ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର ଓକିଲ ସଂଘ ଦ୍ବାରା ଆୟୋଜିତ ୨ୟ ଏବିସିସି କ୍ରିକେଟ କପ ୨୦୨୨ ଉଦଯାପିତ

ଆନନ୍ଦପୁର ଓକିଲ ସଂଘ ଦ୍ବାରା ଆୟୋଜିତ ୨ୟ ଏବିସିସି କ୍ରିକେଟ କପ ୨୦୨୨ ସ୍ଥାନୀୟ ଘଷିପୁରା ବ୍ଲକ ଖେଳପଡିଆରେ ଉଦଯାପିତ ହୋଇଯାଇଛି। ୨୦-୨୦ ଓଭର ମ୍ୟାଚ ବିଶିଷ୍ଟ ଏହି ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚ ଆନନ୍ଦପୁର ଓକିଲ ସଂଘ ବାର୍ – ୧୧ ବନାମ ସିଭିଲ କୋର୍ଟ ବେଞ୍ଚ – ୧୧ ମଧ୍ୟର ଅନୁଷ୍ଠିତ ହୋଇଥିଲା। ବେଞ୍ଚ-୧୧ ର ଅଧିନାୟକ ଅତିରିକ୍ତ ଜିଲ୍ଲା ଦୌରାଜଜ ରଞ୍ଜନ କୁମାର ସୁତାର ଓ ବାର-୧୧ର ଅଧିନାୟକ ତଥା ଓକିଲ ସଂଘର ସଭାପତି ଦୟାନିଧି ଦାଶ ଟସ୍ ପକାଇବାକୁ ପ୍ରଥମେ ପଡିଆ ମଧ୍ୟକୁ ପ୍ରବେଶ କରି ମ୍ୟାଚ ର ଉଦଘାଟନ କରିଥିଲେ।ବେଞ୍ଚ-୧୧ ଟସ୍ ଜିତି ପ୍ରଥମ ପାଳି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ନିର୍ଧାରିତ ଓଭରରେ ୨୫୦ ରନ୍ କରିଥିଲେ ଏବଂ ଵାର୍ – ୧୧କୁ ୧୮ ଓଭର ମଧ୍ୟରେ ସମସ୍ତ ଉଇକେଟକୁ କରାୟତ୍ତ କରି ୨୧୭ ରନ୍ ରେ ସୀମିତ ରଖିଥିଲେ।ବେଞ୍ଚ-୧୧ ବାର -୧୧କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଚିତ ରଂଜନ ଦାଶ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ବ୍ରଜବନ୍ଧୁ ସାହୁ, ବରେଣ୍ୟ ଅତିଥି ଭାବେ ଆନନ୍ଦପୁର ସିଭିଲ କୋର୍ଟ ସବ୍ ଜଜ୍ ମହେଶ୍ବେତା ପରିଜା,ଏସ୍ ଡି ଜେ ଏମ୍ ରଶ୍ମୀରେଖା ପାତ୍ର, ଘଷିପୁରା ନ୍ଯାୟାଧିକାରୀ ଈଶା ପାଟ୍ଟୀ, ହାଟଡିହି ଜେଏମ ଏଫ୍ ସି ପ୍ରତିମା ସାହୁ,ଅନ୍ୟତମ ଅତିଥି ଭାବରେ ପୁର୍ବତନ ସଭାପତି ସଞ୍ଜୟ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପଟ୍ଟନାୟକ, କିଶୋର ଚକ୍ର, ବାଇଧର ସେଠୀ, ହେମରଞ୍ଜନ ବେହେରା ଓ ହୃଦାନନ୍ଦ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।