ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିସ୍କନ୍ଦ ସମାଜର ବ୍ଲକ ସ୍ତରୀୟ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ମ.ରାମପୁର,୧୭/୫( ମସୀହା): ମ.ରାମପୁର ଆଦିସ୍କନ୍ଧ ସମାଜର ବ୍ଲକ ସ୍ତରୀୟ ବୈଠକ ରାଜ କିଶୋର ମାଝୀଙ୍କ ସଭାପତିତ୍ବରେ ସ୍ଥାନୀୟ ଅନ୍ଧାରି ବୋରେଇ ପରିସରରେ ଅନୁଷ୍ଠିତ ହୋଇଛି l ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ନୂତନ ବ୍ଲକ କମିଟି ଚୟନ ପାଇଁ ନିଷ୍ପତ୍ତି ହୋଇଥିଲା l ଏଥିରେ ସଭାପତି ଭାବରେ ରାଜୁ ମାଝୀ, ଉପସଭାପତି ଭଗବାନ ମାଝୀ,ସଂପାଦକ ବିପ୍ର ମାଝୀ, ସହସଂପାଦକ୍ ବୈକୁଣ୍ଠ ମାଝୀ, କୋଷାଧ୍ୟକ୍ଷ ବିରଞ୍ଚି ମାଝୀ, ସମାଜ ସେବୀ ଚନ୍ଦ୍ରମଣି ମାଝୀ ଓ ଜହର ମାଝୀ ଏବଂ ଉପଦେଷ୍ଟା ସିଦ୍ଧେଶ୍ୱର ମାଝୀ,କୃପାଚନ୍ଦ୍ର ମାଝୀ, ସିଙ୍ଗମଲ ଭୋଇ,ଅଙ୍ଗଦ ଭୋଇ, ହଳଧର ମାଝୀ ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା l ଜିଲ୍ଲା ସଭାପତି ଶ୍ରୀ ଭୋଇ ନୂତନ କମିଟି ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅନ୍ୟାୟ ବିରୋଧରେ ଲଢେ଼ଇ କରି ସୁସ୍ଥ ସମାଜ ଗଠନ ଏବଂ ସମାଜକୁ କିପରି ସୁଦୃଢ କରାଯାଇ ପାରିବ ସେନେଇ ଦିଗ ଦର୍ଶନ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ସଭାପତି ଅନନ୍ତ ରାମ ମାଝୀ ସମାଜ କିପରି ସଠିକ୍ କାର୍ଯ୍ୟ କରିବ ସେ ନେଇ ଆଲୋଚନା କରିଥିଲେ l ବୀର କମଳ ମଇଦାନ ସମ୍ପାଦକ ଦେବରାଜ ମାଝୀ ଆସନ୍ତା ମଇ ୨୦ ତାରିଖ ରେ ଅସୁରଗଡ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଅନୁରୋଧ ଜଣାଇଥିଲେ l ଜିଲ୍ଳା ଉପସଭାପତି ପ୍ରକାଶ ଚନ୍ଦ୍ର ମାଝୀ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!