ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଏଫଓ ସଚିନ ଅନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶରେ ରାୟଗଡ଼ ବନଖଣ୍ଡରେ ନିୟମିତ କ୍ଷେତ୍ର ପରିଦର୍ଶନ, ହାତୀ ଗତିବିଧିର ସମୀକ୍ଷା

ଡିଏଫଓ ସଚିନ ଅନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶରେ ରାୟଗଡ଼ ବନଖଣ୍ଡରେ ନିୟମିତ କ୍ଷେତ୍ର ପରିଦର୍ଶନ, ହାତୀ ଗତିବିଧିର ସମୀକ୍ଷା

ରାୟଗଡ଼ା: ରାୟଗଡ଼ ବନଖଣ୍ଡରେ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ସଚିନ ଅନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ବନ ସଂରକ୍ଷକ (ଏସିଏଫ୍) ସତୀଶ କୁମାର ଧରୁଆ ବିଭିନ୍ନ ରେଞ୍ଜରେ ନିୟମିତ କ୍ଷେତ୍ର ପରିଦର୍ଶନ କରୁଛନ୍ତି।

ସମ୍ପ୍ରତି କଲ୍ୟାଣସିଂହପୁର ରେଞ୍ଜ ଗସ୍ତ ସମୟରେ ଏସିଏଫ୍ ଶ୍ରୀ ଧରୁଆ ହାତୀଙ୍କ ଗତିବିଧି ଉପରେ ଚାଲିଥିବା ନିରୀକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିବା ସହ କ୍ଷେତ୍ରସ୍ତରୀୟ ବନ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ମଣିଷ-ହାତୀ ସଂଘର୍ଷ ରୋକିବା, ସମୟୋପଯୋଗୀ ସୂଚନା ପ୍ରଦାନ ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହାପରେ ରାୟଗଡ଼ ରେଞ୍ଜରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବନ ସୁରକ୍ଷା, ନିୟମିତ ପାଟ୍ରୋଲିଂ, ବନ୍ୟଜନ୍ତୁ ସଂରକ୍ଷଣ ଓ ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବନ ଅପରାଧ ରୋକିବା ପାଇଁ ସର୍ବଦା ସଜାଗ ରହିବା ସହ ନିଷ୍ଠାର ସହିତ ଦାୟିତ୍ୱ ପାଳନ କରିବାକୁ ଏସିଏଫ୍ ଶ୍ରୀ ଧରୁଆ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ରାୟଗଡ଼ ରେଞ୍ଜ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ, ଗୁମ୍ମା ଫରେଷ୍ଟର ରବି ଚନ୍ଦ୍ର ପାତ୍ର, ରାୟଗଡ଼ ଫରେଷ୍ଟର ଗୌରୀ ଶଙ୍କର ସାହୁ, କୁମତଲାପେଟା ଫରେଷ୍ଟର ହେମ ଚନ୍ଦ୍ର ବେହେରାଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରାୟଗଡ଼ ବନଖଣ୍ଡ ପକ୍ଷରୁ ଡିଏଫଓ ସଚିନ ଅନ୍ନାସାହେବ ଓହୋଲଙ୍କ ମାର୍ଗଦର୍ଶନରେ ନିୟମିତ କ୍ଷେତ୍ର ପରିଦର୍ଶନ, ବନ୍ୟଜନ୍ତୁ ନିରୀକ୍ଷଣ ଓ ବନ ସୁରକ୍ଷା କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯାଉଥିବା ବନ ବିଭାଗ ସୂଚନା ଦେଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୫ ପାଳିତ

masiha

ବିଷାକ୍ତ ସାପ କାମୁଡ଼ିବାରୁ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଯୁବକ ଗୁରୁତର

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ 

Leave a Comment

error: Content is protected !!