ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଦ୍ରାସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

ଭଦ୍ରାସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

ବଡ଼ବିଲ: ବଡ଼ବିଲ ସଂକୁଳ ଅନ୍ତର୍ଗତ ଭଦ୍ରାସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସୋମବାର ବିଦ୍ୟାଳୟ ସ୍ତରୀୟ ‘ଜ୍ଞାନ-ବିଜ୍ଞାନ ମେଳା’ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ମେଳାର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବୃହସ୍ପତି କଲେଜର ଡାଇରେକ୍ଟର ବୀରେନ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ମେଳାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଚନ୍ଦ୍ରବୀର ମହାନ୍ତ ଉପସ୍ଥିତ ଥିଲେ। ବିଚାରକ ଭାବେ କେ.ବି. ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିଶିକାନ୍ତ ନାୟକ, କୋହ୍ଲ ରୋଇଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷିକା ସବିତା ମହାକୁଡ ଏବଂ ରୋଇଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କର୍ମୁଚରଣ ମହାନ୍ତ ଦାୟିତ୍ୱ ନିର୍ବାହ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯଦୁମଣି ବାରିକ, ଯୁଗ୍ମ ସମ୍ପାଦିକା ଅଙ୍କିତା ଉପାଧ୍ୟାୟ ଓ ସଦସ୍ୟା ପାର୍ବତୀ ମହାନ୍ତ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ମହାକୁଡ ଅତିଥି ପରିଚୟ ପ୍ରଦାନ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

ଏହି ଅବସରରେ ବିଚାରକ ନିଶିକାନ୍ତ ନାୟକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କହିଥିଲେ ଯେ, ପ୍ରତିଯୋଗିତାରେ ଭାଗ ନେଇଥିବା ଭାଇ-ଭଉଣୀମାନେ ଭବିଷ୍ୟତରେ କୁନି ବୈଜ୍ଞାନିକ ଭାବେ ପ୍ରତିଷ୍ଠିତ ହୋଇ ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିବେ। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଡମ୍ବରୁଧର ଗିରି ବୃତ୍ତକଥନ ଉପସ୍ଥାପନ କରିଥିଲେ।

ପରେ ବରିଷ୍ଠ ଆଚାର୍ଯ୍ୟା ମୀନାରାଣୀ ବାରିକ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିବାବେଳେ ମଞ୍ଚାସୀନ ଅତିଥିମାନେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଆଚାର୍ଯ୍ୟ ପ୍ରତିନିଧି ସୁଷମା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସମସ୍ତ ଗୁରୁଜୀ ଓ ଗୁରୁମାଙ୍କର ସକ୍ରିୟ ସହଯୋଗରେ ଆୟୋଜିତ ଏହି ଜ୍ଞାନ-ବିଜ୍ଞାନ ମେଳା ସଫଳତାର ସହ ସମାପ୍ତ ହୋଇଥିଲା। ମେଳାରେ ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ପ୍ରତିଭା, ନୂତନ ଚିନ୍ତାଧାରା ଓ ସୃଜନଶୀଳ ପ୍ରକଳ୍ପ ଉପସ୍ଥିତ ଅତିଥି, ଅଭିଭାବକ ଏବଂ ଦର୍ଶକଙ୍କ ବେଶ ପ୍ରଶଂସା ସାଉଁଟିଥିଲା।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଦୀର୍ଘ ପ୍ରତୀକ୍ଷା ର ଅନ୍ତ ,ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜି ହାଇସ୍କୁଲରେ ବାଳିକା ସେବାଶ୍ରମ ଆରମ୍ଭ ହେଲା  :ଦେଓପାଲି ରେ କେବେ ?

Sunil Chandra Nayak

ଭିନ୍ନକ୍ଷମ ସୁଶାନ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମ ବାସୀଙ୍କ ଦାବି

Sunil Chandra Nayak

ଯୁକ୍ତ ୨ ପରୀକ୍ଷାରେ ଜୁନାଗଡ଼ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଫଳତା

masiha

Leave a Comment

error: Content is protected !!