ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

ଡାବୁଗାଁ, ୧୦/୪ (ମ.ନି.ସ.)- ନଵରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି l ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମୀର କୁମାର ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ନବରଙ୍ଗପୁର ଜିଲା କଳା ସଂସ୍କୃତି ସଂଘ ଉପ ସଭାପତି କାର୍ତ୍ତିକ ଭତ୍ରl ଙ୍କ ସହ କବୟତ୍ରୀ, କବି, କଳାକାର, ଦେଶୀଆ ନାଟଗୁରୁ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ l କବୟତ୍ରୀ, କବି, କଳାକାର, ନାଟଗୁରୁ ବୃନ୍ଦ ତାଙ୍କ ସ୍ଵରଚିତ କବିତା ଆବୃତ୍ତି କରି ସମସ୍ତଙ୍କୁ ଖୁସି କରାଇଥିଲେ l ପ୍ରଥମେ ଶିକ୍ଷକ ଉମେଶ ପାତ୍ର ଏକ ସଙ୍ଗୀତ ପରିବେଷଣ କରିବା ପରେ ଅନ୍ୟ ମାନେ ନିଜ ନିଜର କବିତା, ନାଟଗୀତ ଆବୃତ୍ତି କରିଥିଲେ l ସମସ୍ତ କଳାକାର, କବୟତ୍ରୀ, କବି, ନାଟଗୁରୁ ମାନଙ୍କୁ ଉତ୍ତରୀୟ ମାନପାତ୍ର ଦେଇ ଅଧ୍ୟକ୍ଷା, ବିଡିଓ ଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା l ଡାବୁଗାଁ ପଞ୍ଚାୟତ ସମିତି ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇ ଥିବା ବେଳେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଯାଦୁ ଖେଳ ପ୍ରଦର୍ଶନ କରି ସମସ୍ତ ଙ୍କ ମନରେ ଖୁସି ଭରି ଦେଇଥିଲେ l ଡୋକ୍ରା କାଷ୍ଟିଙ୍ଗ ଶୀଳ୍ପି ସନପତ ହରିଜନ କଂସା, ପିତ୍ତଳ ରେ ନିର୍ମିତ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତୀ ତିଆରି କରି ସେଠାରେ ପ୍ରଦର୍ଶନ ଆହୁରି ଚିତାକର୍ଷକ ହୋଇ ଉଠିଥିଲା, ଯାହାକି ଏହି ଶୀଳ୍ପି ଭୁବନେଶ୍ଵର, ଦିଲ୍ଲୀ ରେ ପୁରଷ୍କୃତ ହୋଇଥିବା କଥା ସେ ନିଜେ ଦର୍ଶାଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଖାଦ୍ୟ ପ୍ରକ୍ରିୟାକରଣ କର୍ମଶାଳୀ

masiha

ଅଭିଯୋଗ କୁ ପ୍ରତ୍ୟାଖାନ କଲା ସେକ୍ଟର ୨ ଦୁର୍ଗା ପୂଜା କମିଟି 

masiha

Leave a Comment

error: Content is protected !!