ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଆଲୋଚନାଚକ୍ର 

ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଆଲୋଚନାଚକ୍ର 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ତଥା ପରିଷଦ ମହାନଗର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବି ରାଜୀବ ପାଣି ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ବାବାଜୀ ସନତ୍ସୁଜାତାନନ୍ଦ ଦାସ ମହାରାଜ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟରେ ମୁଁ କିଏ? ଏହାକୁ ଖୋଜିବା ଭାରତୀୟ ଦର୍ଶନର ମୂଳଲକ୍ଷ୍ୟ। ଭାରତୀୟ ସଂସ୍କୃତିରେ ଜୀବନର ଆଚରଣ ଓ ଆତ୍ମ ଚିନ୍ତନ ସହ ତତ୍କାଳୀନ ସମୟରେ ଗୁରୁକୂଳରେ ପ୍ରଭେଦ ନଥିବା, ବିଦ୍ୟା ସହିତ ବିନୟ, ଶିକ୍ଷା ସହିତ ଚରିତ୍ର ଗଠନ ତଥା ସତ୍ୟ ଗୋଟିଏ ଏବଂ ଦେଖିବାର ଦୃଷ୍ଟି ଅନେକ। ବସୁଧୈବ କୁଟୁମ୍ବକମ୍ ଓ ବିଭିନ୍ନ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଡ. ଜେନା ସାମ୍ପ୍ରତିକ ସ୍ଥିତିରେ ଆଲୋଚ୍ୟ ପ୍ରସଙ୍ଗର ଆବଶ୍ୟକତା ଓ ମାଧବ ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶ ପ୍ରାକ୍ କଥନ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଶୀର୍ଷକ ‘ଗୁରୁବେ ନମଃ’ ସମ୍ପର୍କରେ କବିତା ପାଠ କରାଯାଇଥିଲା। ଏହି ପର୍ଯ୍ୟାୟରେ ଉପେନ୍ଦ୍ର ନାଥ ଦାଶ ସଭାପତିତ୍ବ କରିଥିଲାବେଳେ କବୀ ଅଳକା ମହାନ୍ତି ଓ ପ୍ରତାପରୁଦ୍ର ତ୍ରିପାଠୀ ସଂଯୋଜକ ଦାୟିତ୍ଵ ତୁଲାଇଥିଲେ। ସର୍ବଶ୍ରୀ ଗୌତମ ଦାସ, ହରପ୍ରସାଦ ନନ୍ଦ, ହରମୋହନ ମିଶ୍ର, ସୁସ୍ମିତା ମହାପାତ୍ର, ତ୍ରିଲୋଚନ ସ୍ବାଇଁ, ଡ. ମୁନିନ୍ଦ୍ର ମହାଳିକ, ସୁସ୍ମିତା ମହାପାତ୍ର, ଏସ୍ ଦାସ ପ୍ରମୁଖ କବିତା ପାଠ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ତ୍ରିଲୋଚନ ସ୍ବାଇଁ ଓ ଦ୍ବିତୀୟ ପର୍ଯ୍ୟାୟରେ ଗଙ୍ଗାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ମହେନ୍ଦ୍ର ପଟ୍ଟନାୟକ,କରୁଣାକର ପାଟ୍ଟଶାଣୀ, ତାରିଣୀ ଚରଣ ସାହୁ, କରୁଣାକର ସାହୁ, ଚନ୍ଦ୍ରଶେଖର ଶତପଥୀ, ଗିରିଜା ଶଙ୍କର ଗୋସ୍ୱାମୀ, ଅଜୟ ମହାନ୍ତି, କୁଞ୍ଜବିହାରୀ ରାଉତ, ଜଗନ୍ନାଥ ରାଉତ, ଗଙ୍ଗାଧର ପୁହାଣ, ଅଜୟ ପାଣି, କ୍ଷୀରେଶ୍ବରୀ କିଶାନ, ଡ. ବିଶ୍ବନାଥ ପରିଜାଙ୍କ ସମେତ ଶତାଧିକ ବ୍ୟକ୍ତି ଓ ଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ 

Sunil Chandra Nayak

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!