ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ତମ ବନ ମହୋତ୍ସବ ଅବସରରେ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

୭୭ତମ ବନ ମହୋତ୍ସବ ଅବସରରେ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

୭୭ତମ ବନ ମହୋତ୍ସବ ଅବସରରେ କଳାହାଣ୍ଡି ବନ ବିଭାଗ ପକ୍ଷରୁ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନ ର ସହଯୋଗ ରେ ଭବାନୀପାଟଣାସ୍ଥିତ ନରେଙ୍ଗଖୋଲା ଠାରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ୫୧ ଜଣ ଉତ୍ସାହୀ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବକ, ଡଃ ଆଦିତ୍ୟ କୁମାର ପଟ୍ଟନାୟକ, ଅଧ୍ୟକ୍ଷ, ବିକାଶ ଡିଗ୍ରୀ କଲେଜ; ଡଃ ସୁଦୀପ୍ତ କୁମାର ଜ|ନା, ଅଧ୍ୟକ୍ଷ, ସରସ୍ୱତୀ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ; ଡଃ ଏସ୍. ଗୋପୀନାଥ, ଅଧ୍ୟକ୍ଷ, ବିକାଶ ନର୍ସିଂ କଲେଜ; ଶ୍ରୀ କୁମାର ମନ୍ଥନ ସାହୁ, YRC କାଉନସେଲର; ଶ୍ରୀ ରାମ ଚନ୍ଦ୍ର ସାହୁ, NSS ପ୍ରୋଗ୍ରାମ ଅଫିସର; ତଥା ଅଧ୍ୟାପକ ଓ କର୍ମଚାରୀମାନଙ୍କ ସହ ଯୋଗଦେଇ ପରିବେଶ ସଂରକ୍ଷଣ ଓ ନିରନ୍ତର ବିକାଶ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବୌଦ୍ଧ ବିଧାୟକ ଶ୍ରୀ ସରୋଜ ପ୍ରଧାନ, ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ, କଳାହାଣ୍ଡି ବନମଣ୍ଡଳ ଅଧିକାରୀ (DFO) ଶ୍ରୀ ପ୍ରଭାକର ବର୍ମା, ସହକାରୀ ବନ ସଂରକ୍ଷକ (ACF) ସୁଶ୍ରୀ ଲିଲି ଅମର୍ତ୍ୟା, ରେଞ୍ଜ ଅଫିସର ସୁଶ୍ରୀ ରେଖାରାଣୀ ମହାପାତ୍ର, ଫରେଷ୍ଟର ଶ୍ରୀ ବିଶିକେଶନ କରୁଆଁଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଫରେଷ୍ଟ ଗାର୍ଡମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗରିମାମଣ୍ଡିତ କରିଥିଲେ। ଉପସ୍ଥିତ ଅତିଥିମାନେ ବନ ମହୋତ୍ସବର ମହତ୍ତ୍ୱ, ବୃକ୍ଷରୋପଣର ଆବଶ୍ୟକତା, ଜୈବ ବିବିଧତାର ସଂରକ୍ଷଣ, ପରିବେଶର ସନ୍ତୁଳନ ରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ସମସ୍ତଙ୍କ ସାମୂହିକ ଭୂମିକା ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତି ସୁରକ୍ଷା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।ଏହି କାର୍ଯ୍ୟକ୍ରମ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ପରିଚାଳନା ପରିଷଦଙ୍କ ଦୂରଦର୍ଶୀ ନେତୃତ୍ୱ ଓ ପ୍ରେରଣାରେ ସଫଳତାର ସହ ଆୟୋଜିତ ହୋଇଥିଲା।

ପୂର୍ବରୁ ୪ ଜୁଲାଇ ୨୦୨୬ ତାରିଖରେ ବନ ମହୋତ୍ସବ ସପ୍ତାହ ଅବସରରେ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ନିଜସ୍ୱ ପରିସର ମଧ୍ୟରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନା ପରିଷଦର ସଦସ୍ୟବୃନ୍ଦ, ତିନୋଟି ଅନୁଷ୍ଠାନର ଅଧ୍ୟକ୍ଷମାନେ, YRC କାଉନସେଲର , NSS ପ୍ରୋଗ୍ରାମ ଅଫିସର, ଅଧ୍ୟାପକ, ଅଣ-ଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଯୋଗଦେଇ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରିଥିଲେ। ଏହି ପଦକ୍ଷେପ ସବୁଜ, ସ୍ୱଚ୍ଛ ଓ ପରିବେଶ ଅନୁକୂଳ କ୍ୟାମ୍ପସ ଗଠନ ସହିତ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସଚେତନତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଥିଲା।

ଏହି କାର୍ଯ୍ୟକ୍ରମ ଉଭୟ କଳାହାଣ୍ଡି ବନ ବିଭାଗ ଓ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ପରିବେଶ ସଂରକ୍ଷଣ, ସାମାଜିକ ଦାୟିତ୍ୱ ଏବଂ ଜନସହଭାଗିତା ପ୍ରତି ଥିବା ଦୃଢ଼ ସଂକଳ୍ପର ଏକ ଉଜ୍ଜ୍ୱଳ ନିଦର୍ଶନ। ବୃକ୍ଷରୋପଣ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ପରିଚାଳନା ପରିଷଦ ସଦସ୍ୟମାନେ ମିଳିତ ଭାବେ ଏକ ସବୁଜ, ସୁସ୍ଥ, ସ୍ୱଚ୍ଛ ଓ ସ୍ଥାୟୀ ଭାରତ ଗଠନ ପାଇଁ ନିଜମାନଙ୍କର ଦୃଢ଼ ସଂକଳ୍ପକୁ ପୁନର୍ବ୍ୟକ୍ତ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କୋରାପୁଟ ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବନ୍ଧୁଗାଁ ବ୍ଲକ ଗସ୍ତ ୪ ଟି ସ୍ଥାନରେ ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

କେନ୍ଦ୍ରୀୟ ସି.ଆର.ଏମ ଟିମ୍ ର ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ 

Sunil Chandra Nayak

ରାଜ୍ୟ ଅଙ୍ଗନୱାଡ଼ି ସଂଘ ଧାରଣାରେ କଳାହାଣ୍ଡି ର ଶତାଧିକ ଯୋଗଦାନ

masiha

Leave a Comment

error: Content is protected !!