ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଚୈତନ୍ୟ ଦେବ ମନ୍ଦିର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ଶ୍ରୀ ଚୈତନ୍ୟ ଦେବ ମନ୍ଦିର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ 

ଜଳେଶ୍ଵର,୧୭/୭(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସମ୍ପତ୍ତିଆ ପଞ୍ଚାୟତ ଅଧୀନ ବାଗପୁଞ୍ଜି, ସରିଶା ଓ ଡେମୁରିଆ ଗ୍ରାମର ମଧ୍ୟ ସ୍ଥଳରେ ବାଗପୁଞ୍ଜି ଠାରେ ପ୍ରାୟ ୧୫୦ ବର୍ଷ ପୂର୍ବେ କେତେକ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମ କ୍ରମେ ଶ୍ରୀ ଚୈତନ୍ୟ ଦେବ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ଲୋକମତ ଅନୁଯାୟୀ ଏହି ରାସ୍ତାରେ ଶ୍ରୀ ଚୈତନ୍ୟ ଦେବ ଯାଉଥିବା ସମୟରେ ସେହି ସ୍ଥାନରେ ରହିଥିବା ଏକ ବୃକ୍ଷ ତଳେ ଆଶ୍ରୟ ନେଇଥିଲେ।ମାତ୍ର ସେଠାରେ ଥିବା ମନ୍ଦିରଟି ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।ସେହି ମନ୍ଦିର ମଧ୍ୟରେ ନିତାଇ ଗୌର ବିଗ୍ରହ ଆଜି ବି ପୂଜା ପାଉଛନ୍ତି।ଗ୍ରାମର କେତେକ ବଦାନ୍ୟ ବ୍ୟକ୍ତିମାନେ ସେଠାରେ ଏକ ନୂତନ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ସେହି ପରିପ୍ରେକ୍ଷୀରେ ପବିତ୍ର ରଥ ଯାତ୍ରା ଅବସରରେ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜଳେଶ୍ଵର ବିଡିଓ ଗୌରାଙ୍ଗ ଚରଣ ଘୋଷ ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ।ପୂଜକ ଅଶୋକ କୁମାର ଆଚାର୍ଯ୍ୟ ଓ ଅଜୟ ନାରାୟଣ ଦାସ ଅଧିକାରୀଙ୍କ ଦ୍ୱାରା ଯଥାକ୍ରମେ ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ମୁରଲୀ ମୋହନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ସାମଲ,ରବି ସାମଲ, ରାଧା ରଞ୍ଜନ ଜେନା,ଅଜୟ ସିଂହ, ମୁନାଚାନ୍ଦ ପ୍ରଧାନ, ନିମାଇଁ ଚରଣ ଜେନା,ଲକ୍ଷ୍ମୀ ରଞ୍ଜନ ସିଂହ,ରାଜ କିଶୋର ଘୋଷ,ସୁଧାଂଶୁ ପାତ୍ର,ବସନ୍ତ ଦାସ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

Sunil Chandra Nayak

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!