ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପଦାଧିକାରୀ ବୈଠକ 

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପଦାଧିକାରୀ ବୈଠକ 

ନବରଙ୍ଗପୁର:(୧୯|୭)(ରବି ନାରାୟଣ ମହାନ୍ତି)ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପଦାଧିକାରୀ ବୈଠକ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶୁଭେନ୍ଦୁ କୁମାର ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ବିଚାରପତି ନରେନ୍ଦ୍ର କୁମାର ପ୍ରଧାନ, ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ସ୍ଵରୂପ କୁମାର ପଟ୍ଟନାୟକ, ବିଶିଷ୍ଟ କବି, ନାଟ୍ୟ ନିର୍ଦ୍ଦେଶକ ଆଶିଷ କୁମାର ବଶା,ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ,ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି, ସମାଜସେବୀ ଜ୍ୟୋତିର୍ମୟୀ କବାଟ, ମୟୂରଭଞ୍ଜ ଜିଲ୍ଲା ଉପସଭାପତି ଗୋବିନ୍ଦ ଗିରି, ଜିଲ୍ଲା ସମ୍ପାଦକ ପ୍ରାଣକୃଷ୍ଣ ଖଣ୍ଡା,ସଦସ୍ୟା ଖୁଲଣା ନାଏକ, ଯାଜପୁର ଜିଲ୍ଲା ସମ୍ପାଦିକା ମିନତୀ ପଣ୍ଡା, ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟ ସମସ୍ୟା ସହିତ ସାଂଗଠନିକ ପୁନଃବିନ୍ୟାସ ସଂପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଡିସେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଗଲା। ସେହିପରି ଭାବେ ରଥରେ ପାଣି ବଣ୍ଟନ କାର୍ଯ୍ୟ ପ୍ରତିବର୍ଷ ସଗଠନ ପକ୍ଷରୁ କରାଯାଉଥିବାରୁ ଏହାକୁ ଜାରୀ ରଖିବା ପାଇଁ ମତପ୍ରକାଶ ପାଇଥିଲା। ଶେଷରେ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଇଂ ପ୍ରଦୀପ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାନ ଚେରଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ଟି କାମରେ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

masiha

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ  ସନ୍ତୋଷ ନାୟକ ସଭାପତି,ଧୀରେନ ସ୍ୱାଇଁ ସମ୍ପାଦକ 

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ସଭା

Leave a Comment

error: Content is protected !!