ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଗୋଲାମୁଣ୍ଡା ବ୍ଲକ ସ୍ଥିତ ସଭାଗୃହ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ଦରୱାନ, କଳାହାଣ୍ଡି ଏସପି ନାଗାର କୁଣ୍ଡା,ଧର୍ମଗଡ଼ ଉପ-ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଧର୍ମଗଡ଼ ଏସଡ଼ିପିଓ ସୁଶ୍ରୀ ଭର୍ଷିତା ଆଡ଼େପୁ,ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ବିଡ଼ିଓ ବିଶ୍ୱନାଥ ରାଉତ, ଅତିରିକ୍ତ ତହସିଲଦାର ଅନୁଭବ ମହାନ୍ତି,ବିବେକାନନ୍ଦ ମହାନନ୍ଦ ଙ୍କ ସମେତ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପୁର୍ତ୍ତ ବିଭାଗ,ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଜିଲ୍ଲା ପଞ୍ଚାୟତ ବିଭାଗ, ସମନ୍ବୟ ଶିଶୁ ପ୍ରକଳ୍ପ ବିଭାଗ,ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ,କୃଷି ବିଭାଗ,ଉଦ୍ୟାନ କୃଷି ବିଭାଗ,ସମାଜ ମଙ୍ଗଳ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ସମେତ ଅନ୍ୟ ବିଭାଗର ଜିଲ୍ଲା ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହିଥ‌ିଲେ। ଏହି ଅଭିଯୋଗ ଶୁଣାଣି ଶିବିର ରେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତ ଗୁଡିକରୁ ବିଭିନ୍ନ ଅଭିଯୋଗ ନେଇ ଆସିଥ‌ିବା ହିତାଧିକାରୀ ମାନେ ନିଜ ନିଜର ଅଭିଯୋଗ ପଞ୍ଜିକରଣ କରିବା ପରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଅଭିଯୋଗ କାରୀଙ୍କ ଅଭିଯୋଗ ଶୁଣିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ କରିବାକୁ ଘଟଣାସ୍ଥଳରେ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ମୋଟ ୪୯ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ତୁରନ୍ତ ଆଠଟି ଅଭିଯୋଗର ସମାଧାନ ହୋଇଥିଲା ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

masiha

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

masiha

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!