ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନଭାସ୍ ଦ୍ୱାରା ରାଉରକେଲାରେ ସପ୍ତାହବ୍ୟାପୀ ବୃକ୍ଷରୋପଣ ଅଭିଯାନ ଆରମ୍ଭ

କାନଭାସ୍ ଦ୍ୱାରା ରାଉରକେଲାରେ ସପ୍ତାହବ୍ୟାପୀ ବୃକ୍ଷରୋପଣ ଅଭିଯାନ ଆରମ୍ଭ

ରାଉରକେଲା, : ପରିବେଶ ସୁରକ୍ଷା ଓ ସବୁଜ ଆବରଣ ବୃଦ୍ଧି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ସାମାଜିକ ସଂଗଠନ କାନଭାସ୍ ଆଜି ରାଉରକେଲାରେ ଏକ ସପ୍ତାହବ୍ୟାପୀ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ସହିତ ସହରର ସବୁଜ ଆବରଣ ବୃଦ୍ଧି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।

ଛେଣ୍ଡ ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଗେଟ୍ ନମ୍ବର ୬ ଠାରେ ଆଜି ଏହି ଅଭିଯାନର ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆଜିଠାରୁ ୧୫ ଜୁଲାଇ ୨୦୨୬ ରୁ ୨୨ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସହରର ବିଭିନ୍ନ ଅଞ୍ଚଳରେ ଜାରି ରହିବ। ପାନପୋଷ ବନଖଣ୍ଡର ଅଧିକାରୀ ରବୀନ୍ଦ୍ର ମୀନା ମୁଖ୍ୟଅତିଥି ଭାବରେ ଯୋଗଦାନ କରି କାନଭାସ୍ ର ଏହି ପ୍ରଶଂସନୀୟ ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିବା ସହିତ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଲୋକଙ୍କ ମଧ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ବିଶିଷ୍ଟ ଯୁବ ପରିବେଶବିତ୍ ଅମୂଲ୍ୟ ପ୍ରତାପ ଲାକ୍ରା ଅନ୍ୟତମ ଅତିଥି ଭାବରେ ଯୋଗଦାନ କରି ଗ୍ଲୋବାଲ୍ ୱାର୍ମିଂ ଓ ଗ୍ରୀନ୍ ହାଉସ୍ ଇଫେକ୍ଟ ବିଷୟରେ ଜନସାଧାରଣଙ୍କୁ ସଚେତନ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।

ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ କାନଭାସ୍ ର ଏହି ନିଆରା ଉଦ୍ୟମ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଏବଂ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଥିଲେ। ଗତକାଲି ଶ୍ରୀ ଜଗନ୍ନାଥଙ୍କ ନବଯୌବନ ବେଶ ଅବସରରେ କାନଭାସ୍ ର ଶତାଧିକ ସଭ୍ୟ ଓ ସଭ୍ୟା ନିଜ ନିଜ ଘରେ ବୃକ୍ଷରୋପଣ କରି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବାରୁ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏହା ଦ୍ୱାରା ଅନ୍ୟମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇ ଏକ ବୃହତ୍ତର ସବୁଜ ଆନ୍ଦୋଳନ ଗଢ଼ି ଉଠିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁ, ଭାରତୀୟ ଜନତା ଦଳର ମୁଖପାତ୍ର ଧିରେନ ସେନାପତି, ବିଶିଷ୍ଟ ସାମାଜିକ କର୍ମୀ ଭରତ ବାଇ, ଆର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର, ଆଇନଜୀବୀ ଚନ୍ଦ୍ରମଣି ଜେନା, ଶ୍ରୀନିବାସ ପଣ୍ଡା, ସମାଜସେବୀ ରଞ୍ଜିତ ନାୟକ, ବଟକୃଷ୍ଣ ନାୟକ, ରଞ୍ଜିତା ପଟ୍ଟନାୟକ, ଅସିତ୍ ମଣ୍ଡଳ,ଖଦାଳ ସେଠୀ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଗୁରୁତ୍ୱ ବିଷୟରେ ସମବେତ ଜନତାଙ୍କୁ ଅବଗତ କରାଇଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ପ୍ରାୟ ୨୦୦ ଚାରା ରୋପଣ କରାଯାଇଥିଲା। ଦେବାଶିଷ ମହାନ୍ତି ଓ କାର୍ତ୍ତିକ ଦାସ, ସୌମ୍ୟ ଦାସ ଏହି ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଓ ନଚିକେତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କାନଭାସ୍ ସହରବାସୀ, ଶିକ୍ଷାନୁଷ୍ଠାନ ଓ ସମସ୍ତ ସାମାଜିକ ସଂଗଠନକୁ ଏହି ସପ୍ତାହବ୍ୟାପୀ ଅଭିଯାନରେ ସକ୍ରିୟ ଭାବେ ଯୋଗଦାନ କରି ରାଉରକେଲାକୁ ଆହୁରି ସବୁଜ ଓ ସୁସ୍ଥ କରିବା ପାଇଁ ଆହ୍ୱାନ ଜଣାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ମଙ୍ଗଳା ମନ୍ଦିର, ଶମ୍ଭୁ ନଗର ପଡା ବାର୍ଷିକ ଉତ୍ସବ ରେ ରୋଷେଇ ଗୃହ ର ଶୁଭ ଉଦଘାଟନ

Sunil Chandra Nayak

ପଦୋନ୍ନତି ପାଇଲେ ୧୮ ଜଣ ଶିକ୍ଷୟତ୍ରୀ ଶିକ୍ଷକ

Sunil Chandra Nayak

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!