ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରରେ ପୁଣି ନୂଆପଡ଼ା ଜିଲ୍ଲାର କୃତିତ୍ୱ: ପରିବାର ନିୟୋଜନ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁରସ୍କୃତ

ରାଜ୍ୟସ୍ତରରେ ପୁଣି ନୂଆପଡ଼ା ଜିଲ୍ଲାର କୃତିତ୍ୱ: ପରିବାର ନିୟୋଜନ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁରସ୍କୃତ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ପୁଣି ଥରେ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ–୨୦୨୬ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ୨୦୨୫–୨୬ ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମର ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି।

ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ (PPIUCD) ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି।ରାଜ୍ୟସ୍ତରୀୟ ସମାରୋହରେ ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଜେ. ଏସ୍. ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଚିକିତ୍ସକ, ନର୍ସ, ଏଏନ୍‌ଏମ୍‌, ଆଶାକର୍ମୀ ଏବଂ ସମସ୍ତ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ସମନ୍ୱିତ ଦଳଗତ ପ୍ରୟାସ, ଦାୟିତ୍ୱବୋଧ ଓ ଜନମୁଖୀ ସ୍ୱାସ୍ଥ୍ୟସେବାର ସଫଳ କାର୍ଯ୍ୟାନ୍ୱୟନ ଫଳରେ ନୂଆପଡ଼ା ଏହି ଗୌରବ ଅର୍ଜନ କରିପାରିଛି।ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି।

ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିବା ନୂଆପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦକ୍ଷତା, ଦୃଢ଼ ନେତୃତ୍ୱ ଓ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପୂର୍ଣ୍ଣ ସେବାର ଏକ ସ୍ୱୀକୃତି ବୋଲି କୁହାଯାଉଛି। ଏହି ସଫଳତା ଜିଲ୍ଲାରେ ପରିବାର କଲ୍ୟାଣ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂତନ ପ୍ରେରଣା ଯୋଗାଇବ।

Related posts

ଚାରବାହାଲ ଠାରେ ରକ୍ତଦାନ ଶିବିର

masiha

ତେନ୍ତୁଳିଖୁଣ୍ଟି ତହସିଲ ପାଲଟିଛି ସ୍ଥାଣୁ : ଅଧିକାଂଶ ସମୟ ରେ ତହସିଲଦାର ଙ୍କ ଦେଖା ମିଳୁନି

Sunil Chandra Nayak

ଆରବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!