ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ 

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ 

ବ୍ରହ୍ମପୁର,୧୪/୦୭ ଗୋଷ୍ଠୀ ବିକାଶ, ସ୍ଥାୟୀ ଜୀବିକା ଓ ସାମାଜିକ ପରିବର୍ତ୍ତନ ଦିଗରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିଜର ପ୍ରୟାସ ଜାରି ରଖିଛି । ଏହିକ୍ରମରେ କମ୍ପାନୀ ବ୍ରହ୍ମପୁରସ୍ଥିତ ନିଜର ପରିଚାଳନା ବିକାଶ କେନ୍ଦ୍ରଠାରେ ସିଏସ୍ଆର୍ ଉତ୍କର୍ଷ ପୁରସ୍କାର-୨୦୨୬ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ସାମାଜିକ କାର୍ଯ୍ୟରେ ଭାଗ ନେଇଥିବା କର୍ମଚାରୀମାନଙ୍କ ସମେତ ଅନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରୁ ଟିପିଏସ୍ଓଡିଏଲର ସିଏସ୍ଆର୍ ଚଳଚ୍ଚିତ୍ର ପ୍ରଦର୍ଶୀତ ହୋଇଥିଲା । ଜୀବିକା ବୃଦ୍ଧି, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା ସଶକ୍ତିକରଣ, ପରିବେଶ ସ୍ଥିରତା, କ୍ରୀଡ଼ା ପ୍ରୋତ୍ସାହନ ଦିଗରେ ଟିପିଏସ୍ଓଡିଏଲ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା । ଦକ୍ଷିଣ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସକାରାତ୍ମକ ଢ଼ଙ୍ଗରେ ପ୍ରଭାବିତ କରିବାରେ କମ୍ପାନୀର ଉଦ୍ୟମ କିପରି ସଫଳ ହେଉଛି ତାହା ଏହି ଭିଡିଓରେ ପ୍ରଦର୍ଶିତ ହୋଇଥିଲା ।

ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ଜରିଆରେ ୯୮ ହଜାରରୁ ଅଧିକ ପରିବାର ତଥା ୧୦୪୪ ପଞ୍ଚାୟତର ୪.୮ ଲକ୍ଷ ନାଗରିକଙ୍କୁ ସଶକ୍ତ କରାଯାଇଛି । ୬୦ ହଜାରରୁ ଅଧିକ ଛାତ୍ରୀଛାତ୍ରମାନଙ୍କୁ ସ୍ଥିରତା, ଶକ୍ତି ସଂରକ୍ଷଣ, ଓ ଜଳବାୟୁ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରାଯାଇଛି । ସେହିପରି ଅଧିକାର ଯୋଜନା ମାଧ୍ୟମରେ ୬୬୮ଟି ଗ୍ରାମରେ ୧୬ ହଜାର ୬୦୦ରୁ ଅଧିକ ହିତାଧିକାରୀ ସରକାରୀ ବ୍ୟବସ୍ଥା ସହ ଯୋଡ଼ି ହୋଇପାରିଛନ୍ତି । ଏହାସହ ଡିପ୍ଲୋମା ଛାତ୍ରବୃତ୍ତି, ଧନ୍ଦାମୂଳକ ତାଲିମ, ମହିଳାଙ୍କ ନିମନ୍ତେ ଦକ୍ଷତା ବିକାଶ କେନ୍ଦ୍ର ଓ ରୋଜଗାର ନିମନ୍ତେ ସୁଯୋଗ, ସୌର ପ୍ୟାନେଲ ଟେକ୍ନିସିଆନ୍, ଖାଦ୍ୟ ଉତ୍ପାଦନ ତାଲିମ ଓ ଅନୁସୂଚିତ ଜନଜାତିଙ୍କ ଐତିହ୍ୟ ଓ କଳାକୁ ପ୍ରୋତ୍ସାହନ ଭଳି ଉଦ୍ୟମ କମ୍ପାନୀର ସିଏସ୍ଆର୍ ପଦକ୍ଷେପ ମଧ୍ୟରେ ସାମିଲ ରହିଛି । ଗତ ଆର୍ଥିକ ବର୍ଷରେ କମ୍ପାନୀ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି । 

ଆୟୋଜିତ ସମାରୋହରେ ଟିପିଏସ୍ଓଡିଏଲର ଉଦ୍ୟମରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳ ହୋଇଥିବା କ୍ରୀଡ଼ାବିତ, ସିଏସ୍ଆର୍ କାର୍ଯ୍ୟକ୍ରମ ଯେପରି ପ୍ରୋ ଏନଗେଜ୍, ଟାଟା ସ୍ୱେଚ୍ଛାସେବୀ ସପ୍ତାହ ୨୦୨୫, ଟାଟା ସସଟେନେବୁଲ ମାସ ୨୦୨୫ ରେ ଅଂଶଗ୍ରହଣ କରି ଉତ୍କର୍ଷ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ମହିଳା ଉଦ୍ୟୋଗ ସୃଷ୍ଟି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଥିବା – ଅନୋଖା ଧାଗା- ଭଳି ଉଦ୍ୟମ ଅଧୀନରେ ଉନ୍ନତ ପ୍ରଦର୍ଶନ କରି ରୋଜଗାରକ୍ଷମ ହୋଇଥିବା ମହିଳାମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସାମିଲ ହୋଇ ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ସଂପ୍ରଦାୟ ସହ ଆଗକୁ ବଢ଼ିବା ଓ ସଂପ୍ରଦାୟର ସେବାରେ ନିଜକୁ ସାମିଲ କରିବା, ସଦାସର୍ବଦା ଆମର ପ୍ରାଥମିକତାରେ ରହିଆସିଛି । କମ୍ପାନୀର ସିଏସ୍ଆର୍ ଓ ସ୍ୱେଚ୍ଛାସେବୀ ପଦକ୍ଷେପ ଟାଟା ମୂଲ୍ୟବୋଧ ଦ୍ୱାରା ପ୍ରେରିତ ହୋଇଥିବା ବେଳେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଆମେ ଏକ ସ୍ଥାୟୀ ଓ ସଶକ୍ତ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରୁଛୁ।”ଏହି ସମାରୋହରେ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Related posts

ଭଦ୍ରକ ସାଂସଦଙ୍କୁ ଭେଟିଲେ ଶିକ୍ଷାବିତ୍

Sunil Chandra Nayak

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପ୍ରାଚୁର୍ୟ୍ଯ ଭିତରେ ରହି ବିକାଶ ଖୋଜୁଛି ଇନ୍ଦ୍ରାବତୀ

Sunil Chandra Nayak

Leave a Comment

error: Content is protected !!