ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

ସୀମାରେ ଦେଶର ସୁରକ୍ଷା କରିବା ସହ ସମାଜରେ ଜଣେ କୁନି ଶିଶୁର ଜୀବନ ବଞ୍ଚାଇ ମାନବିକତାର ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ସେନାର ଯବାନ ଇନ୍ଦ୍ରଜୀତ ମାଝୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ମାତ୍ର ଏକ ବର୍ଷ ଛଅ ମାସର ଶିଶୁ ପୃଥିବୀ ନାଏକଙ୍କ ପାଇଁ ଜରୁରୀ ସମୟରେ ରକ୍ତଦାନ କରି ସେ ପୁଣିଥରେ ମାନବ ସେବାର ପରିଚୟ ଦେଇଛନ୍ତି।

ଜୀବନ ମରଣ ସହ ସଂଘର୍ଷ କରୁଥିବା କୁନି ପୃଥିବୀ ନାଏକଙ୍କ ପାଇଁ ଜରୁରୀ ଭାବେ ଦୁର୍ଲଭ AB+ve ରକ୍ତର ଆବଶ୍ୟକତା ଥିଲା। ଏହି ସମୟରେ ଭାରତୀୟ ସେନାର ଯବାନ ଇନ୍ଦ୍ରଜୀତ ମାଝୀ ନିଜର ସମାନ ରକ୍ତ ଗ୍ରୁପ୍ ଥିବାରୁ ତୁରନ୍ତ ରକ୍ତଦାନ କରି ଶିଶୁଟିର ଜୀବନ ବଞ୍ଚାଇବାରେ ସହଯୋଗ କରିଥିଲେ। ଦେଶର ସୀମାରେ ସୁରକ୍ଷା ଦେବା ସହ ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରି ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଏହା ପ୍ରଥମ ଥର ନୁହେଁ। ଇନ୍ଦ୍ରଜୀତ ମାଝୀ ଏହା ପୂର୍ବରୁ ମଧ୍ୟ ୬ ଥରରୁ ଅଧିକ ରକ୍ତଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ତାଙ୍କ ଏହି ମହାନ ସେବାଭାବ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। “ରକ୍ତଦାନ ହିଁ ମହାଦାନ” ବାର୍ତ୍ତାକୁ ସେ ନିଜ କାର୍ଯ୍ୟ ମାଧ୍ୟମରେ ସାର୍ଥକ କରିଛନ୍ତି। ବୀର ଯବାନ ଇନ୍ଦ୍ରଜୀତ ମାଝୀଙ୍କ ଏହି ମହାନ ମାନବିକ କାର୍ଯ୍ୟ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ପ୍ରେରଣାର ବିଷୟ ପାଲଟିଛି। 

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ପୃଥିବୀ ଦିବସ ପାଳିତ

Sunil Chandra Nayak

ତେରେସିଂହା କଲେଜ୍ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

masiha

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

Leave a Comment

error: Content is protected !!