ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେଗାଁରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ: ଯୋଗଦେଲେ ମଣ୍ଡଳ ପ୍ରଭାରୀ ବିନ୍ଦୁ ମହାନନ୍ଦ

କେଗାଁରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ: ଯୋଗଦେଲେ ମଣ୍ଡଳ ପ୍ରଭାରୀ ବିନ୍ଦୁ ମହାନନ୍ଦ

ଗୋଲାମୁଣ୍ଡା,୭।୭: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ କେଗାଁ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟି ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ କରଂଜକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମଣ୍ଡଳ ପ୍ରଭାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି।କରଂଜକୋଟ ଠାରେ ଆୟୋଜିତ ଏହି ସାଙ୍ଗଠନିକ ଆଲୋଚନା ଚକ୍ରରେ ଦଳର ବହୁ ବରିଷ୍ଠ ନେତୃତ୍ୱ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏଥିରେ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ସିଂ, ଚମ୍ପାବତୀ ସାହୁ, ମନୋଜ ଅଗ୍ରୱାଲ,ବିକାଶ ସାହୁ ଏବଂ ଦୁରୁଦାକ୍ଷ୍ୟ ପୁଟେଲଙ୍କ ସମେତ ମଣ୍ଡଳ ସ୍ତରୀୟ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ଦଳୀୟ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

Related posts

କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ଉଦ୍ୟେଶ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

masiha

ନକଲି ମଦ କରବାର ରେ ଗିରଫ ହୋଇଥିବା ବିଜେଡି ନେତା ଙ୍କୁ ବିରୋଧ କରି ବିଜେପି ପକ୍ଷ ରୁ କୁଶ ପୁତ୍ତଳିକା ଦାହ 

Sunil Chandra Nayak

Leave a Comment

error: Content is protected !!