ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

ଢେ଼ଙ୍କାନାଳ – ପାମଳ ଠାରୁ କୋଟବେରେଣୀ ଭାପୁର ମଧ୍ୟ ସ୍ଥଳକୁ ଓ ଓଡ଼ାପଡ଼ା ବ୍ଲକର କଳାଙ୍ଗ,କୋତ୍ତମ,ଘଟିପିରି, ଗୋବିନ୍ଦପ୍ରସାଦ ୪ଟି ଏବଂ ସଦର ବ୍ଲକର ୮ଟି ଭାପୁର,କାକୁଡିଭାଗ, ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟମ୍ବା,ଧୀରପାଟଣା,ଶଙ୍କରପୁର,ଭାଲିଆବୋଲକାଟେଣୀ ୧୨ଟି ପଞ୍ଚାୟତକୁ ନେଇ ଛଦେଶ ଗଠିତ। ଏହି ଛଦେଶ ଅଞ୍ଚଳରେ ଲାଇନି କଟିବାର କାରଣ ଗୁଣ୍ଡିଚାପଡ଼ା ଗ୍ରିଡ୍ ଠାରୁ କୋଇଲିପଙ୍ଗି ଗ୍ରିଡ୍ ୨୨ କିଲୋମିଟର ହେବ । ଏବଂ ତାହା ଖାଲି ଜଙ୍ଗଲ ଭିତର ଦେଇ ଆସିଛି ଯାହା ଦ୍ଵାରା ହାଲକା ପବନ କି ବର୍ଷା ହେଲେ 33 kV ଗୁଣ୍ଡିଚାପଡ଼ା ଲାଇନ୍ କାଟି ଦିଆ ଯାଏ। ଯାହା ଦ୍ୱାରା ଦିନକୁ ୭/୮ଘଣ୍ଟା ଲାଇନ୍ କଟିଯାଏ। ଆଜକୁ ବହୁ ବର୍ଷ ହେଲା ଛଦେଶ ଅଞ୍ଚଳବାସୀ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ଯଦି ଛଦେଶ ଅଞ୍ଚଳବାସୀ ଠିକରେ ଲାଇନ୍ ପାଇବାକୁ ଚାହୁଛନ୍ତି ତେବେ ଆମକୁ ଆମ ଛଦେଶରେ ଗୋଟିଏ 33kv ମିନିଗ୍ରିଡ ଆବଶ୍ୟକ ହେଉଛି ଏବଂ ଏହି ସୁବିଧା ମଧ୍ୟ ଆମ ପାଖରେ ଅଛି। ହେଲେ ଆମେ ଜାଣି ନାହେଁ ତାହା ହେଲା ଆମ ଗୁଣ୍ଡିଚାପଡ଼ା ଗ୍ରୀଡ ଠାରୁ ନୂଆପାଟଣା 66 kV ଲାଇନ୍ ଯାଇଅଛି ଆମ ଛଦେଶ ଭାଲିଆବୋଲକାଟେଣୀ ଦେଇ ଯାଇଅଛି। ଯାହା ଦ୍ଵାରା ନୂଆପାଟଣାରେ ସବୁବେଳେ ଲାଇନ୍ ରହେ । କିନ୍ତୁ ଗୁଣ୍ଡିଚାପଡ଼ା ଗ୍ରିଡରେ ଲାଇନ୍ କଟିଲେ ଛଦେଶ ଅଞ୍ଚଳବାସୀ ଅନ୍ଧାରରେ ରୁହନ୍ତି। ସେହି ଅନ୍ଧାରରୁ ଆମେ ବଞ୍ଚିବା ପାଇଁ ସେହି 66 kVରୁ ଆମ ଛଦେଶ ଅଞ୍ଚଳବାସୀଙ୍କ ପାଇଁ ମିନି ଗ୍ରୀଡ୍ କରାଗଲେ ଆମେ ଛଦେଶ ଅଞ୍ଚଳବାସୀ ଲାଇନ୍ କଟିବା ଅସୁବିଧାରୁ ବଞ୍ଚିତ ହୋଇ ପାରିବୁ। ଏହି ପ୍ରସ୍ତାବଟିକୁ ବେଗୁନିଆପାଳ ଗ୍ରାମର ଯୁବଚାଷୀ ସୁବାସ ଖଟୁଆ ଜିଲ୍ଲାର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଶକ୍ତିମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଜଣାଇବା ପାଇଁ ଛଦେଶ ଅଞ୍ଚଳବାସୀ ଜନସାଧାରଣ ନିବେଦନ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କଂଗ୍ରେସ ଦଳ ମିଳିତ ଆନୁକୁଲ୍ୟରେ ଦେଶ ବ୍ୟାପୀ ଭାରତ ବନ୍ଦ ସଫଳ 

masiha

ବନ୍ଧୁଗାଁରେ ସୁଭଦ୍ରା ଯୋଜନା ପାଇଁ ବେଙ୍କ ଖାତା ଆଧାର ଲିଙ୍କ ପାଇଁ ଭିଡ଼

masiha

ଆସନ୍ତା ୫ମାର୍ଚ୍ଚ ରେ ମୂଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!