ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

ଗୋଲାମୁଣ୍ଡା ତା/୨୬/୦୭ – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଳିଙ୍ଗ ଗ୍ରାମ ରେ ଆଜି ସକାଳ ରେ ଘଟିଥିବା ବଜ୍ରପାତରେ ମହିଳା ଗସାମଣି କେତକୀ (୫୩) ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରି ଥିବା ସମୟରେ ମହିଳା ଗସାମଣି କେତକୀ ବାହାରେ ଥିବାବେଳେ ହଠାତ୍ ବଜ୍ରପାତର ଶିକାର ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଘଟଣା ପରେ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ବର୍ଷା ଋତୁରେ ବଜ୍ରପାତ ସମୟରେ ଘର ବାହାରକୁ ନଯିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଣି ଜମିଥିବା ସ୍ଥାନରୁ ଦୂରେ ରହିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ଘଟଣା ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ସୂଚନା ମିଳିବା ପରେ ବିସ୍ତୃତ ଖବର ପ୍ରକାଶ ପାଇବ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଦଳିତ ସମାଜକୁ ସଂଗଠିତ କରିବା ସମୟ ଆସିଛି  ସଂଘର୍ଷ ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଧ୍ୟେୟ ହେଉ ଦଳିତ ବୁଦ୍ଧିଜୀବୀ ମଞ୍ଚର ନୂଆଖାଇ ଭେଟଘାଟ

Sunil Chandra Nayak

ରାଷ୍ତୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ମଦନପୁର ରାମପୁର ର ନୂତନ ରାଜା ବୁଧେନ୍ଦ୍ର ପ୍ରତାପ ଙ୍କ ଦେବାଦେବୀ ଦର୍ଶନ

masiha

Leave a Comment

error: Content is protected !!