ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନେହେଲା ଗାଁ ଯେଉଁଠି ବିଜୁଳି ଆଲୁଅ ସାତସପନ, ଗାଁରେ ରାଜୁତ୍ବ କରେ ଅନ୍ଧାର ହିଁ ଅନ୍ଧାର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନେହେଲା ଗାଁ

ଯେଉଁଠି ବିଜୁଳି ଆଲୁଅ ସାତସପନ, ଗାଁରେ ରାଜୁତ୍ବ କରେ ଅନ୍ଧାର ହିଁ ଅନ୍ଧାର

ଥୁଆମୂଳ ରାମପୁର:୨୬/୦୭ – (ମନିସ):- ଦେଶ ସ୍ବାଧୀନତାର ୭୮ ବର୍ଷ ଅତିକ୍ରମ କରିସାରିଛି ତଥାପି ଆଜି ମଧ୍ୟ ଲୋକଙ୍କ ପାଇଁ ମୌଳିକ ସୁବିଧା ପହଞ୍ଚିବାରେ ବିଳମ୍ବ ହେବା ଭଳି ମନେହୁଏ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଳିତ ସହଯୋଗରେ କୋଟି କୋଟି ଟଙ୍କାର ଅନେକ ଯୋଜନା ପ୍ରସ୍ତୁତ ହେଉଛି ସତ ହେଲେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କପାଇଁ ଯୋଜନା ବାଟବଣା ହୋଇଯାଇଛି, ଅବହେଳିତ ଭାବରେ ଗାଁ ଲୋକେ ବସବାସ କରୁଥିବା ଗାଁ ହେଉଛି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅଧିନରେ ଥିବା କାଣିଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଗାଁ ନେହେଲା। ଏହି ଗାଁ ଆଦିବାସୀ ଅଞ୍ଚଳ ବଣପାହାଡ଼ ଘେରା ଅଞ୍ଚଳ ଭାବରେ ପରିଚିତ। ସ୍ୱାଧୀନତା ଦୀର୍ଘ ସମୟ ଅତିକ୍ରମ କରିବା ପରେ ଏହି ଗାଁକୁ ରସ୍ତା ଟିଏ ନିର୍ମାଣ ହେଲା ଯାହାକି କିଆପଦର ଠାରୁ କାଣିଗୁମା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ଏକ ରାସ୍ତା ଟିଏ ନିର୍ମାଣ ହେବାରୁ ନେହେଲା , ଅରଖପେଡି ଓ ବିଜାପଡା ଗାଁ ମାନଙ୍କୁ ଗମନାଗମନ ସୁବିଧା ହୋଇପାରିଛି। ଶିକ୍ଷା କହିଲେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରହିଛି। ପାନୀୟ ଜଳ ପାଇଁ ‘ବସୁଧା’ ଯୋଜନା ପ୍ରକଳ୍ପ ସ୍ଥାପନ ହୋଇଛି ସତ କିନ୍ତୁ କିଛି ଘରକୁ ବିଷୁଦ୍ଧ ପାନୀୟ ଜଳ ଅପହଞ୍ଚ ରହିଥିବା ଅଭିଯୋଗ ହେଉଛି। ଏଠାରେ ସମ୍ବେଦନଶୀଳ ବିଷୟ ଏହା ଯେ ସବୁଠାରୁ ବଡ଼ ସମସ୍ୟା ରହିଛି ବିଦ୍ୟୁତ ଏହି ଅଞ୍ଚଳ ପାଇଁ ଯୋଗାଣ ହୋଇନାହିଁ। ନେହେଲା ଗାଁରେ ବିଜୁଳି ଆଲୋକ ଆଜିବି ମଧ୍ୟ ସତସପନ। ସଂଞ୍ଜ ନଇ ଆସିଲା କ୍ଷଣି ଗାଁକୁ ଗ୍ରାସ କରେ ଅନ୍ଧାରର ରାଜ୍। ଏହି ଅଞ୍ଚଳ ସଂରକ୍ଷିତ ଜଙ୍ଗଲର ପାଦଦେଶରେ ରହିଥିବା ଏହି ଗାଁ କୁ ପ୍ରାୟ ସମୟରେ ରହୁଛି ବଣୁଆ ଜୀବଜନ୍ତୁଙ୍କ ଭୟ। ନିଶବ୍ଦ ହୋଇଯାଏ ଏହି ଅଞ୍ଚଳ। ଗାଁ ଲୋକଙ୍କ ପାଇଁ ଟିଭି, ଫ୍ୟାନ୍ ଭଳି ବିଦ୍ୟୁତ ଉପକରଣ ଉପରେ ଏତେ ଜ୍ଞାନ ନାହିଁ କହିଲେ ଅଚ୍ଯୁକ୍ତ ହେବ ନାହିଁ। କେବଳ ଗାଁରେ ପୂର୍ବରୁ ଏକ କମ୍ୟୁନିଟି ସୌର ପ୍ରକଳ୍ପ ସ୍ଥାପନ ହୋଇଥିଲା ତାହା ମଧ୍ୟ ଅଚଳ ଅବସ୍ଥାରେ ପଡିରହିଥିବା ଜଣାପଡିଛି। ତେବେ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ବର୍ଷା ସମୟରେ ବା ମେଘୁଆ ପାଗ ସମୟରେ ଏମାନଙ୍କ ପାଇଁ ଆଲୋକ ମିଳିପାରେ ନାହିଁ। ଏପରିପ୍ରେକ୍ଷିରେ କିଛି ଲୋକଙ୍କ ପାଖରେ ମୋବାଇଲ ଅଛି ହେଲେ ସେମାନଙ୍କୁ ମୋବାଇଲ ଚାର୍ଜିଂ ପାଇଁ ଅନ୍ୟ ଗାଁକୁ ଯିବାପାଇଁ ବାଧ୍ୟ ହେଉଛନ୍ତି। ନେଟୱାର୍କ ରହିଛି ତଥାପି ବ୍ୟବହାରରେ ଅନେକ ବିଘ୍ନ ଘଟୁଥିବା ଦେଖାଦେଇଛି। କାଣିଗୁମା ପଞ୍ଚାୟତର ନେହେଲା ସହ ଅରଖପେଡି, ଭୁଟୁରିଗୁଡା, ଖିଡକାଦୋରୋ ଓ ଲୋହରାଗୁଡା ଭଳି ଗାଁ ଗୁଡ଼ିକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଦ୍ବାରସ୍ଥ ହୋଇଛନ୍ତି ହେଲେ ସେମାନଙ୍କ ପାଇଁ କୌଣସି ସୁଫଳ ମିଳିପାରିନାହିଁ। ଏପରିକି ଜିଲ୍ଲାପାଳଙ୍କ ଜନ ଶୁଣାଣି ଓ ସମାଧାନ ଶିବିରରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ତଥାପି ଏଦିଗରେ ପ୍ରଶାସନଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁଁ ଗ୍ରାମବାସୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଅଞ୍ଚଳ ପାଇଁ ବିଦ୍ଯୁତ ଯୋଗାଣ କେବେ ହେଉଛି ତାହା ଆଗକୁ ଦେଖିବାକୁ ବାକି ରହିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ପ୍ରତିମା

masiha

ନୂଆପଡ଼ାରେ ବିଶ୍ୱ ସିକିଲ ସେଲ ଦିବସ ପାଳିତ : ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ସେବା ଉପରେ ଗୁରୁତ୍ୱ

Sunil Chandra Nayak

ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ସପ୍ତାହ ପାଳନ

Sunil Chandra Nayak

Leave a Comment

error: Content is protected !!