ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

ରାଉରକେଲା/ଟାଇଁସର : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଞ୍ଚଳରେ ଥିବା ପାନପୋଷ ଉପଖଣ୍ଡ ଅଧୀନରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମ ପଞ୍ଚାୟତର ଟାଇଁସର ଗ୍ରାମରେ ଥିବା ଜୟ ବାଲାଜି ଜ୍ୟୋତି ଷ୍ଟିଲ ଲିମିଟେଡ଼ ନାମକ ଏକ କାରଖାନା ବର୍ତ୍ତମାନ ଦୈନିକ ୪୦୦ ଟନ ଉତ୍ପାଦନ କ୍ଷମତାକୁ ଵୃଦ୍ଧି କରି ଚାରିଗୁଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି କରିଥିବାରୁ ଆଇନ ଅନୁଯାୟୀ ଆଜି ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ସେହି ଟାଇଁସର ଗ୍ରାମରେ ଥିବା ଖଡ଼ିଆ ତୋଲ୍ଳାର ଫୁଟବଲ ଖେଳ ପଡ଼ିଆରେ ଏକ ଜଣାଶୁଣା ର ଆୟୋଜନ କରାଯାଇଥିଲା । ଉପଜିଲ୍ଲାପାଳ ଏବଂ ଆଞ୍ଚଳିକ ପ୍ରଦ୍ୟୁଷଣ ବୋର୍ଡ଼ର ଅଧିକାରୀ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ଜନଶୁଣାନୀରେ ଲାଠିକଟା ବ୍ଲକ ଅଧକ୍ଷ ଦିଲୀପ ଖେସ,ଲାଠିକଟା(ଖ)ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ବିନ୍ଦୁ ବାର୍ଲା ଏବଂ ଟାଇଁସର ପଞ୍ଚାୟତ ସମିତି ସଭ୍ୟ ଫୁଲମଣୀ ଇରାମ,ସମାଜସେବୀ ମହେଶ ନାଗ,ଗର୍ଜନ ସରପଞ୍ଚ ସଚିନ ଏକ୍କା, ସମାଜସେବୀ ପ୍ରହଲ୍ଲାଦ ପ୍ରମୁଖ ନିଜ ନିଜ ସମର୍ଥକ ମାନଙ୍କ ସହ ଏହି ଜନଶୁଣାଣୀ ରେ ଯୋଗ ଦେଇ କାରଖାନା ସମ୍ପ୍ରସାରଣ ପ୍ରସ୍ତାବକୁ ପ୍ରବଳ ବିରୋଧ କରିଥିଲେ । ଏହା ସହିତ ସ୍ଥାନୀୟ ଅଂଚଳର ବାସିନ୍ଦା ମାନେ ମଧ୍ୟ ଜନଶୁଣାଣୀ ରେ ଯୋଗଦେଇ ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ଏହି ଜଣାଶୁଣାଣୀକୁ ବିରୋଧ କରିବା ସହ ଜୟ ବାଲାଜି ଜ୍ୟୋତି ଷ୍ଟିଲ କାରଖାନାକୁ ପ୍ରବଳ ବିରୋଧ କରିଥିଲେ । ଲୋକଙ୍କ ଅଭିଯୋଗ ଆନୁସାରେ ସର୍ବ ପ୍ରଥମେ ଗତ ୨୨ବର୍ଷତଳେ ପ୍ରତିଷ୍ଠା ହୋଇଥିବା ଏହି କାରଖାନା କର୍ତ୍ତୃପକ୍ଷ ସେତେବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଥିବାବେଳେ ଏହି କାରଖାନା ଯୋଗୁଁ ଆଜି ଆଖପାଖରେ ଥିବା ଚାଷ ଜମିର କାରଖାନା ରୁ ନିର୍ଗତ ବିଷାକ୍ତ ତଥା କେମିକାଲ ଯୁକ୍ତ ପାଣି ମାଡି ଯିବାରୁ ସବୁ ଜମି ଆଜି ପଡିଆ ପଡିଛି । ଫଳରେ ଲୋକଙ୍କ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସେମାନେ ଏହି କାରଖାନା ସମ୍ପ୍ରସାରଣ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ସୁରକ୍ଷା କମିଟିର ବୈଠକ

ବଲାଣି ଖଣି କଲୋନୀରେ ଚୋରି ମାମଲା; ୪୮ ଘଣ୍ଟାରେ ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟରେ ଜନସାଧାରଣଙ୍କ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!