ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଲା କୁକୁର ସମସ୍ୟାର ସ୍ଥାୟୀ ସମାଧାନ କେବେ? ; ସାନଖେମୁଣ୍ଡିରେ ଟିକାକରଣକୁ ନେଇ ଚର୍ଚ୍ଚା

ବୁଲା କୁକୁର ସମସ୍ୟାର ସ୍ଥାୟୀ ସମାଧାନ କେବେ? ; ସାନଖେମୁଣ୍ଡିରେ ଟିକାକରଣକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର, ୧୨/୦୭: ବୁଲା କୁକୁରଙ୍କ ଆକ୍ରମଣ ଓ କାମୁଡ଼ା ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବଂ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ସୀମା ବାହାରେ ମଧ୍ୟ ଏବିସି (ପଶୁ ଜନ୍ମ ନିୟନ୍ତ୍ରଣ) କାର୍ଯ୍ୟକ୍ରମ ଆରମ୍ଭ କରିବା ଦାବି ଉଠିବା ପରେ ସାନଖେମୁଣ୍ଡି ତହସିଲଦାର ବୁଲା କୁକୁର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ବିଇଏମସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।

             ଏହି ଅନୁରୋଧକୁ ଗୁରୁତ୍ୱ ଦେଇ ବିଇଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ସାନଖେମୁଣ୍ଡିକୁ ଯାଇ ୯ଟି ବୁଲା କୁକୁରକୁ ଧରି ଗତକାଲି ସେମାନଙ୍କର ରେବିଜ୍ ଟିକାକରଣ କରି ଉକ୍ତ ଅଞ୍ଚଳରେ ଛାଡ଼ି ଦିଆଯାଇଛି।   ତେବେ ଏହି ପଦକ୍ଷେପକୁ ନେଇ କିଛି ପ୍ରଶ୍ନ ଉଠୁଛି, ବ୍ରହ୍ମପୁର ମ୍ୟୁନିସିପାଲ କରପୋରେସନ ତାଙ୍କ ଅଞ୍ଚଳ ବାହାରକୁ ଯାଇ କୁକୁର ଧରି ଆଣି ବ୍ରହ୍ମପୁର ପଶୁ ଚିକିତ୍ସାଳୟରେ ଟିକାକରଣ କଲେ ଯାହାକି ଉକ୍ତ କାର୍ଯ୍ୟ ସେଠାରେ ବି କରିପାରିଥାନ୍ତେ। ଦ୍ୱିତୀୟତଃ ସେମାନଙ୍କର ଟିକାକରଣ କରିଦେଲେ ପର୍ଯ୍ୟାପ୍ତ ହେବ ନାହିଁ। ସେମାନଙ୍କର ବନ୍ଧ୍ୟାକରଣ ଜରୁରୀ ହୋଇପଡ଼ିଛି। ବିଶେଷଜ୍ଞଙ୍କ ମତରେ, କେବଳ ଟିକାକରଣ କଲେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ହୁଏ ନାହିଁ; ଏଥିପାଇଁ ବନ୍ଧ୍ୟାକରଣ ଅତ୍ୟନ୍ତ ଜରୁରୀ।

      ଭିତରି ସୂତ୍ରରୁ ଜଣାପଡ଼ିଛି ଯେ, ବନ୍ଧ୍ୟାକରଣର ଖର୍ଚ୍ଚ ବହନ କରିବାକୁ ନେଇ ସ୍ପଷ୍ଟତା ନଥିବାରୁ ଏହି କାର୍ଯ୍ୟ ଆଗକୁ ବଢ଼ିପାରିଲାନାହିଁ। ଯଦି କୁକୁରମାନଙ୍କୁ ଧରି ସେମାନଙ୍କର ବନ୍ଧ୍ୟାକରଣ କରାଯାଇ ପୁନର୍ବାର ସେହି ଅଞ୍ଚଳରେ ଛଡ଼ାଯାଇଥାନ୍ତା, ତେବେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ସାନଖେମୁଣ୍ଡିବାସୀ ଦୀର୍ଘମିଆଦିରେ ଉପକୃତ ହୋଇପାରିଥାନ୍ତେ।ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପ୍ରାଣୀ ସମ୍ପଦ ବିଭାଗ ମଧ୍ୟରେ ସମନ୍ୱୟରଖି ଏହି କାର୍ଯ୍ୟ ସମ୍ପାଦନ କରାଯାଇପାରିଲେ ଜିଲ୍ଲାବାସୀ ବୁଲା କୁକୁର କାମୁଡ଼ାରୁ ମୁକ୍ତି ପାଇପାରିବେ।

Related posts

ସହାୟତା ଅପେକ୍ଷାରେ ପକ୍ଷାଘାତର ଶିକାର ଗଣଶିକ୍ଷକ

masiha

ରାଉରକେଲା କଲେଜରେ ସମ୍ବଲପୁରୀ ଦିନ ପାଳନ 

Sunil Chandra Nayak

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

masiha

Leave a Comment

error: Content is protected !!