ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

ଗୋଲାମୁଣ୍ଡା ତା/୨୬/୦୭ – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଳିଙ୍ଗ ଗ୍ରାମ ରେ ଆଜି ସକାଳ ରେ ଘଟିଥିବା ବଜ୍ରପାତରେ ମହିଳା ଗସାମଣି କେତକୀ (୫୩) ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରି ଥିବା ସମୟରେ ମହିଳା ଗସାମଣି କେତକୀ ବାହାରେ ଥିବାବେଳେ ହଠାତ୍ ବଜ୍ରପାତର ଶିକାର ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଘଟଣା ପରେ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ବର୍ଷା ଋତୁରେ ବଜ୍ରପାତ ସମୟରେ ଘର ବାହାରକୁ ନଯିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଣି ଜମିଥିବା ସ୍ଥାନରୁ ଦୂରେ ରହିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ଘଟଣା ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ସୂଚନା ମିଳିବା ପରେ ବିସ୍ତୃତ ଖବର ପ୍ରକାଶ ପାଇବ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ: ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପାପଡାହାଣ୍ଡିରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

masiha

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

Leave a Comment

error: Content is protected !!