ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ବ୍ଳକ: ଶିକ୍ଷା ବ୍ଯବସ୍ଥା ସୁଧାର ଆସିବ କେବେ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ଜରାଜୀର୍ଣ୍ଣ

ଥୁଆମୁଳ ରାମପୁର ବ୍ଳକ: ଶିକ୍ଷା ବ୍ଯବସ୍ଥା ସୁଧାର ଆସିବ କେବେ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ଜରାଜୀର୍ଣ୍ଣ

ବିପଦ ଶଙ୍କୁଳ କୋଠାରେ ଚାଲିଛି ଅଫିସ କାମ, ଦୁର୍ଗମ ଅଞ୍ଚଳରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ବିଷୁଦ୍ଧ ପାନୀୟ ଜଳ, ଶୌଚାଳୟ, ସୁରକ୍ଷା ପାଚେରୀ ଅଭାବ ଛାତ୍ରଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ

ଥୁଆମୁଳ ରାମପୁର:୨୭/୦୭ – (ମନିସ) :- ରାଜ୍ଯ ସରକାରଙ୍କ ପକ୍ଷରୁ ଗୁଣାତ୍ମକ ଶିକ୍ଷା, ଆଧୁନିକ ଭିତ୍ତିଭୂମି ସହ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କୋଟି କୋଟି ଟଙ୍କାରେ ବିଭିନ୍ନ ଯୋଜନା କାର୍ଯ୍ଯକାରୀ ହେଉଛି ବୋଲି ଡିଣ୍ତିମପିଟୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକରେ ଶିକ୍ଷାର ଭିତ୍ତିଭୂମିର ଘୋର ଅଭାବ,ଶିକ୍ଷା ପଦବୀ ଖାଲି, ଅଧିକାଂଶ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଓ ଶୌଚାଳୟ ଅଭାବ, ଅଧିକାରୀ ପଦବୀ ଖାଲି ରହିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ଜରାଜୀର୍ଣ୍ଣ ଓ ବିପଦକୁ ଆମନ୍ତ୍ରଣ କରୁଛି। ଏଭଳି ପରିସ୍ଥିତି ପ୍ରମାଣ ଦେଇଛି ଯେ ବିକଶିତ ରାଜ୍ଯରେ ଶିକ୍ଷା ବ୍ଯବସ୍ଥାର ପ୍ରକୃତ ରହସ୍ୟ ଓ ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଏହି ବ୍ଳକରେ ୧୪୯ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୨୦ ଟି ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ସୂଚନାରୁ ଜଣାପଡିଛି। ଦୁଃଖ ଓ ପରିତାପର ବିଷୟ ଏହା ଯେ ବିଦ୍ୟାଳୟ ମାନଙ୍କରେ ଆବଶ୍ୟକ ଅନୁସାରେ ଶିକ୍ଷା ନଥିବାଯୋଗୁଁ ପାଠପଢାରେ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। କିନ୍ତୁ ଏଭଳି ସମୟରେ ଦୁର୍ଗମ ଅଞ୍ଚଳରେ ନିଯୁକ୍ତି ପାଇଥିବା ଶିକ୍ଷକ ବଦଳି ପାଇଁ ଚେଷ୍ଟା କରୁଥିବା ବେଳେ ଦୀର୍ଘ ଦିନରୁ ଖାଲିପଡିଥିବା ପଦବୀ ପୁନର୍ବାର ପୂରଣ ହେଉନଥିବାରୁ ଶିକ୍ଷାଦାନ ଉପରେ ଅଧିକ ପ୍ରଭାବିତ ହେଉଛି। ଏହାଛଡା ଅଧିକାଂଶ ବିଦ୍ୟାଳୟରେ ବିଷୁଦ୍ଧ ପାନୀୟ ଜଳର ଘୋର ଅଭାବ ମଧ୍ଯାହ୍ନ ଭୋଜନ ପ୍ରସ୍ତୁତରେ ଦୂରରୁ ପାଣି ସଂଗ୍ରହ ଭଳି ସମସ୍ୟା ସହ ଛାତ୍ରଛାତ୍ରୀ ମଧ୍ଯାହ୍ନ ଭୋଜନ ଖାଇ ସାରିବା ପରେ ପାଖରେ ଥିବା ନାଳରେ ଥାଳିଆ ଧୋଇବାକୁ ପଡିଛୁ ଛାତ୍ରଛାତ୍ରୀ ମାନଙ୍କ ଏପରି