ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ତ୍ରିନାଥ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ପାଳନ , ୨- ବେପରୁଆ ଗାଡ଼ି ଚାଳନା ରୁ ଘର ଭିତରେ ପଶିଲା ବାଲି ହାଇୱା 

ତ୍ରିନାଥ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ପାଳନ 

ଆସିକା, ୨୬/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଦମକଳ କେନ୍ଦ୍ର ପରିସରରେ ଥିବା ଶ୍ରୀ ତ୍ରିନାଥ ସ୍ୱାମୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି । ଅଗ୍ନୀଶମ ବାହିନୀ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବ ରେ କର୍ତ୍ତା ଭାବରେ ପବିତ୍ର ବେହେରା ଓ ତାଙ୍କ ଧର୍ମ ପତ୍ନୀ ପ୍ରଜ୍ଞା ବେହେରା ଦାୟିତ୍ୱ ତୁଲାଇ ଥିଲେ। ପ୍ରଭାତରୁ ହୋମ, ମନ୍ତ୍ର ପାଠ, ବେଦ ପାଠ,ନାମ ଜପ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଅଗ୍ନିଶମ ବାହିନୀ ଅଧିକାରୀ ଚିତ୍ତ ରଞ୍ଜନ ସାହୁ ଏଥିରେ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ କଳିଙ୍ଗ ତରେଇ,ସନୋଜ ପ୍ରଧାନ ଙ୍କ ସମେତ ସମସ୍ତ ଆଗ୍ନିକ ଏଥିରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ବେପରୁଆ ଗାଡ଼ି ଚାଳନା ରୁ ଘର ଭିତରେ ପଶିଲା ବାଲି ହାଇୱା 

ଆସିକା, ୨୬/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲି ଗ୍ରାମର ଜାତୀୟ ରାଜପଥ 59 ପାର୍ଶ୍ୱରେ ଥିବା କେ. ବଇରୀ ଆଚାରୀ ଙ୍କ ଘର ଭିତରକୁ ଗତ ଶନିବାର ରାତ୍ର ଦୁଇଟା ସମୟରେ ଏକ ବାଲି ବୋଝେଇ ହଇୱା ( ଓ ଆର 07 ଏ ଜେ 0947) ଅଚାନକ ପଶିଯିବାରୁ ଦୁଇଟି ବିଦ୍ୟୁତ ଖୁଣ୍ଟ ସହ ଘରର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣା ଏତେ ଭୟାବହ ଥିଲାଯେ ଏଥିରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ବେଳେ ନିକଟରେ ଏକ ଫୁଟ ଦୂରରେ ଥିବା ଏକ ବିଦ୍ୟୁତ ଟ୍ରାନସଫର୍ମର ଏଥିରୁ ବାଦ ପଡ଼ିଥିବା ଯୋଗୁଁ ଏକ ନିଶ୍ଚିତ ଭୟାବହ ଦୁର୍ଘଟଣାରୁ ଗାଡ଼ିଟି ରକ୍ଷା ପାଇଯାଇଥିବା ବେଳେ ଗାଡି ଚାଳକ ଏଥିରେ ଆହତ ହୋଇଛି । ଆଶ୍ଚର୍ଯ୍ୟର କଥା ଦୀର୍ଘ ସମୟ ଧରି ଗାଡ଼ିଟି ଘର ଭିତରେ ପଶି ରହିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ନପହଞ୍ଚିବା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇବା ସହ ବାଲି ମାଫିଆ ଙ୍କ ସହ ସରକାରୀ ପଦାଧିକାରୀ ଙ୍କ ମଧୁଚନ୍ଦ୍ରିକା ରହିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକାଶ ଥାଉକି ସୋରଡା,ନୂଆଗଡ, ବର ଡାବିଲି, ଭରତପଲି ଅଞ୍ଚଳରୁ ପ୍ରତିଦିନ ରାତ୍ରୀ ସମୟରେ ସଂଖ୍ୟାଧିକ ହାଇୱା,ଟ୍ରାକ୍ଟର ଯୋଗେ ବାଲି ଚୋରାରେ ବ୍ରହ୍ମପୁର,ଶେରଗଡ, ଦିଗ ପହଣ୍ଡି ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଚୋରା ବାଲି ଚାଲାଣ ବେଳେ ଗାଡି ଚାଳକ ମାନେ ବେପରୁଆ ଭାବେ ଗାଡି ଚଳାଉ ଥିବା ରୁ ଏପରି ଦୂର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେଉଛି । ଆଶ୍ଚର୍ଯ୍ୟର କଥା ଚୋରା ବାଲି ଚାଲାଣ ପ୍ରତି ବିଭାଗୀୟ ଅଧିକାରୀଙ୍କ ନିୟନ୍ତ୍ରଣ ରହୁନଥିବା ବେଳେ ଚଢ଼ାଉ ବ୍ୟାପକ ଧରଣର ହେଉନଥିବା ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବାଲି ମାଫିଆ ମାଲାମାଲ ହେଉଛନ୍ତି ।

Related posts

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

Sunil Chandra Nayak

ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦଘାଟନ

masiha

ଆସିକା ବିଧାୟକଙ୍କ ଏକ ବଡ ସ୍ବଗତ ଯୋଗ୍ୟ କାଯ୍ୟ ଆସିକାରେ ଖୋଲିବ ଆରଟିଓ କ୍ୟାମ୍ପ

Sunil Chandra Nayak

Leave a Comment

error: Content is protected !!