ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଗାଁ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ଧାରଣ

କେଗାଁ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ଧାରଣ

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ଚଳିତ ବର୍ଷ ବେଆଇନ ଭାବେ ଆରମ୍ଭ ହୋଇଥିବା ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତରଣ କରିବା ଦାବୀରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ବିଦେଶୀ ମଦ ଦୋକାନ ସମ୍ମୁଖରେ ଧାରଣରେ ବସିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଏ ଯେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବିଦେଶୀ ମଦ ଦୋକାନ ଲଟେରି ମାଧ୍ୟମରେ ଛତିଶଗଡ ରାଜ୍ୟ ନୂଆ ରାୟପୁରର ଅଭିନାଶ ସିଂ ନାମକ ଜୈନକ ବ୍ୟକ୍ତି କେଗାଁ ବିଦେଶୀ ମଦ ଦୋକାନ ୩ ବର୍ଷ ପାଇଁ ଲିଜରେ ନେଇଛନ୍ତି । କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ସ୍ଥାନିୟ ଅଞ୍ଚଳର କେତେକ ଯୁବକଙ୍କୁ ହାତବାରିସି କରି କେଗାଁ ମଧ୍ୟ ଭାଗରେ ବିଦେଶୀ ମଦ ଦୋକାନ ଆରମ୍ଭ କରିଛନ୍ତି । ପୂର୍ବରୁ ଗ୍ରାମ ମଧ୍ୟରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଗ୍ରାମବାସୀ ପ୍ରବଳ ବିରୋଧ କରିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଗ୍ରାମ ମଧ୍ୟରେ ନଖୋଲିବାକୁ ଅନୁରୋଧ କରିଥିଲେ ସୁଦ୍ଧା ଗ୍ରାମବାସୀଙ୍କ କଥାକୁ ନସୁଣି ସଂପୃକ୍ତ ବ୍ୟକ୍ତି ଗ୍ରାମ ମଧ୍ୟରେ ଏକ ଯାଗାରେ ବିଦେଶୀ ମଦ ଦୋକାନ ପାଇଁ ଘର କାର୍ଯ୍ୟ ଆରମ୍ଭ କରୁଥିବା ଦେଖି ଗ୍ରାମବାସୀ ଏନେଇ କଳାହାଣ୍ଡି ଜିଲ୍ଲାପାଳ,ଅବକାରୀ ଅଧିକ୍ଷକ,ଧର୍ମଗଡ ଉପଜିଲ୍ଲାପାଳ,ଗୋଲାମୁଣ୍ଡା ତହସିଲଦାର,ଧର୍ମଗଡ ଅବକାରୀ ବିଭାଗ,କେଗାଁ ଥାନାରେ ଉକ୍ତ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରଣ ଦାବୀରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭୃକ୍ଷେପ ନକରି ଗତକାଲିଠାରୁ ଉକ୍ତ ଯାଗାରେ ବିଦେଶୀ ମଦ ଦୋକାନ ଆରମ୍ଭ ହୋଇଥିବାରୁ ଆଜି ସକାଳ ସମୟରୁ ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନ ଓ ଗ୍ରାମବାସୀ ଉକ୍ତ ବିଦେଶୀ ମଦ ଦୋକାନ ସମ୍ମୁଖରେ ଧାରଣାରେ ବସିଛନ୍ତି । ଉକ୍ତ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରଣ ନହେବା ପାର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଉକ୍ତ ବିଦେଶୀ ମଦ ଦୋକାନ ଗ୍ରାମ ମଧ୍ୟରେ ଥିବା ବେଳେ ଅତି ନିକଟରେ କେଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ,ମୁଖ୍ୟ ରାସ୍ତା,କେଗାଁ ବଜାର ଓ ସପ୍ତାହିକ ହାଟ ଅଛି । ବିଗତ ଦିନରେ ଉକ୍ତ ଅଞ୍ଚଳରେ ମଦୁଆମାନଙ୍କ ପ୍ରାଦୁର୍ଭାବ ଅଧିକ ଥିବା ବେଳେ ଗାଁ ମଧ୍ୟରେ ଉକ୍ତ ମଦ ଦୋକାନ ଆରମ୍ଭ ହୋଇଥିବାରୁ ଧିରେ ଧିରେ ମଦୁଆମାନଙ୍କ ପ୍ରାଦୁର୍ଭାବ ବଢି ମୁଖ୍ୟ ରାସ୍ତା ଦେଇ ଯିବା ଆସିବା ମୁସ୍କିଲ ହେବା ସହିତ ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀ ସୁରକ୍ଷୀତ ମଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣାସ୍ଥଳୀକୁ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀ ଆସିନଥିବା ବେଳେ କେବଳ କେଗାଁ ପୋଲିସ ଉପସ୍ଥିତ ଅଛି l

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ କୋରାପୁଟରେ ପେନସନ ଅଦାଲତ,ଦୁଇ ଜିଲ୍ଲାରୁ ୮୧ ଜଣ ପେନସନଧାରୀ ପଞ୍ଜୀକୃତ 

masiha

ତୁରେକେଲା ରେ ହିଟ୍ ଆଣ୍ଡ ରନ୍: ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଗୁରୁତର 

Sunil Chandra Nayak

2nd YUVA summer camp was organized by Patang

Leave a Comment

error: Content is protected !!