ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

ବାଲିଗୁଡା, ତା, ୧୦/୦୭: (ମନିସ): ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅବସରରେ ସ୍ଥାନୀୟ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସିଭିଲ୍ ଏବଂ ଫୌଜଦାରୀ କୋର୍ଟ ପରିସରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷା ମହମ୍ମଦ ଫୈଜଲ , ଏସଡିଜେଏମ ଶୁଭଦର୍ଶି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କାରୀ ମାନଙ୍କୁ ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୫ ଜଣ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ। ମାଦକ ସମ୍ପର୍କିତ ଆଇନ, ମାଦକ ସେବନର କୁପରିଣାମ, ଏବଂ ଏହା ସହିତ ଜଡିତ ଆଇନଗତ ପରିଣାମ ବିଷୟରେ ସଚେତନ କରାଯାଇ ଥିଲା। ସେଥିପାଇଁ ଉପଲବ୍ଧ ସହାୟତା ଓ ପୁନର୍ବାସ ହେଲ୍ପଲାଇନ୍ ସେବା ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଥିଲା l ନାଲସା ହେଲ୍ପଲାଇନ୍ ନମ୍ବର ୧୫୧୦୦, ଜାତୀୟ ମାଦକ ନିବାରଣ ହେଲ୍ପଲାଇନ୍ ୧୯୩୩, ଏବଂ ଜାତୀୟ ମାଦକ ନିଶାମୁକ୍ତି ହେଲ୍ପଲାଇନ୍ ୧୪୪୪୬। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସୁସ୍ଥ ଓ ମାଦକମୁକ୍ତ ଜୀବନଶୈଳୀ ଆପଣାଇବା ସହିତ ଆଇନଗତ ଓ ପରାମର୍ଶମୂଳକ ସହାୟତା ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ଥିଲା ବୋଲି ଅତିଥି ଗଣ ପ୍ରକାଶ କରିଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , କର୍ଲାପଡା ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ

masiha

ମାନବବାଦୀ ଲେଖକ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା ସଭା

Sunil Chandra Nayak

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

masiha

Leave a Comment

error: Content is protected !!