ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏକ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଏକ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୦୯.୦୭.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ଓଡ଼ିଶା – ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ମେନପୂର ଥାନା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି l ଓଡ଼ିଶାରୁ ମଧ୍ୟ ପ୍ରଦେଶକୁ ଚୋରା ଚାଲାଣ ବେଳେ ମେନପୁର ଥାନା ଝରିଆବାହାରା ଗାଁ ନିକଟରୁ ପ୍ରାୟ ୧ କ୍ଵିଣ୍ଟାଲ ୨ କିଲୋ ଗଞ୍ଜେଇ ଜବତ ହୋଇଛି l ବିଶେଷ ସୂତ୍ରରୁ ସୂଚନା ପାଇ ମେନପୁର ପୋଲିସ ଝରିଆବାହାରା ଗାଁ ନିକଟରେ ପୋଲିସ ନାକା ଲଗାଇ ଥିଲା l ଏକ ଧଳା ରଙ୍ଗର ଦାମୀ କାରରୁ ୧ କ୍ଵିଣ୍ଟାଲ ୨ କିଲୋ ଗଞ୍ଜେଇ ଜବତ ହୋଇ ଥିଲା l ଗିରଫ ଦୁଇ ଜଣ ମଧ୍ୟ ପ୍ରଦେଶର ଆର୍ୟନ ମାଳବିୟ ଓ ଅଭିଷେକ ମେହସ୍କର ବୋଲି ଜଣା ପଡିଛି l ଅଭିଯୁକ୍ତମାନେ ଓଡ଼ିଶାରୁ ଗଞ୍ଜେଇ ମଧ୍ୟ ପ୍ରଦେଶକୁ ଚୋରା ଚାଲାଣ କରୁ ଥିଲେ l ଦୁଇ ଜଣଙ୍କୁ ଗିରଫ କରିବା ସହ କାର ଜବତ କରିଛି ପୋଲିସ ବୋଲି କରଣ ୟୁକେ ଏଏସପି, ଗରିଆବନ୍ଧ ଜଣାଇଛନ୍ତି l

Related posts

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ସମେତ ସ୍କୁଟି ଜବତ ଅଭିଯୁକ୍ତ ଗିରଫ !!!

Sunil Chandra Nayak

ବ୍ରାଉନ ସୁଗାର ସହିତ ବନ୍ଧୁକ ଜବତ,୨ ଗିରଫ 

masiha

ଫାଇନାନ୍ସ ଆଳରେ ଗ୍ରାହକଙ୍କୁ ଠକେଇ ,ଦୋକାନ ମାଲିକ କୋର୍ଟ ଚାଲାଣ

masiha

Leave a Comment

error: Content is protected !!