ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୩ ନମ୍ବର ୱାର୍ଡର ନନ୍ଦିନୀ ଶତପଥୀ ଶିଶୁ ଉଦ୍ୟାନ କାର୍ଯ୍ୟର ଅଗ୍ରଗତି

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୩ ନମ୍ବର ୱାର୍ଡର ନନ୍ଦିନୀ ଶତପଥୀ ଶିଶୁ ଉଦ୍ୟାନ କାର୍ଯ୍ୟର ଅଗ୍ରଗତି

ଢେଙ୍କାନାଳ: ତା.୧୧.୦୭.୨୦୨୬: ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୩ ନମ୍ବର ୱାର୍ଡରେ ଥିବା ନନ୍ଦିନୀ ଶତପଥୀ ଶିଶୁ ଉଦ୍ୟାନର ଅଗ୍ରଗତି ନେଇ ଦିଲ୍ଲୀରେ ଆଶୁତୋଷ ରାଉତ,ବରିଷ୍ଠ ସାମ୍ବାଦିକଙ୍କ ସହିତ କିଛି ଓଡ଼ିଆ ସାମ୍ବାଦିକ ଓଡ଼ିଶାର ଆଡ୍ ଭୋକେଟ୍ 

ଜେନେରାଲ (ଏଜି)ପୀତାମ୍ବର ଆଚାର୍ଯ୍ୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।ଜଣେ ବ୍ୟକ୍ତି ଶିଶୁ ଉଦ୍ୟାନ ପାର୍ଶ୍ଵରେ ଘର କରିଛନ୍ତି। ମ୍ୟୁନିସିପାଲିଟି ତରଫରୁ ପ୍ରାଚୀର ନିର୍ମାଣ କରାଯାଉଥିବା ବେଳେ ସେ ଅଦାଲତର ଆଶ୍ରୟ ନେଇଥିବା କହିବା ସହ ପାଚେରି ନିର୍ମାଣ କାର୍ଯ୍ୟ ହେଇପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି। ନିୟମ ଅନୁସାରେ ସରକାରୀ ପାର୍କ ଜମିରେ କୌଣସି ପ୍ରକାର ଇଞ୍ଜଙ୍କସନ୍ ମଧ୍ୟ ସିଭିଲ କୋର୍ଟ ତରଫରୁ ଦିଆଯାଇପାରିବ ନାହିଁ।ଯଦି କୌଣସି ବ୍ୟକ୍ତି ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରେ ଅବା ବିଳମ୍ବ କରେଇବାକୁ ଚେଷ୍ଟା କରେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ।କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି ଆଇନ୍ କାନୁନ୍ କୁ ଖାତିର ନ କରି ନିଜ ଜିଦ୍‌ରେ ଅଡି଼ବସିଛନ୍ତି ବୋଲି ସାମ୍ବାଦିକମାନେ ଏଜିଙ୍କୁ ଅବଗତ କରିଥିଲେ।

