ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପରିଚାଳନା କମିଟି ଗଠନ 

ବିଦ୍ୟାଳୟ ପରିଚାଳନା କମିଟି ଗଠନ 

ଆସିକା, ୧୩/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ଜୟମଙ୍ଗଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭ୍ୟା ଓ ସଭ୍ୟା ମନଙ୍କୁ ନେଇ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ସରକାରୀ ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସେଠୀ ଙ୍କ ଆହ୍ୱାନ କ୍ରମେ ଗତ ଶନିବାର ଦିନ ବିଦ୍ୟାଳୟରେ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୱାର୍ଡ ସଭ୍ୟ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ,ବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଙ୍କ ସମେତ ମୋଟ 20 ଜଣ ଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଜି ପ୍ରଧାନ ଶିକ୍ଷକ ଦିବାକର ସେଠୀ ଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ୱାର୍ଡ଼ ସଭ୍ୟ ଦଣ୍ଡପାଣି ଜେନା, ଅଙ୍ଗନୱାଡି କର୍ମୀ ମାମି ପାଢ଼ୀ, ଆଶା କର୍ମୀ ମଲ୍ଲୀ ସାବତ,ବରିଷ୍ଠ ଶିକ୍ଷକ ବୁଲୁ ବେହେରା ଙ୍କ ସମେତ ସର୍ବ ସନ୍ମତି କ୍ରମେ ସଭାପତି ଭାବରେ ଖଲି ପଣ୍ଡା, ଉପ ସଭାପତି ଭାବରେ ସୁନୀତା ସେଠୀ, ସଦସ୍ୟା ଭାବରେ ଲକ୍ଷ୍ମୀ ବିଷୋୟୀ, ଶିଶୁଲା ବିଷୋୟୀ, ରିଙ୍କି ନାୟକ,ମମତା ଛାଟୋଇ,ରଶ୍ମିତା ମୁନୀ,ସନ୍ଧ୍ୟାରାଣୀ ସାହୁ, ଜ୍ୟୋସ୍ନା ବାଡତ୍ୟା,ରାମକୃଷ୍ଣ ନାଇକ,କାହ୍ନୁଚରଣ ପ୍ରଧାନ, ରବୀନ୍ଦ୍ର ମହାରଣା,ସନାତନ ବିଷୋୟୀ, କାହ୍ନୁ ଚରଣ ବିଷୋୟୀ, ଧୋବା ଗୌଡ ପ୍ରମୁଖ ମନୋନୀତ ହୋଇଥିଲେ । ପ୍ରକାଶ ଥାଉକି ଏହି ବିଦ୍ୟାଳୟ ରେ 364 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ 10 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି।

Related posts

ନର୍ଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

Sunil Chandra Nayak

ଘୋଷଯାତ୍ରା ଲୋକ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!