ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ 

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି,କବି ଗୈ।ତମ ଦାସ ସମ୍ମାନିତ ଅତିଥି ଓ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ କର୍ମବୀର ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଆବାହକ ଓ ସମସ୍ତ ଅତିଥି କର୍ମବୀର ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଓଡିଆ ନବଜାଗରଣ ର ଅନ୍ୟତମ ପ୍ରମୁଖ ପୁରୋଧା ଗୌରୀଶଙ୍କରଙ୍କ ଓଡ଼ିଆ ଭାଷା ସୁରକ୍ଷା ଓ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅତୁଳନୀୟ ଅବଦାନ ଥିଲା। ସେ ଥିଲେ ଓଡ଼ିଆ ସାମ୍ବାଦିକତା ର ଜନକ ତଥା ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ। ସେ ଥିଲେ ଓଡ଼ିଶାର ଆଲୋକ ବର୍ତ୍ତିକା । ଏହି ଅବସରରେ ଛାତ୍ରୀ ମମତାଶା ଆଫ୍ରିନ ଓ ଲଳିତା କୁମ୍ଭାର କର୍ମବୀର ଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ପଣ୍ଡିତ ପଦ୍ମଲୋଚନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ସ୍ମିତାରାଣୀ ନାୟକ, ଉପେନ୍ଦ୍ରନାଥ ଷଡ଼ଙ୍ଗୀ, କ୍ଷୀରୋଦ ସେଠୀ ଓ ଛାତ୍ରୀ ବିନିତା ସିଂ ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂତନ ଥାନା ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ବିଜେଡ଼ି ନେତା ଙ୍କ ସାକ୍ଷାତ

Sunil Chandra Nayak

ବିଶ୍ଵ ହକିକପ ଉପଲକ୍ଷେ ନେସନାଲ କଲେଜ ପରିସର ମଧ୍ୟରେ ଫଟୋଚିତ୍ର ହକି ପ୍ରଦର୍ଶନୀ

Sunil Chandra Nayak

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁର ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!