ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ କୁ ମିଳିଲା ଆଉ ଏକ ଝଟକା :ଉଠାଇ ନିଆଗଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ

ଇନ୍ଦ୍ରାବତୀ କୁ ମିଳିଲା ଆଉ ଏକ ଝଟକା :ଉଠାଇ ନିଆଗଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ

ତେନ୍ତୁଳିଖୁଣ୍ଟି ୨୫/୦୭/୨୬ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳବାସୀଙ୍କ ପାଇଁ ନିରାଶାଜନକ ଖବର। ହେଲା ଏଠାରୁ ଉଠାଇ ନିଆଗଲା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କର୍ଯ୍ଯାଳୟ। ଓଡ଼ିଶା ସରକାର ଙ୍କ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୨୨୩୬୨୪/୦୭/୨୬ ଆଧାର ରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟଳୟ ଏଠାରୁ ଉଠି କଳାହାଣ୍ଡି ଜିଲ୍ଲା ନର୍ଲା ରେ ହେବାକୁ ଥିବା ପ୍ରକଳ୍ପ କୁ ଯିବ ଏବଂ ସେଠାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୂର୍ବ ସରକାର ଅମଳରେ ଏଠାରେ ଥିବା ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟକୁ ବାରିନିପୁଟ ସ୍ଥାନାନ୍ତର କରାଯାଇଥିଲା। ତାହା ବଦଳରେ କେବଳ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (Additional Chief Engineer) କାର୍ଯ୍ୟାଳୟ କାମ କରୁଥିଲା ଆର୍ଥିକ କ୍ଷମତା ନଥିଲା ସିନା ପ୍ରଶାସନିକ କ୍ଷମତା ଥିଲା । ବର୍ତ୍ତମାନ ଲୋକ ଙ୍କ ସରକାର ରେ ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କୁ ଉଠିବା ପୂର୍ବରୁ ବହୁବାର ସ୍ଥାନାନ୍ତର ନ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଙ୍କ ଆବେଗ ଅବଗତ ପରେ ମଧ୍ୟ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟଳୟ ଉଠିବା ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କ ଆଶା ଓ ଭରସାକୁ ଏକ ବଡ଼ ଝଟକା ଦେଇଛି। ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଉଠିବା ବେଳେ ତଥା ପ୍ରକଳ୍ପ ର ସିଭିଲ ୱିଙ୍ଗ କୁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଛାଡ଼ିବା ବେଳେ ପ୍ରକଳ୍ପ ଖର୍ଚ ପଚାଶ ପ୍ରତିଶତ ବହନ କରିବା ସର୍ତ୍ତ ଠିକ୍ ରୂପେ ହାସଲ କରିହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି 

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଠିଯିବା ପରେ ପ୍ରକଳ୍ପ ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ପାଇଁ ଏବେ ସ୍ଥାନୀୟ ଅଧିକାରୀମାନେ ଉପରିସ୍ଥ କାର୍ଯ୍ୟାଳୟ ଉପରେ ନିର୍ଭର କରିବେ ଫଳରେ 

ପ୍ରଶାସନିକ ଶିଥିଳତା ଆସିବ। କାର୍ଯ୍ୟାଳୟର କ୍ଷମତା କମିଯିବା ଯୋଗୁଁ ସରକାରୀ କାମର ଗତି ଧିମା ହେବାର ସମ୍ଭାବନା ରହିଛି।

ଅଞ୍ଚଳବାସୀଙ୍କ ଉପରେ ପ୍ରଭାବ

ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ ।ଇନ୍ଦ୍ରାବତୀ ଅଞ୍ଚଳ ରାସ୍ତା ଡ୍ୟାମ କଲୋନୀ ଆଦିର ରକ୍ଷଣାବେକ୍ଷଣ କାମରେ ଅବହେଳା ହେବାର ଆଶଙ୍କା ଦେଖାଦେଇଛି। ଏପଟେ ପ୍ରକଳ୍ପ ଅଧିନ ରେ ଥିବା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ଇନ୍ଦ୍ରାବତୀ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର ହୋଇ ନାହିଁ। ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ହସ୍ତାନ୍ତର ହୋଇ ନାହିଁ। ପ୍ରକଳ୍ପ କାର୍ଯ୍ୟ ପାଇଁ ଅଧିଗ୍ରହଣ କରିଥିବା ଜମି ର ସତ୍ତ୍ଵାଧିକାର ନେଇ ଦିନକୁ ଦିନ ବିବାଦ ବଢୁଛି, ଭୁବନ୍ଦୋବସ୍ତ ବେଳେ ପ୍ରକଳ୍ପ ର ଅବହେଳା ଯୋଗୁଁ ବିବାଦ ରହିଯାଇଛି ସେ ସବୁର ସମାଧାନ ହୋଇ ନାହିଁ। ଜୟପୁର କୁସୁମ ଖୁଣ୍ଟି ମଧ୍ୟରେ ଫସି ରହିଛି ପ୍ରକଳ୍ପ ଅଧିଗୃହୀତ ଜମି। ଉକ୍ତ ଜମି ରାଜସ୍ବ ବିଭାଗ କୁ ଯାଇ ପାରୁନଥିବାରୁ ବିକାଶ ବାଧା ପ୍ରାପ୍ତ ହେଉଛି। ପ୍ରକଳ୍ପ ଦ୍ୱାରା ନିର୍ମିତ ମୁଖ୍ୟ ର କିଛି ଅଂଶ ,ବସ୍ ଷ୍ଟାଣ୍ଡ,ମାର୍କେଟ କମ୍ପ୍ଲେକ୍ସ ଭେଣ୍ଡିଂ ଜୋନ ଆଦି ବିବାଦିତ ହୋଇ ରହିଛି। ଅଫିସ ଉଠିଯିବା ପରେ ଏସବୁ ର ସମାଧାନ ଜୟପୁର ରେ ହେବ ନା କୁସୁମ ଖୁଣ୍ଟି ରେ ହେବ ବିବାଦୀୟ ହୋଇ ପଡିଛି।

ସ୍ଥାନୀୟ ଲୋକେ ଏହାକୁ ଅଞ୍ଚଳ ପ୍ରତି ସରକାରଙ୍କ ଅବହେଳା ଭାବେ ଦେଖୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 ଛୋଟ ବଡ଼ ସମସ୍ୟା ତଥା ସମସ୍ତ ଏଷ୍ଟିମେଟ ସ୍ୱୀକୃତି ପାଇଁ ୮୦ କିମି ଦୂରରେ ଥିବା ମୁଖ୍ୟ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଆଇଏଏସ ପରୀକ୍ଷାରେ ୮୦୦ ରେଙ୍କ ରଖି କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

masiha

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଚାଷୀମୂଲିଆ ଆଦିବାସୀ ସଂଘ ପକ୍ଷରୁ ବନ୍ଧୁଗାଁ ବ୍ଲକରେ ଶତାଧିକ ସମର୍ଥକଙ୍କ ସହ ଟ୍ରାକ୍ଟର ପଟୁଆର ସହିତ ପ୍ରତିବାଦ ଆନ୍ଦୋଳନ

Sunil Chandra Nayak

ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

Sunil Chandra Nayak

Leave a Comment

error: Content is protected !!