ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ସହିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି ଡକ୍ଟର କୃପାସିନ୍ଧୁ ନାୟକ ଏବଂ ଡକ୍ଟର ଅଶ୍ବିନୀ କୁମାର ରାୟ ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ଆଲୋଚ୍ୟ ପ୍ରସଙ୍ଗ “ସାହିତ୍ୟର କାନ୍‍ଭାସରେ ପ୍ରକୃତି ଓ ମାନବ” ଶୀର୍ଷକ ଉପରେ ଆଲୋଚନା କରିଥିଲେ। ଆଲୋଚନାର ପ୍ରାରମ୍ଭିକ ଅଭିଭାଷଣରେ ଆବାହକ ଶ୍ରୀ ମହାପାତ୍ର ଏକବିଂଶ ଶତାବ୍ଦୀର ମଣିଷର ଜୀବନ ଶୈଳୀ, ଶିଳ୍ପ ସଭ୍ୟତାର ବିକାଶ ନିମନ୍ତେ ବ୍ୟାପକ ଜଙ୍ଗଲ ଧ୍ବଂସ , କଂକ୍ରିଟ ଜଙ୍ଗଲ ସୃଷ୍ଟି, ବୃକ୍ଷ ଛେଦନ କିପରି ପାରିବେଶିକ ଅସୁନ୍ତଳତା ସୃଷ୍ଟିକରି, ମାନବ ସଭ୍ୟତାକୁ ଧ୍ଵସଂମୁଖକୁ ଟାଣି ନେଉଛି ସେ ସମ୍ପର୍କରେ ଧାରଣା ପ୍ରଦାନ ଦେବା ସହ ତତ୍‌ ସଂପର୍କରେ କବି ଓ ଲେଖକ ମାନେ ଲେଖନୀ ଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟବକ୍ତା ଡଃ ରାୟ ସାହିତ୍ୟରେ ମଧ୍ୟଯୁଗୀୟ କାବ୍ୟ କବିତା ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଗଳ୍ପ, ଉପନ୍ୟାସ ଓ କାବ୍ୟ କବିତାରେ ଲେଖକମାନେ ପ୍ରକୃତି ଓ ମାନବକୁ ଆଧାର କରି ଯେଉଁ ସବୁ ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି, ସେସଂପର୍କରେ ବିଷଦ ବ୍ୟାଖ୍ୟା କରି ସହୃଦୟତା , ସମାଜ ସଚେତନତା ଓ ସମାଜବାଦ ହିଁ ଏକ ମାନବୀୟ ପ୍ରାକୃତିକ ପରିବେଶ ସୃଷ୍ଟି କରି ପାରିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ ।

ମୁଖ୍ୟଅତିଥି ଡଃ ନାୟକ ଗୋପବନ୍ଧୁ, ରାଧାନାଥ , ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ପ୍ରକୃତିର ଜୀବନ୍ତ ବର୍ଣ୍ଣନା ଭିତରେ ମାନବବାଦ ଓ ଜାତୀୟ ଭାବନା ପରିସ୍ଫୁଟିତ ହୋଇ ମାନବ ଜାତିକୁ କିପରି ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ସେମାନଙ୍କର ଲେଖନୀ ଚଳଚଞ୍ଚଳ ଥିଲା,ତତ୍‍ସଂପର୍କରେ ଆଲୋକପାତ କରିଥିଲେ ।

ସଭାପତି ଶ୍ରୀ ପତି ସମଗ୍ର ବକ୍ତବ୍ୟର ନିର୍ଯ୍ୟାସ ଉପସ୍ଥାପନ ପୂର୍ବକ ପ୍ରକୃତି ଓ ମାନବର ଭାତୃଭାବ ପ୍ରଗତିଶିଳ ଯୁଗପରି ତିଷ୍ଠି ରହିଲେ ,ଏ ଯୁଦ୍ଧଧ୍ବାନ୍ତ ମାନବ ସଭ୍ୟତା ଅନେକ କାଳ ପର୍ଯ୍ୟନ୍ତ ବଞ୍ଚିରହିବ ଏବଂ କବି ଓ ଲେଖକମାନେ ସେମାନଙ୍କ ସାହିତ୍ୟ ମାଧ୍ୟମରେ ହିଁ ଏହି ସଚେତନତା ସୃଷ୍ଟି କରିପାରିବେ ବୋଲି କହିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ 

କବି ଧୋବେଇ ବେହେରାଙ୍କ ସଂଯୋଜନାରେ ସର୍ବଶ୍ରୀ ଡଃ କୃପାସିନ୍ଧୁ ନାୟକ, ଡଃ ଅଶ୍ବିନୀ ରାୟ, ଅଧ୍ୟାପକ ବିଜୟ ରାୟ, ବଳରାମ ରାଉଳ, ପ୍ରତାପ କୁମାର ପଣ୍ଡା, ପରେଶ ବିଶ୍ବାଳ,ବ୍ରଜେନ୍ଦ୍ର ଦାଶ, ବିଜୟିନୀ ଜେନା, ଗୌତମ ଦାସ, ଅଶୋକ ପଟ୍ଟନାୟକ, କବିତା ପତି ପ୍ରମୁଖ କବିତା ପାଠ କରିଥିବାବେଳେ ଗଗନ ବିହାରୀ ଧଳ, ଅକ୍ଷୟ ସାମଲ, ପ୍ରଫୁଲ୍ଲ ସାମଲ, କାଶୀନାଥ ପାତ୍ର, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରବୀର ଦୁବେ, ସୁକାନ୍ତ ଖୁଣ୍ଟିଆ, ଡଃ ନଗେନ ଦାସ, ପୀତବାସ ପ୍ରଧାନ, ଗଙ୍ଗାଧର ପୁହାଣ, ଡଃ ବସନ୍ତ କୁମାର ଦାସ, ମନୋଜ କୁମାର ନନ୍ଦ, ଧନଞ୍ଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ କବି ପ୍ରତାପ କୁମାର ପଣ୍ଡା ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ କାର୍ ଗିଲ୍ ବିଜୟ ଦିବସ ପାଳନ

masiha

ଅନୁଷ୍ଠିତ ହେଲା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

masiha

ବଉଳ ଅମାବାସ୍ୟା ନୀତି ପାଳିତ

masiha

Leave a Comment

error: Content is protected !!