ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୂଆକୁ ଧ୍ଵଂସ କରିବା ବନ୍ଦ କର – ଏ ଆଇ ଡି ଏସ୍ ଓ

ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୂଆକୁ ଧ୍ଵଂସ କରିବା ବନ୍ଦ କର – ଏ ଆଇ ଡି ଏସ୍ ଓ

 ରାଇରଙ୍ଗପୁର ତା -୧୪.୦୭.୨୦୨୬ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୂଆକୁ ଧ୍ଵଂସ କରିବା ବନ୍ଦ କରି କେବଳ ଭ୍ରମ ସଂଶୋଧନ ନକରି ବିଜ୍ଞାନସମ୍ମତ ଓ ମୌଳିକ ବିଷୟ ସନ୍ନିବେଶିତ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ଦାବିରେ ଏଆଇଡିଏସଓ, ରାଇରଙ୍ଗପୁର ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।

          ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଆଧାରରେ ରାଜ୍ୟ ବିଜେପି ସରକାର ଚଳିତ ବର୍ଷ ବ୍ୟାପକ ପ୍ରସ୍ତୁତି ନ ନେଇ ତରବରିଆ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ନୂତନ ପାଠ୍ୟପୁସ୍ତକ ଛାପିଲେ ତାହା ମାଳ ମାଳ ଭୁଲରେ ଭର୍ତ୍ତି । ତ୍ରୁଟିକୁ ସୁଧାରିବା ପାଇଁ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏକ ‘ସଂଶୋଧନ ଦଲିଲ’ ପ୍ରସ୍ତୁତ କରାଗଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏହି ସଂଶୋଧନ ଦଲିଲରେ ମଧ୍ୟ ବ୍ୟାପକ ତ୍ରୁଟି ରହିଲା । ପୁଣି ଏବେ ଏହି ତ୍ରୁଟିକୁ ସଂଶୋଧନ କରି ଏସସିଇଆରଟି, ଓଡିଶା ପକ୍ଷରୁ ଗତ ୨ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇ ସର୍ବସାଧାରଣ ନିମନ୍ତେ ସୂଚନା ଦିଆଯାଇଛି ଯେ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକଗୁଡିକୁ ୱେବସାଇଟରେ ଦିଆଯାଇଛି ଏବଂ ସେହି ପୁସ୍ତକଗୁଡିକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଜନସାଧାରଣ ସାତଦିନ ମଧ୍ଯରେ ଦେବେ। ଅସଲରେ ଏହି ଜନମତ ସଂଗ୍ରହ ଆଳରେ ସରକାର ଅବୈଜ୍ଞାନିକ ଓ ଅଯୌକ୍ତିକ ପାଠ୍ୟକ୍ରମ ପ୍ରଚଳନ କରିବାକୁ ଚକ୍ରାନ୍ତ କରୁଛନ୍ତି। ପ୍ରଥମତଃ ପାଠ୍ୟ ପୁସ୍ତକରେ ସଂଶୋଧନ କେବଳ କିଛି ବନାନଗତ ବା ବ୍ୟାକରଣଗତ କିମ୍ବା ତଥ୍ୟଭିତ୍ତିକ କରାଯିବ ସେତିକି ନୁହେଁ ଆହୁରି ମଧ୍ୟ ବିଜ୍ଞାନସମ୍ମତ, ଯୁକ୍ତିସଙ୍ଗତ ଏବଂ ମୌଳିକ ଧାରଣା ଭିତ୍ତିକ ବିଷୟବସ୍ତୁ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା ଆବଶ୍ୟକ । ଏହା ଏତେ ଅଳ୍ପ ସମୟ ମଧ୍ୟରେ ସମ୍ଭବ ନୁହେଁ, ଏଥିପାଇଁ ବିଭିନ୍ନ ବିଷୟ ଭିତ୍ତିକ ବିଶେଷଜ୍ଞ, ଶିକ୍ଷାବିତ ଆବଶ୍ୟକ । କିନ୍ତୁ ସରକାର ଏ ସବୁ ବ୍ୟବସ୍ଥା ନ କରି ତ୍ରୁଟିର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେବା, କେଜିରୁ ପିଜି ପାଠ ମାଗଣା କରିବା, ଘରେ ଘରେ ଲକ୍ଷ୍ମୀ ପୁରାଣ ବାଣ୍ଟିବା ଆଦି କାର୍ଯ୍ୟକ୍ରମର ଭେଳିକି କରି ପିଲାଙ୍କୁ ମୂର୍ଖ କରିବା ପାଇଁ ଉଦ୍ଦିଷ୍ଟ ଏହି ଅବୈଜ୍ଞାନିକ, ଅଯୌକ୍ତିକ ପାଠ୍ୟକ୍ରମକୁ ହିଁ ଲଦି ଦେଉଛନ୍ତି। ଏପରିକି ଏଯାଏ ବହି ପ୍ରସ୍ତୁତ ହୋଇନି ଅଥଚ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ ୪ ଟି ପରୀକ୍ଷା କରିବେ ବୋଲି ଘୋଷଣା କରିଛନ୍ତି। ଇଂରାଜୀ ଭାଷାକୁ ଇଚ୍ଛାଧୀନ କରି ଇଂରାଜୀ ଭାଷାର ଗୁରୁତ୍ୱକୁ ହ୍ରାସ କରିବାର ଚେଷ୍ଟା କରୁଛନ୍ତି। ଏହି ପାଠ୍ୟକ୍ରମ ପ୍ରଚଳନ ଶିଶୁଙ୍କ ପାଠପଢ଼ାର ମୂଳଦୁଆକୁ ସମ୍ପୂର୍ଣ୍ଣ ଧ୍ଵଂସ କରିବ । ତେଣୁ କେବଳ ଭ୍ରମ ସଂଶୋଧନ ନୁହେଁ ବିଜ୍ଞାନସମ୍ମତ ଓ ମୌଳିକ ବିଷୟ ସନ୍ନିବେଶିତ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରାଯାଉ,ବିଷୟଭିତ୍ତିକ ବିଶେଷଜ୍ଞମାନଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇ ସେହି ବୋର୍ଡକୁ ପାଠ୍ୟପୁସ୍ତକ ଲେଖିବାର ଦାୟିତ୍ୱ ପ୍ରଦାନ କରି ତାଙ୍କ ନାମକୁ ସର୍ବସମ୍ମୁଖରେ ପ୍ରକାଶ କରାଯାଉ ,ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ପୁନର୍ଲିଖିତ ନୂତନ ବହି ମୁଦ୍ରଣ କରିବା,ତୁରନ୍ତ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦ କୁ ସଂପୂର୍ଣ୍ଣ ବାତିଲ କରାଯାଉ ବୋଲି ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଏଆଇଡିଏସଓ, ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରାଙ୍କ ସହିତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ବରଂଜନ ଗିରି ମୟୂରଭଞ୍ଜ ଜିଲ୍ଲା ସଭାପତି ମଧୁସୂଦନ ନାଏକ,ସମ୍ପାଦକ ଫୁଲଚାନ୍ଦ ଲୋହାର ଅଫିସ ସମ୍ପାଦକ ଯତୀନ ବାନରା ,ମାନସିଂ ହୋ,ତାପସ ଲୋହାର୍ ପ୍ରମୁଖ ନେତୃତ୍ୱ ଦେଇଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗ ରେ ବ୍ୟାପଜ ବଦଳି ଆଦେଶ ଜାରୀ 

ନବ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ 

masiha

ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

masiha

Leave a Comment

error: Content is protected !!