ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ 

ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ 

ଜଳେଶ୍ଵର,୨୯/୭(ମନିସ)- ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ଆଜି ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ମୋହନ ଲାଲ ମହାନ୍ତି ପୋରହିତ୍ଵ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନିରୁପମା ମୁଖୀ,ମାଳତୀ ବେହେରା ଓ ସୁବର୍ଣ୍ଣ ରାଉତ ଏବଂ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସିଦ୍ଧେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଖାଦ୍ୟ ,ପାଣି ଓ ମାଦକ ଦ୍ରବ୍ୟ ସେବନ ଏହି ରୋଗ ହୋଇଥାଏ ବୋଲି ମତ ରଖିଥିଲେ।ସାଧାରଣତଃ ୫ ପ୍ରକାରର ଭୂତାଣୁ ଏ,ବି,ସି,ଡି ଓ ଈ ଏହି ରୋଗରେ ଦେଖାଯାଏ।ସ୍ୱଚ୍ଛତା, ବିଶୁଦ୍ଧ ଖାଦ୍ୟ ଓ ପାନୀୟ ଜଳ ସହିତ ରକ୍ତ ସଂକ୍ରମଣ ପ୍ରତି ସଚେତନ ଏହି ରୋଗକୁ ରୋକା ଯାଇ ପାରିବ ବୋଲି ଡାକ୍ତର ମହାନ୍ତି ସେକ୍ଟର ଆଶା କର୍ମୀ ଓ ଉପସ୍ଥିତ ୪୩ ଜଣ ରୋଗୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରି ଏହି ଭଳି ମାରାତ୍ମକ ରୋଗର ଲକ୍ଷଣ, ଚିକିତ୍ସା ଓ ପରୀକ୍ଷଣ ଉପରେ ଆଲୋକପାତ କରିଥିଲେ।ଶେଷରେ ସି. ଏଚ୍.ଓ ତନୁଶ୍ରୀ ମହାରଣା ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡିର ସତ୍ୟପୀର ପ୍ରଧାନଙ୍କ ପଞ୍ଚ୍ ଷ୍ଟ୍ରାଇକ୍ସରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଉପାଧି ଅର୍ଜନ –  ଇରାନର ବିଶ୍ୱ ରେକର୍ଡ ଭାଙ୍ଗି ଭାରତର ନାମ ରଖିଲେ ଓଡ଼ିଶାର ପୁଅ

Sunil Chandra Nayak

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଜାତୀୟ ସେବା ଯୋଜନାରେ ଏନ ଏସ ଏସ ପକ୍ଷରୁ ଶୀତ କାଳୀନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!