ସ୍ଥିତିରେ ତାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେହିଭଳି ବିଦ୍ୟାଳୟର ସୁରକ୍ଷା ପାଚେରୀ ଓ ଶୌଚାଳୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ତାହା ନକହିବା ଭଲ। ଅପରପକ୍ଷରେ ଆବଶ୍ୟକ ପରିମାଣରେ ଶ୍ରେଣୀ ଗୃହ ଓ ଅତିରିକ୍ତ କକ୍ଷ ସମେତ୍ ଶିକ୍ଷା ସାମଗ୍ରୀ ଅଭାବ ଭଳି ବିଭିନ୍ନ ସମସ୍ୟା ବିଦ୍ୟାଳୟ ମାନଙ୍କରେ ରହିଛି। ସରକାର ପକ୍ଷରୁ ଛତୁପଟିଲା ଭଳି ବିଦ୍ୟାଳୟ ଖୋଲି ଚାଲିଲେ ହେଲେ ପ୍ରାଥମିକ ସ୍ତରରେ ଶିକ୍ଷା ବ୍ଯବସ୍ଥା କୁ ସୁଧାରିବା ଉପରେ ଧ୍ଯାନ ଦିଆଗଲା ନାହିଁଯାହାଫଳରେ ଅଧିକାଂଶ ଗରିବ ଘର ପିଲାମାନେ ଅଧାରୁ ପାଠ ଛାଡିବା ଭଳି ଘଟଣା ମଧ୍ୟ ଘଟୁଛି। ପ୍ରାଥମିକ ସ୍ତରରେ ଶିକ୍ଷା ବ୍ଯବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୂଷୁଡି ପଡିଛି ବୋଲି କହିଲେ କୌଣସି ବ୍ଯକ୍ତି ଅସ୍ବୀକାର କରିପାରିବେ ନାହିଁ ବୋଲି ଆଲୋଚନା ଜୋରଧରିଛି। ଥୁଆମୁଳ ରାମପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିଜ କାର୍ଯ୍ଯାଳୟ ସଜାଡିବାରେ ପ୍ରଶାସନ ବିଫଳ ହୋଇଛନ୍ତି ଦୁର୍ଗମ ଅଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କଥା କିଏ ପଚାରିଲେ ଲୋକମାନେ କୁହାକୁହି ହେଉଥିବା ଜଣାପଡିଛି। ଶିକ୍ଷା ବ୍ଯବସ୍ଥାରେ ଉନ୍ନତି ଆଣିବାକୁ ହେଲେ ପ୍ରତେକ ପଞ୍ଚାୟତ ରେ ଗୋଟିଏ ଗୋଟିଏ ଆବାସିକ ବିଦ୍ୟାଳୟ କିମ୍ବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ବ୍ଯବସ୍ଥା ହେବା ଆବଶ୍ୟକ ରହିଛି ତେବେ ଯାଇ ଅଞ୍ଚଳର ଗରିବ ଲୋକମାନଙ୍କ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରେ। ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଷୁଦ୍ଧ ପାନୀୟ ଜନ, ଶ୍ରେଣୀ ଗୃହ, ଅତିରିକ୍ତ କକ୍ଷ, ଶିକ୍ଷଣୀୟ ଆସବାବପତ୍ର, ସୁରକ୍ଷା ପାଚେରୀ, ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ପଦ ପୂରଣ ନିୟମିତ ଶିକ୍ଷାଦାନ, ଅଧିକାରୀ ପଦବୀ ପୂରଣ ଭଳି କାର୍ଯ୍ୟ ଯଥାଶୀଘ୍ର ବ୍ଯବସ୍ଥା କରିବା ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ନିର୍ମାଣ ଭଳି କାର୍ଯ୍ୟ କରାଯାଉ ବୋଲି ଅଞ୍ଚଳରେ ବାସୀଙ୍କ ପକ୍ଷରୁ ଦାବି ହେଉଛି।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ନାମାଙ୍କନ ପ୍ରକ୍ରିୟା ଶେଷ 

ପ୍ରଥମ ବିବାହ ଉତ୍ସବ କୁ ଭିନ୍ନ ଡ଼ଙ୍ଗ ରେ ପାଳନ କଲେ ସମାଜ ସେଵୀ

masiha

ଅସହାୟ ମହିଳା ଙ୍କୁ ଉଦ୍ଧାର କଲେ ସାମ୍ବାଦିକ।ଯଶୋଦା ଅନାଥ ଆଶ୍ରମ ରେ ଥଇଥାନ

Sunil Chandra Nayak

Leave a Comment

error: Content is protected !!