ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ବିଲେଇସୁଣୀଙ୍କ ଶକ୍ତିପୀଠ

ମା’ ବିଲେଇସୁଣୀଙ୍କ ଶକ୍ତିପୀଠ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର କୁଟୁରିଆ ଗ୍ରାମରେ ରହିଛି ମା’ ବିଲେଇଶୁଣୀଙ୍କ ପୁରାତନ ଶକ୍ତିପୀଠ। ମା ମିତୁ ଗଛ ମୂଳରେ ବିରାଜ ମାନ,କାମ୍ବଦନ୍ତୀ ଅନୁସାରେ ମା’ ପ୍ରତ୍ୟକ୍ଷଦେବୀ। ମା’ ଭକ୍ତଙ୍କ ଗୁହାରୀ ଶୁଣନ୍ତି। ଏହି କାରଣରୁ ଦୂର-ଦୂରାନ୍ତରୁ ଭକ୍ତମାନେ ଏହି ପୀଠକୁ ଆସନ୍ତି। ପୀଠର ମୁଖ୍ୟ ବିଶେଷତା ହେଉଛି ପ୍ରତ୍ୟେକ ରବିବାରେ ଭକ୍ତମାନଙ୍କ ଭିଡଜମେ । କେହି ମାନସିକ ପୂରଣ ପାଇଁ ମୁଣ୍ଡନ କରନ୍ତି। କେହି ମା’ଙ୍କ ପାଖରେ ଅଧିଆ ପଡ଼ିଥାନ୍ତି। ଶନିବାର ଓ ସୋମବାର ସକାଳ ୯ଟାରୁ ପୂଜାର୍ଚନା ଚାଲିଥାଏ। ରବିବାର ଦିନଟି ମା ବିଲେଇଶୁଣିଙ୍କ ବାର ଏହି ଦିନରେ ହଜାର ହଜାର ମାନସିକ ଧାରୀ ଆସନ୍ତି ଓ ମଧାହ୍ନ ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ ଜମେ। ଭୋଜିକୁ ବାହାରକୁ ନେଇଯିବାକୁ ନିଷେଧ ରହିଥିବାରୁ ସେଠାରେ ବଣଭୋଜି କରିଥାନ୍ତି ଭକ୍ତ । ପରିବେଶ ପୀଠଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରକୃତିର ମନୋଜର ଶୋଭାରେ ପରିବେଷ୍ଟିତ । ଏଠାକାର ସମସ୍ୟା ହେଉଛି ଭକ୍ତମାନଙ୍କ ବଡ଼ ସଂଖ୍ୟାରେ ଆଗମନ ସତ୍ତ୍ବେ ପ୍ରଶାସନ ଅବହେଳାରେ ପୀଠର ପର୍ଯ୍ୟଟନ ଉନ୍ନତି ପଛକୁ ରହିଛି। ଯଦି ସରକାରୀ ମାନ୍ୟତା ଓ ସୁବିଧା ମିଳିଥାନ୍ତା ତେବେ ଏହାକୁ ଅଧିକ ପର୍ଯ୍ୟଟକ ଆସିପାରନ୍ତେ। କୁଟୁରିଆ ଗାଁ କମିଟି ତରଫରୁ ନିଜ ସ‌ହଭାଗିତାରେ ଯାହା କିଛି ପୁନଃ ନିର୍ମାଣ ଓ ଉନ୍ନତି କାମ କରାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଦେବସର ଧାମ ମା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଓ ଛପନ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ସାବିତ୍ରୀ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପୂଜା କରି ମହିଳା ମାନେ ନିଜ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ ଆୟୁଷ କଲେ କାମନା 

ବିରୁପାକ୍ଷ ଶିବ ମନ୍ଦିରର ଭୂମିପୂଜନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!