ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂଗ୍ରେସର ଅଭିଯୋଗ ପରେ ଜିଲ୍ଲାପାଳ ତିନୋଟି ବିଭାଗୀୟ ଅଧିକାରୀଙ୍କୁ ସାତ ଦିନ ମଧ୍ୟରେ ତଦନ୍ତ ରିପୋଟ ଦେବାକୁ ଚିଠି

କଂଗ୍ରେସର ଅଭିଯୋଗ ପରେ ଜିଲ୍ଲାପାଳ ତିନୋଟି ବିଭାଗୀୟ ଅଧିକାରୀଙ୍କୁ ସାତ ଦିନ ମଧ୍ୟରେ ତଦନ୍ତ ରିପୋଟ ଦେବାକୁ ଚିଠି

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡା ଜିଲ୍ଲାରେ ଖଡ଼ିଆଳ ବ୍ଲକ ରେ ଏକ ସପ୍ତାହ ମଧ୍ୟରେ ତିନୋଟି ଘଟଣା ସାଂମ୍ମାକୁ ଆସିଥିଲା। ଏହା ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ତିନୋଟି ଦାବି ପତ୍ର ପ୍ରଦାନ କରିଥିଲେ।

 ପ୍ରଥମ ଘଟଣା ଜୁଲାଇ ୪ ତାରିଖରେ ବିରିଘାଟ ଗ୍ରାମର ଜଣ ପ୍ରସୂତି ମହିଳା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସା ଅବହେଳାରୁ ରାୟପୁର ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଦ୍ୱିତୀୟ ଘଟଣା ୯ କୋଟି ଟଙ୍କାରେ ନବ ନିର୍ମାଣ ହୋଇଥିବା ଖଡ଼ିଆଳ ବସଷ୍ଟାଣ୍ଡ ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷରେ ଉଦଘାଟନ ପୂର୍ବରୁ ପାଚେରୀ ଭାଙ୍ଗିବା ଘଟଣା। ସେହିପରି ତୃତୀୟ ଘଟଣା ଖଡ଼ିଆଳ ସହର ଆମ୍ବେଦକର ଛକ ନିକଟରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ଯାଉଥିବା ବେଳେ ଏହାକୁ ବିରୋଧ କରାଯାଇଛି। ଏହି ଛକରେ ଭବାନୀପାଟଣା, କଣ୍ଟାବାଞ୍ଜି ଓ ନୂଆପଡ଼ା, ବୋଡ଼େନ ତଥା ସିନାପାଲିରୁ ଆସୁଥିବା ବହୁ ସଂଖ୍ୟକ ଯାନ ବାହନର ରହିଥାଏ ଓ ବିଭିନ୍ନ ବିଦ୍ୟାଳୟ ରହିଛି। ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଜିଲ୍ଲାପାଳ ତିନୋଟି ଅଭିଯୋଗର ତଦନ୍ତ କରି ସାତ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଚିଠି କରିଛନ୍ତି। ନୂଆପଡା ଅବକାରୀ ଅଧିକ୍ଷକଙ୍କୁ ଜୁଲାଇ ୭, ଚିଠି ନଂ ୩୯୦, ସେହିପରି ଅର ଆଣ୍ଡ ବି ଖଡ଼ିଆଳ, ଆର୍ଡି ଖଡ଼ିଆଳ, ଏଇଇ ଖଡ଼ିଆଳ ଜୁଲାଇ ୭ ଚିଠି ନଂ ୩୯୨(୩), ଏଡିଏମ ନୂଆପଡା, ସି ଡି ଏମ ଆଣ୍ଡ ପି ଏଚ ଓ, ଏବଂ ଖଡ଼ିଆଳ ତହସିଲଦାରଙ୍କୁ ଜୁଲାଇ ୭ ଚିଠି ନଂ ୩୯୪(୩) ମାଧ୍ୟମରେ ସାତ ଦିନ ମଧ୍ୟରେ ତଦନ୍ତ ତଥ୍ୟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ବିଗତ ଦିନରେ ଖଡ଼ିଆଳ କଂଗ୍ରେସ ନେତା କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ କରିଥିବା ବେଳେ ନୂଆପଡା କଂଗ୍ରେସ ସଭାପତି ଘାସିରାମ ମାଝୀ, ଜିଲ୍ଲା ଯୁବ ସଭାପତି ଅମିତ ଅହିର, ଶାହାରୁଖ ଖାନ, ପ୍ରବୀଣ ପଟ୍ଟନାୟକ, ଗଗନ ତାଣ୍ଡି ଉପସ୍ଥିତ ଥିଲେ।

Related posts

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୪ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ବନବିଭାଗ ଦ୍ବାରା ଉଦ୍ଧାର ହେଲା କଲରାପତରିଆ ବାଘ

masiha

Leave a Comment

error: Content is protected !!