କୋଭିଡ -୧୯ ମହାମାରୀ ଓ କରୋନା କଟକଣା ଯୋଗୁଁ ଦୀର୍ଘଦିନ ର ବ୍ୟବଧାନ ପରେ ବାର୍ ଓ ବେଞ୍ଚ ତଥା ଓକିଲସଂଘ ଓ ବେଞ୍ଚ ବିଚାରପତି ଓ କୋର୍ଟ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ, ଭାଇଚାରା ସମ୍ପର୍କ ଓ ସଦ୍ଭାବ ର ସୁରକ୍ଷା ତଥା ବନ୍ଧୁତ୍ବପୂର୍ଣ ମନୋଭାବ ପୋଷଣ ନିମନ୍ତେ ଆୟୋଜିତ ଏହି ମ୍ୟାଚ ରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ବେଞ୍ଚ-୧୧ର କ୍ୟାପଟେନ ଚମ୍ପିୟାନ ଟ୍ରଫି ମୁଖ୍ୟଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ବ୍ରଜବନ୍ଧୁ ସାହୁ ରନର୍ସ ଅପ ବାର-୧୧ ଦଳର ଅଧିନାୟକ ଦୟାନିଧି ଦାଶଙ୍କୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ। ବରେଣ୍ୟ ଅତିଥି ସବ୍ ଜଜ୍ ମହେଶ୍ବେତା ପରିଜା, କୋର୍ଟ କର୍ମଚାରୀ ଚନ୍ଦନ ପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ର ଟ୍ରଫି ପ୍ରଦାନ କରିଥିଲେ।ବେଷ୍ଟ ବୋଲର ଭାବେ ଆନନ୍ଦପୁର ଜେ ଏମ୍ ଏଫ୍ ସି ପ୍ରବୀଣ କୁମାର ହୋତା,ବେଷ୍ଟ ବ୍ୟାଟ୍ସ ମ୍ୟାନ ଘନଶ୍ୟାମ ଜେନା, ବେଷ୍ଟ ଫିଲ୍ଡର ଦୀପକ ସିଂ ଙ୍କୁ ପୁରଷ୍କୃତ କରାଯାଇଥିଲା।କ୍ରୀଡା ନିୟନ୍ତ୍ରକ ଓ ନିର୍ଦ୍ଦେଶକ ଭାବେ ରାଜ୍ୟସ୍ତରୀୟ ଅମ୍ପାୟାର ବୁଲୁ ପଟ୍ଟନାୟକ, ସୁନିଲ୍ କୁମାର ସ୍ବାଇଁ, ଦାମୋଦର ସାହୁ ଏବଂ କ୍ରୀଡା ପରିଚାଳନାରେ ଓକିଲସଂଘ ସମ୍ପାଦକ ହେମନ୍ତ ମଲିକ, ଭାଗୀରଥି ଦାଶ, ଅମର ମହାପାତ୍ର, ଶିବ ଶଙ୍କର ସାହୁ,ସୁବାଷ ବିଶ୍ବାଳ, ଭୁବନେଶ୍ୱର ଯେନା, ସୁବାଷ ତ୍ରୀପାଠୀ, ମାନସ ହୋତା ପ୍ରମୁଖ ସହଯୋଗ କରିଥିଲେ।ଆଇନଜୀବୀ ଅମ୍ଲାନ ଯେନା, ରବିନ୍ଦ୍ର ଯେନା, ଅଶୋକ ସେଠୀ, ଚର୍ତୁଭୁଜ ଯେନା,କୋର୍ଟ କର୍ମଚାରୀ ସୁଜିତ ମିଶ୍ର ଭାଷ୍ୟାକାର ଭାବେ କ୍ରମାଗତ ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ରୀଡ଼ାରେ ସମସ୍ତ ଆଇନଜୀବୀ, ମୋହରୀର, କୋର୍ଟ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ରୂପସୀ ଋତୁପର୍ଣ୍ଣା

Sunil Chandra Nayak

ନୂଆପଡା ଘଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

କୂଅ ସଫାଇ କରୁ କରୁ ଟଳି ପଡିଲେ ଶଶୁର, ଜ୍ୱାଇଁ ଗୁରୁତର

Leave a Comment

error: Content is protected !!