ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁଙ୍କ ହୃଦୟ ଥିଲା ବିଶ୍ବବ୍ୟାପୀ 

ଗୋପବନ୍ଧୁଙ୍କ ହୃଦୟ ଥିଲା ବିଶ୍ବବ୍ୟାପୀ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଇସ୍ପାତ ମାର୍କେଟ ଆମ୍ବାଗାନ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ତାଙ୍କର ୯୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଗଗନ ବିହାରୀ ଧଳ ଗୋପବନ୍ଧୁଙ୍କ ଓଡ଼ିଶା ପ୍ରୀତି ,ଭାରତ ପ୍ରୀତି ଓ ବିଶ୍ବ ପ୍ରୀତି ସମ୍ପର୍କରେ ଅଭିଭାଷଣ ରଖି ତାଙ୍କର ହୃଦୟ କିପରି ବିଶ୍ବବ୍ୟାପୀ ଥିଲା ,ତତ୍‍ସମ୍ପର୍କରେ ଆଲୋଚନା ରଖିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀ ମହାପାତ୍ର ଗୋପବନ୍ଧୁଙ୍କ ବନ୍ଦୀର ଆତ୍ମକଥା , କାରାବରଣ ଓ ଗୋ ମାହାତ୍ମ୍ୟରୁ ବିଭିନ୍ନ ଉଦ୍ଧୃତି ଦେଇ ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ସଭାପତି ଶ୍ରୀ ପତି ବକ୍ତାମାନଙ୍କର ବକ୍ତବ୍ୟର ବିଶ୍ଳେଷଣ କରି ଓଡ଼ିଆ ଜାତୀୟତାବାଦର ମହାପ୍ରବର୍ତ୍ତକ ରୂପେ ଚିତ୍ରଣ କରି ମଣିଷ ଗଢ଼ା କାରଖାନା ସତ୍ୟବାଦୀ ବନବିଦ୍ୟାଳୟ, ସତ୍ୟବାଦୀ ସାହିତ୍ୟ ପତ୍ରିକା ଓ ଆଜିର ଲୋକପ୍ରିୟ ତଥା ଜନପ୍ରିୟ ଦୈନିକ ସମ୍ବାଦପତ୍ର ”ସମାଜ“ର ତାଙ୍କ ଉଜ୍ଜ୍ୱଳ ଚିନ୍ତାରାଶିର ନୀତିକାନ୍ତି ବୋଲି ଅଭିହିତ କରି ଏହି ସବୁ ଅନୁଷ୍ଠାନ ଓ ପତ୍ରପତ୍ରିକା ମାଧ୍ୟମରେ ସେ ଜାତୀୟଚେତନାର ନବଦିଗନ୍ତ ଉନ୍ମୋଚନ କରିଥିଲେ ବୋଲି ମନ୍ତବ୍ୟ ରଖି ସେ ପ୍ରଥମେ ଦେଶସେବକ ଓ ପରେ ସାହିତ୍ୟ ସେବକ ବୋଲି କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ରମେଶ ଚନ୍ଦ୍ର ସେଠୀ, ଗଙ୍ଗାଧର ପୁହାଣ,ଅଜିତ ନାୟକ, ବସନ୍ତ ନାୟକ , ରମେଶ ଚନ୍ଦ୍ର ପାତ୍ର, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଭାସ୍କର ନନ୍ଦ, ଜଟାଧାରୀ ମାଝୀ, ନିହାର ସାମଲ ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣି ଗୋପବନ୍ଧୁଙ୍କ ପବିତ୍ର ସ୍ମୃତିଚାରଣ ସହିତ ସେହି ମହାନ ବରପୁତ୍ରଙ୍କ ପ୍ରତି ଭାବଭରା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଭାଙ୍ଗିଲା ଗଛ ଉଡାଇଲା ଘରର ଆଜବେଷ୍ଟ

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ 

masiha

ତେରେସିଂହା ରେ ରୋଗୀବଲା ଯାତ୍ରା

Sunil Chandra Nayak

Leave a Comment

error: Content is protected !!