ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟର ୧୯୯୮ ମସିହା ବ୍ଯାଚ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉ ଅନ୍ନ ପ୍ରସାଦ ବଣ୍ଟନ

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟର ୧୯୯୮ ମସିହା ବ୍ଯାଚ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉ ଅନ୍ନ ପ୍ରସାଦ ବଣ୍ଟନ

ରାଇରଙ୍ଗପୁର – ୧୮/୦୭  ରାଇରଙ୍ଗପୁର ସହରର ଅନ୍ୟତମ ଭବ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ରଥଯାତ୍ରା ।ଚଳିତ ଵର୍ଷ ରଥଯାତ୍ରା ଦେଖିବାକୁ ସୁଦୂର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଵିଭିନ୍ନ‌ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହେ ।ଶ୍ରଦ୍ଧାଳୁମାନେ ସକାଳୁ ଆସି ରହନ୍ତି ।ତେଣୁ ଦିନ ତମାମ ପ୍ରବଳ ଗୁଳୁଗୁଳି , ବର୍ଷା ଓ ଭୋକରେ ଛଟପଟ ହେଉଥାନ୍ତି ଦୂରଦୂରାନ୍ତରୁ ଆସିଥିବା ଆବାଳବୃଦ୍ଧ ବନିତା ।ରାଇରଙ୍ଗପୁର‌ ସହରରେ ସେଭଳି ଆଖି ଦୃଶିଆ ହୋଟେଲ , ଜଳଖିଆ ଦୋକାନ ନାହିଁ‌।ତେଣୁ ଭକ୍ତଙ୍କ ଉଦରକୁ ଶାନ୍ତ କରିବାପାଇଁ ଵିଭିନ୍ନ‌ ସ୍ଵେଛାସେବୀ ଅନୁଷ୍ଠାନ ତରଫରୁ ଅନ୍ନ ପ୍ରସାଦ, ପାଣି, ସରବତ ବଣ୍ଟନ ଵ୍ଯଵସ୍ଥା କରାଯାଇଥିଲା । ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟର ୧୯୯୮ ମସିହା ଵ୍ଯାଚ ଛାତ୍ର ସଂଗଠନ ତରଫରୁ ଗୋଲେଇ ଛକରେ ମାଗଣା ସୁସ୍ବାଦୁ ଅନ୍ନପ୍ରସାଦ ବଣ୍ଟନ ଏବଂ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା । ଏହି ଅନୁଷ୍ଠାନ ତରଫରୁ ବର୍ଷ ତମାମ କିଛି ନା ସାମାଜିକ କାର୍ଯ୍ୟକ୍ରମ ତଥା ଅନାଥ ପିଲାମାନଙ୍କୁ ଖାଦ୍ୟ ଓ ପୋଷାକ ବଣ୍ଟନ,ରକ୍ତଦାନ ଶିବିର,ଅସହାୟ ମାନଙ୍କୁ ଆର୍ଥିକ ସାହାଯ୍ୟ ,ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ ମାନସ ପାତ୍ର, ବଣ୍ଟି ଅଗ୍ରଓ୍ବାଲ, ରାଣା,ଆଲୋକ,ଦିନେଶ, ଜିତେନ୍ଦ୍ର,ପବନ,ସଞ୍ଜିତା,ଟିଟୁ,ଅନୁପ,ବିବେକ,ଅରୁଣ,ବିକାଶ,ନିହାର,ସୁଜିତ,ସୁମିତ,ରତି,ମନୋରଞ୍ଜନ,ପ୍ରିୟ,କମଳା,ବାପୁ,ପ୍ରଭାସ,ରତି,ଦୁଃଖ ପ୍ରହରାଜ, ସମେତ ବହୁ ସାଥୀଵୃନ୍ଦ ସୁଦୂର କୋଲକାତା,ସମ୍ବଲପୁର,ବ୍ରହ୍ମପୁର,ଦିଲ୍ଲୀ,ବାଙ୍ଗାଲୁର,ହାଇଦ୍ରାବାଦ,ଭୁବନେଶ୍ବର,କଟକ,ବାଲେଶ୍ବର,ଭଦ୍ରକ,ରାଉରକେଲା,ଆସାମ ମୁମ୍ବାଇରୁ ଛୁଟି ଆସି ଏହି ନିଆରା ରଥଯାତ୍ରାରେ ସେଵାପାଇଁ ନିଜର ସାଥୀମାନଙ୍କ ସହ କିଛି ସମୟ କଟାଇ ଥିଲେ ।ଆଗକୁ ଆହୁରି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ମୁଖ୍ୟ ଉଦ୍ଯୋକ୍ତା ମାନସ ପାତ୍ର ସୂଚନା ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଧର୍ମପାରାୟଣ ମହିଳାଙ୍କ ପରଲୋକ

Sunil Chandra Nayak

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ରେ ପ୍ରଶାସନ ର ଅଜବ ନୀତି ଦେଖିବାକୁ ମିଳୁଛି

masiha

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!