍ଥିର କରା ଯାଇଥିଲା। ଏହି ସମ୍ପର୍କରେ ଡଃ ଦତ୍ତ, ଶ୍ରୀ ପାଣ୍ଡେ, ଅଧ୍ୟକ୍ଷା ଡଃ ମହାନ୍ତି,ଆଲୁମନି କୁଞ୍ଜବିହାରୀ ରାଉତ ପ୍ରମୁଖ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଏହି ଆଲୋଚନାରେ ଆଲୁମନି ଆସୋସିଏସନ ପକ୍ଷରୁ ସଭାପତି ଡଃ ଦତ୍ତ, ସମ୍ପାଦକ ଶ୍ରୀ ପାଣ୍ଡେଙ୍କ ବ୍ୟତୀତ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ଆରତୀ ଚୈ।ଧୁରୀ, ସଂଗଠକ ସମ୍ପାଦକ ଦେବାଶିଷ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମହାନ୍ତିଙ୍କ ସମେତ ଅଧ୍ୟାପକ ତନ୍ମୟ ରାଜ ପାଢ଼ୀ,ଡଃ ଦିବ୍ୟେନ୍ଦୁ ପଣ୍ଡା, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ,ଅମିତା ଜେନା, ଲକ୍ଷ୍ମୀପ୍ରିୟା ସାହୁ, ଦେବାଶିଷ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଆରତୀ ଚୈଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଦିଲ୍ଲୀରେ ପୁଣିଥରେ ଚମକିଲା ଗଞ୍ଜାମ ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

ସାଧାରଣ ବୈଠକ ଅନୁଷ୍ଠିତ

masiha

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

masiha

Leave a Comment

error: Content is protected !!