ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ମନିଟରିଂ ଟିମ୍ ଗଠିତ

ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ମନିଟରିଂ ଟିମ୍ ଗଠିତ 

 ନବରଙ୍ଗପୁର:( ୮.୭.୨୦୨୬)(ରବି ନାରାୟଣ ମହାନ୍ତି) ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ସମ୍ପ୍ରତି ଘଟିଥିବା ଅଗ୍ନିଣକାଣ୍ଡ ଘଟଣାକୁ ଦୃଷ୍ଟିରେ ରଖି ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲାରେ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଗ୍ନି ନିରାପତ୍ତା ସଭା ଜିଲ୍ଲାପାଳଙ୍କ ଅଶୋକ ମେହତା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ମନିଟରିଂ, ଏନଫୋର୍ସମେଣ୍ଟ ଏବଂ ମିଳିତ ଦଳ ଗଠନ କରାଯାଇଛି।ଜରୁରୀ କାଳୀନ ବିଭାଗ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୦୩୩୩, ତା. ୦୨.୦୭.୨୦୨୬ ଅନୁଯାୟୀ ଗଠିତ ଏହି ଦଳ ରେ ଉପ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଜରୁରୀକାଳୀନ), ଜିଲ୍ଲା ଅଗ୍ନିଶମ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଅଧିକ୍ଷକ ଯନ୍ତ୍ରୀ , ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏବଂ ଟିପିଏସ୍ଓଡିଏଲ୍ ସମେତ ମୋଟ ୧୨ ଜଣ ବରିଷ୍ଠ ଅଧିକାରୀ ସଦସ୍ୟ ରହିଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କୁ ଅଗ୍ନି ନିରାପତ୍ତା ନିୟମାବଳୀର କଡ଼ାକଡ଼ି ପାଳନ କରିବା ସହ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବୈଠକରେ ଅନୁରୋଧ କରାଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସାଧାରଣ ଜନତାଙ୍କ ଜୀବନର ସୁରକ୍ଷା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ପ୍ରକାଶ ପାଇଥିଲା ।ଏହି ଟିମ୍ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର, ତାଲିମ କେନ୍ଦ୍ର, ରେସ୍ତୋରାଁ, ସପିଂ ମଲ୍, ସିନେମା ହଲ୍ ଏବଂ ବହୁତଳ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ୧୬ ଦଫା ବିଶିଷ୍ଟ ଯାଞ୍ଚ ତାଲିକା ଆଧାରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ। ଯାଞ୍ଚ ସମୟରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର (ଏନ୍‌ଓସି)ର ବୈଧତା, ଅଗ୍ନି ନିର୍ବାପକ ଯନ୍ତ୍ର, ଫାୟାର ଆଲାର୍ମ, ସ୍ମୋକ ଡିଟେକ୍ଟର, ଜରୁରୀକାଳୀନ ଆଲୋକ ବ୍ୟବସ୍ଥା, ନିଷ୍କାସନ ପଥ, ସୁରକ୍ଷିତ ସିଡ଼ି, ବିଦ୍ୟୁତ ସଂଯୋଗର ସୁରକ୍ଷା, ନିୟମିତ ରକ୍ଷଣାବେକ୍ଷଣ ଏବଂ ଅଗ୍ନି ସୁରକ୍ଷା ଅଡିଟ୍ ସମ୍ବନ୍ଧୀୟ ବିଭିନ୍ନ ଦିଗକୁ ଗୁରୁତ୍ୱର ସହ ପରୀକ୍ଷା କରିବେ । ଏହି ସମସ୍ତ ଯାଞ୍ଚ କାର୍ଯ୍ୟ ସାତ ଦିନ ମଧ୍ୟରେ ସମାପ୍ତ କରି ସମସ୍ତ ତଥ୍ୟ ଜିଲ୍ଲାପାଳ, ନବରଙ୍ଗପୁର ଙ୍କୁ ପ୍ରଦାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିର୍ଦ୍ଦେଶ ଦେଇଥିଲେ l ଏଥି ସହିତ ଯାଞ୍ଚ କରାଯାଇଥିବା ଅନୁଷ୍ଠାନର ସଂଖ୍ୟା, ଚିହ୍ନଟ ହୋଇଥିବା ତ୍ରୁଟି ଏବଂ ଗ୍ରହଣ କରାଯାଇଥିବା ସଂଶୋଧନମୂଳକ ପଦକ୍ଷେପ ସମ୍ପର୍କିତ ଏକ ସମନ୍ୱିତ ରିପୋର୍ଟ ଦାଖଲ କରିବେ। ମିଳିତ ଦଳର ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେବା ପରେ ଯାଞ୍ଚ ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଶ୍ରୀ ବର୍ମନ ପ୍ରକାଶ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ

masiha

ନୂଆପଡାରେ ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଥମ ‘ରାଜସ୍ୱ ମିତ୍ର ପୁରସ୍କାର’ ରେ ସମ୍ମାନିତ ହେଲେ ଅନନ୍ତ ଶବର 

Sunil Chandra Nayak

ଜାତୀୟ ସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!