ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଟାଉନ ହାଇସ୍କୁଲ ପରିସରରେ ୭୭ତମ ଜିଲାସ୍ତରୀୟ ବନ ମହୋତ୍ସବ ପାଳିତ

ଭବାନୀପାଟଣା ଟାଉନ ହାଇସ୍କୁଲ ପରିସରରେ ୭୭ତମ ଜିଲାସ୍ତରୀୟ ବନ ମହୋତ୍ସବ ପାଳିତ

ଭବାନୀପାଟଣା :କଳାହାଣ୍ଡି ଉତ୍ତର ବନଖଣ୍ଡ ତରଫରୁ ଜିଲ୍ଲାସ୍ତରୀୟ ୭୭ତମ ବନ ମହୋତ୍ସବ ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସଦସ୍ୟ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଅତିରିକ୍ତ ଜିଲ୍ଲା ପାଳ ତନ୍ମୟ କୁମାର ଦରୱାନ,ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀ ପ୍ରଭାକର ବର୍ମା, ଦକ୍ଷିଣ ବନଖଣ୍ଡ ଅଧିକାରୀ କଲାଇ ବଚନ ଆର, କେନ୍ଦ୍ରୀୟ ସୁରକ୍ଷା ବଳ ଡେପୁଟି କମାଣ୍ଡର, ଜିଲ୍ଲା କ୍ରୀଡା ଅଧିକାରୀ, ଉତ୍ତର ବନଖଣ୍ଡ ଏସିଏଫ ଲିଲି ଅମାତ୍ୟା,ରେଞ୍ଜ ବନ ଅଧିକାରୀ ବିଶି କେଶନ କରୁଆ, ରେଖା ରାଣୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀମତୀ ମାଳବିକା ଦେବୀ ଓ ଅନ୍ୟାନ୍ୟ ଅତିଥିଙ୍କ କର କମଳରେ ଟାଉନ ହାଇସ୍କୁଲ ପରିସରରେ ବିଭିନ୍ନ ପ୍ରଜାତିର ଚାରା ଗଛ ରୋପଣ କରାଯାଇଥିଲା।ଦୁଇ ଗୋଟି ଶ୍ରେଷ୍ଠ ପୁଜି ଲଡ଼ୁ ବନ ସଂରକ୍ଷିତ ସମିତି ଓ ସୁରୁଗୁଡା ବନ ସରଂକ୍ଷିତ ସମିତି ଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ରାଶିର ୫୦ ହଜାର ଟଙ୍କା ର ଚେକ ଉଭୟ ସମିତି କୁ ପ୍ରଦାନ କରାଯାଇଥିଲା।ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋରେଖ ସାହୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀମାନେ ଚାରା ରୋପଣ କରି ସହଯୋଗ କରିଥିଲେ।ବନପାଳ ଭବାନୀ ଶଙ୍କର ପରିଛା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହାଣ୍ଡିଶାଳରେ ମହଙ୍ଗା ମାଡ଼ : ରାସନ,ପନିପରିବା,ଇନ୍ଧନ ସବୁ ମହଙ୍ଗା

Sunil Chandra Nayak

ଡାଲଗୁମା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବି ଦଶ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାସ୍ତାରୋକ ଚେତାବନୀ

Sunil Chandra Nayak

Leave a Comment

error: Content is protected !!