ଏଜି ଆଚାର୍ଯ୍ୟ ସବୁ ଶୁଣିଲା ପରେ କହିଛନ୍ତି, ସରକାରୀ ପାର୍କ ଜମି ଭିତର ଦେଇ କେହି ରାସ୍ତା ନିର୍ମାଣ କରିପାରିବେ ନାହିଁ।ସବୁକିଛି ଆଇନ୍ ଅନୁଯାୟୀ ସ୍ବୀକୃତି ପାଇଲା ପରେ ଭିଭିପ୍ରସ୍ତର ସ୍ଥାପନ ହୋଇଥାଏ ଓ କାମ ଆରମ୍ଭ ହୋଇଥାଏ।ସରକାରୀ ଜମି ଯେବେ ଉନ୍ନୟନ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ହୋଇ ସେଥିରେ କାମ ଆରମ୍ଭ ହୁଏ ତା’ପରେ କୌଣସି ସିଭିଲ୍ କୋର୍ଟରୁ କୌଣସି ପ୍ରକାରର ନିଷେଧାଦେଶ କିମ୍ବା ଇଞ୍ଜଙ୍କସନ୍ ର ପ୍ରଶ୍ନଉଠୁ ନାହିଁ।ଯଦି ସେ ବ୍ୟକ୍ତି କହୁଛନ୍ତି ତାଙ୍କ ପାଖରେ ରହିତାଦେଶ କିମ୍ବା ଇଞ୍ଜଙ୍କସନ୍ ଅଛି ସେ କର୍ତ୍ତୃପକ୍ଷଙ୍କୁ ଦେଖାନ୍ତୁ।ଯଦି ମିଛ କହି ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତେବେ ଅଞ୍ଚଳବାସୀ ମାନ୍ୟବର ଅଦାଲତ ଓ ଜିଲ୍ଲାପାଳଙ୍କୁ ଜଣାଇବାକୁ କହିଥିଲେ।ସେ ବ୍ୟକ୍ତି ଗୃହ ନିର୍ମାଣ ବେଳେ ତା ପାଇଁ ଯିବା ଆସିବା ରାସ୍ତା ଦେଖାଇ ପ୍ଲାନ୍ ମଞ୍ଜୁରୀ କରିଥିବ,ସେ ରାସ୍ତାଟା କେବେ ମଧ୍ୟ ସରକାରୀ ଜମି ଭିତର ଦେଇ ରହିପାରିବ ନାହିଁ।ସେ ତାର ବିଦ୍ୟୁତ୍ ସଂଯୋଗ ଯେଉଁ ବାଟ ଦେଇ ଆଣିଛି ଓ ଯେଉଁ ରାସ୍ତା ଦେଇ ସେ ଗୃହ ନିର୍ମାଣ ସାମଗ୍ରୀ ଆଣି ଘର କରିଥିଲା ସେ ରାସ୍ତା ତା ପାଇଁ ଉଦ୍ଦିଷ୍ଟ।ଯଦି ମାନ୍ୟବର କୋୖର୍ଟ ଙ୍କ ନାମରେ ମିଛ କହୁଛି ତା ହେଲେ ଏହା ଗୁରୁତର ଅପରାଧ।ମୁଁ ଢେଙ୍କାନାଳ ଜିଲ୍ଲାପାଳ ଓ ସରକାରୀ ଓକିଲଙ୍କ ସହ କଥାହେବି ବୋଲି ପ୍ରତିଶୃତି ଦେଇଥିଲେ।ଆଡ଼ଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସାମ୍ବାଦିକମାନଙ୍କୁ ପ୍ରତିଶୃତି ଦେଇ କହିଲେ ମୁଁ ଢେଙ୍କାନାଳ ନନ୍ଦିନୀ ସତପଥି ଶିଶୁ ଉଦ୍ୟାନର ନିର୍ମାଣ କାର୍ଯ୍ୟ ଜଲଦି ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି ଆଉ ଆଇନଗତ କାରଣରୁ ଯଦି କୌଣସି ବିଳମ୍ୱ ହେଉଛି ତେବେ ମୁଁ ନିଜେ ସେ ସବୁ ଦୂର କରିବାକୁ ଚେଷ୍ଟା କରିବି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ପାର୍କ ପାଇଁ ଆଉ ୧୩ ଲକ୍ଷ ଟଙ୍କା ମଞ୍ଜୁର ହେଇଛି ବୋଲି ପୌରାଧ୍ଯକ୍ଷା ଜୟନ୍ତୀ ପାତ୍ର ପ୍ରକାଶ କରିଛନ୍ତି।ସରକାରୀ ବିଧି ବ୍ୟବସ୍ଥା ଅନୁପାଳନ କରି ପାର୍କ ପାଚେରି ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅଞ୍ଚଳବାସୀ ସମାଜସେବୀ ରାମଚନ୍ଦ୍ର ପାତ୍ରଙ୍କୁ ଭେଟି କାର୍ଯ୍ୟ ଶୀଘ୍ର ସାରିବାକୁ ମଧ୍ୟ କହିଛନ୍ତି।ସମାଜସେବୀ ପାତ୍ର ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦେବା ସହ ଯିଏ ଜବରଦସ୍ତ ରାସ୍ତା ନେବାକୁ ଚାହିଁବ ବା ଅଦାଲତ ନାମରେ ମିଛ ଧମକ ଦେବ ଓ ସରକାରୀ କାମରେ ବାଧା ଦେବ ଆମେ ତା’ ବିରୋଧରେ ଅଦାଲତ ଓ ପୁଲିସ ପ୍ରଶାସନର ସାହାଯ୍ୟ ନେବୁ,କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ଲୋକଙ୍କ ଉନ୍ନୟନ କାମ ରୋକାଯିବ ନାହିଁ ବୋଲି ଦୃଢ଼ ଭାବରେ ପ୍ରକାଶ କରିଛନ୍ତି।

ଆଶୁତୋଷ ରାଉତ,

ବରିଷ୍ଠ ସାମ୍ବାଦିକ,ନୂଆଦିଲ୍ଲୀ,

ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,

ଢେଙ୍କାନାଳ।

Related posts

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା

ଇସ୍ପାତ୍ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!