ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିସ୍ଥାପିତଙ୍କୁ ମିଳୁଥିବା କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦାବି

ବିସ୍ଥାପିତଙ୍କୁ ମିଳୁଥିବା କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦାବି

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବିସ୍ଥାପିତ ହେଉଥିବା ପରିବାର/ବ୍ୟକ୍ତିଙ୍କୁ ଥଇଥାନ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବର୍ତ୍ତମାନ ଦେଉଥିବା ରାଶି ଏବଂ ନୂତନ ଗୃହ ନିର୍ମାଣ ପାଇଁ ଦେଉଥିବା ଜାଗା ବାସ୍ତବରେ ଉକ୍ତ ବିସ୍ଥାପିତ ପରିବାର/ବ୍ୟକ୍ତି ମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହି ଏହି ରାଶି ବୃଦ୍ଧି କରିବା ପାଇଁ ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗାଚରଣ ତନ୍ତୀ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଲିଖିତଭାବେ ଦାବି କରିଛନ୍ତି । ଏ ସମ୍ବନ୍ଧରେ ଆଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ତନ୍ତୀ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ନିମିତ୍ତ ଆବଶ୍ୟକ ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ବର୍ତ୍ତମାନ ଆର ଏସ ପି ପକ୍ଷରୁ ପ୍ରାୟ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ନୂତନ ଗୃହ ନିର୍ମାଣ ପାଇଁ ପ୍ରାୟ ୬୫୦ ବର୍ଗ ଫୁଟର ଏକ ଖାଲି ଜାଗା ପ୍ରଦାନ କରାଯାଉଅଛି । ତେବେ ଏହି ଥଇଥାନ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ ବୋଲି ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀତନ୍ତୀ କହିବା ସହିତ ଏହି ରାଶି ୫ଲକ୍ଷ ରୁ ବୃଦ୍ଧି କରି ୧୫ଲକ୍ଷ କରିବା ସହିତ ନୂତନ ଗୃହ ନିର୍ମାଣ ପାଇଁ ୬୫୦ ବର୍ଗ ଫୁଟ ବଦଳରେ ୧୦ ରୁ ୧୫ ଡେସିମିଲ ଖାଲି ଜାଗା ପ୍ରଦାନ କରିବା ପାଇଁ ବିଧାୟକ ଆର ଏସ ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ବର୍ମାଙ୍କୁ ସାକ୍ଷାତ କରିବା ସମୟରେ ଲିଖିତଭାବେ ଦାବି କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ, ପୋଲିସର ତଦନ୍ତ ଜାରି

Sunil Chandra Nayak

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ ଶହୀଦ ବୀର ବାଜିରାଉତଙ୍କ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୫ ଅନୁଷ୍ଠିତ

Sunil Chandra Nayak

ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ , ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା 

masiha

Leave a Comment

error: Content is protected !!